Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ଅମୃତସର-ରୋମ୍ ବିମାନର ୩୦ଜଣ କରୋନା ସଂକ୍ରମିତ, ୨୪୨ଜଣଙ୍କୁ କ୍ବାରେଣ୍ଟାଇନ୍ କଲେ ଇଟାଲୀ ସରକାର

3/05/2021 at 9:30 PM

ନୂଆଦିଲ୍ଲୀ ୩।୫: ଗତ ବୁଧବାର ଦିନ ଏୟାର ଇଣ୍ଡିଆର ଅମୃତସର-ରୋମ୍ ବିମାନରେ ଉଡାଣ ଭରିଥିଲା । ଏହି ବିମାନରେ ବସିଥିବା ୩୦ ଜଣ ଇଟାଲୀରେ ପହଞ୍ଚିବା ପରେ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ବେସାମରିକ ଉଦ୍ୟୋଗ ସୂତ୍ର ସୋମବାର ଦିନ ଏହି ସୂଚନା ଦେଇଛି । ସେ କହିଛନ୍ତି ଯେ, ଏହି ୩୦ ଜଣଙ୍କ ମଧ୍ୟରୁ ଦୁଇ ଜଣ କ୍ରୁ ମେମ୍ବର ମଧ୍ୟ ଅଛନ୍ତି ।

ସୂତ୍ରରୁ ପ୍ରକାଶ ଯେ ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ସହିତ ବିମାନରେ ଥିବା ସମସ୍ତ ୨୪୨ ଜଣଙ୍କୁ ଇଟାଲୀ ସରକାର କ୍ବାରେଣ୍ଟାଇନ କରିଛନ୍ତି ।

ଗତ ଗୁରୁବାର ଦିନ ଇଟାଲୀ ସରକାର ଏକ ନିର୍ଦ୍ଦେଶନାମା ଜାରି କରି ଭାରତରୁ ଆସୁଥିବା ସମସ୍ତ ଯାତ୍ରୀଙ୍କୁ ୧୦ ଦିନର କ୍ବାରେଣ୍ଟାଇନରେ ପଠାଇବାକୁ ନିର୍ଦ୍ଦେଶ ଦେଇଥିଲେ  । ଭାରତରେ ସୋମବାର ଦିନ ୩,୬୮,୧୪୭ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି । ଏହାସହ ଦେଶରେ ୩୪୧୭ଜଣ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି ।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ସକାଳ ୮ଟାରେ ତଥ୍ୟ ଅନୁସାରେ ନୂଆ ସଂକ୍ରମିତଙ୍କୁ ମିଶାଇ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧,୯୯,୨୫,୬୦୪କୁ ବୃଦ୍ଧି ପାଇଥିବାବେଳେ ମୃତ୍ୟୁସଂଖ୍ୟା ୨,୧୮,୯୫୯କୁ ବୃଦ୍ଧି ପାଇଛି । ମେ ୧ ରେ ଦେଶରେ ରେକର୍ଡ ୪,୦୧,୯୯୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ମେ ୨ ରେ ୩,୯୨,୪୮୮ ସଂକ୍ରମିତ ହୋଇଥିଲେ ।

   Related Posts