ଜୀବନ ବୀମା ପଲିସିଧାରୀଙ୍କୁ ଆଶ୍ଵସ୍ତି: ପ୍ରିମିୟମ ପୈଠ ପାଇଁ ମିଳିଲା ଆହୁରି ୩୦ ଦିନ ସମୟ

Published By : Prameya-News7 Bureau | April 05, 2020 IST

ନୂଆଦିଲ୍ଲୀ ୦୫।୦୪: କରୋନା ଭାଇରସର ପ୍ରକୋପ ମଧ୍ୟରେ ପଲିସିଧାରୀଙ୍କ ପାଇଁ ଆଶ୍ଵସ୍ତିକର ଖବର। ଭାରତୀୟ ବୀମା ନିୟାମକ ଓ ବିକାଶ ପ୍ରାଧୀକରଣ(ଆଇଆରଡିଏଆଇ) ଜୀବନ ବୀମା ପଲିସିଧାରୀଙ୍କୁ ପ୍ରିମିୟର ପୈଠ ପାଇଁ ଆହୁରି ୩୦ ଦିନର ଅତିରିକ୍ତ ସମୟ ଦେଇଛି। କରୋନା ଭାଇରସ୍ ମହାମାରୀ କାରଣରୁ ଦେଶରେ ଲାଗୁ ଲକଡାଉନକୁ ଦୃଷ୍ଟିରେ ରଖି ନିୟାମକ ଏହି ପଦକ୍ଷେପ ନେଇଛନ୍ତି। ଏମିତିରେ ଜୀବନ ବୀମା ପଲିସିଧାରୀ ଯାହାଙ୍କର ନବୀକରଣ ତାରିଖ ମାର୍ଚ୍ଚ କିମ୍ବା ଏପ୍ରିଲରେ ପଡିଛି ସେମାନଙ୍କୁ ପ୍ରିମିୟର ପୈଠ କରିବା ପାଇଁ ୩୦ ଦିନର ଅତିରିକ୍ତ ସମୟ ଦିଆଯାଇଛି।

ଆଇଆରଡିଏଆଇ ସ୍ଵାସ୍ଥ୍ୟ ବୀମା  ପଲିସି ଓ ତୃତୀୟ ପକ୍ଷ ମୋଟର ବୀମାର ନବୀକରଣ ପ୍ରିମିୟମ ପୈଠ କରିବା ପୂର୍ବରୁ  ହିଁ ଅତିରିକ୍ତ ସମୟ ଦେଇ ସାରିଛି। ଜୀବନ ବୀମା କମ୍ପାନୀ ଓ ଜୀବନ ବୀମା ପରିଷଦ ନିୟାମକଠାରେ ପ୍ରିମିୟମ ପୈଠ ପାଇଁ ଅତିରିକ୍ତ ସମୟ ଦେବାକୁ ଦାବି କରିଥିଲେ। ନିୟାମକ ନିର୍ଦ୍ଦେଶ ଜାରି କରି ପଲିସିଧାରୀଙ୍କୁ ପ୍ରିମିୟର ପୈଠ ପାଇଁ ୩୦ ଦିନର ଅତିରିକ୍ତ ସମୟ ଦେଇଛନ୍ତି।

ବୀମା କମ୍ପାନୀ ଓ ପରିଷଦ ଏହାକୁ ନେଇ ଚିନ୍ତା ପ୍ରକାଶ କରିଥିଲେ ଯେ, ୨୧ ଦିନିଆ ଦେଶବ୍ୟାପୀ ଲକଡାଉନ ଏବଂ ସାମାଜିକ ଦୂରତ୍ଵକୁ ପାଳନ ଦୃଷ୍ଟିରୁ ପଲିସିଧାରୀଙ୍କୁ ପ୍ରିମିୟମ  ପୈଠ କରିବାରେ ଅସୁବିଧା ହୋଇପାରେ।

ନିୟାମକ କହିଛି ଯେ, ଯେଉଁଠି ୟୁନିଟ୍ ସମ୍ବନ୍ଧିତ ପଲିସି ୨୦୨୦ ମେ ୩୧ ସୁଦ୍ଧା ମେଚ୍ୟୁରିଟି ହୋଇ ଯାଉଛି ଏବଂ ସଂପୂର୍ଣ୍ଣ ଅର୍ଥ ପୈଠ  କରିବାର ଆବଶ୍ୟକତା ରହିଛି ତେବେ ବୀମା କମ୍ପାନୀ ସମ୍ବନ୍ଧ ପ୍ରାବଧାନ ଆଧାରରେ ପଲିସିଧାରୀଙ୍କୁ ସେଟେଲମେଣ୍ଟ ବିକଳ୍ପ ଦେଇ ପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.