Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||
  • ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ
  • ||
  • ମାଲକାନଗିରି : କମ୍ବିଂ ଅପରେସନ ସାରି ଫେରୁଥିବା ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ : ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ୍ ସହିଦ, ୯ଯବାନ ଆହତ
  • ||

ଡ୍ରାଏ ଫ୍ରୁଟ ଦୋକାନର ଏକ ସୁଡ଼ଙ୍ଗ ଭିତରୁ ୩୦ କୋଟି ଟଙ୍କା ଜବତ; ଆତଙ୍କବାଦ ଲିଙ୍କ ଆଶଙ୍କା

3/12/2018 at 3:46 PM

ଦିଲ୍ଲୀର ଚାନ୍ଦନୀ ଚୌକ ସ୍ଥିତ ଏକ ଦୋକାନର ସୁଡ଼ଙ୍ଗ ଭିତରେ ପ୍ରାୟ ୪୦୦ ଗୁପ୍ତ ଲକର ମିଳିଛି | ଘଟଣା ସାମ୍ନାକୁ ଆସିବା ପରେ ପାଖ ଅଂଚଳରେ ହଇଚଇ ସୃଷ୍ଟି ହୋଇଯାଇଥିଲା | ରବିବାର ଦିନ ସେଠାରୁ ୩୦ କୋଟି ଟଙ୍କା ଜବତ କରାଯାଇଛି | ତେବେ ପ୍ରଶ୍ନ ଉଠୁଛୁ ଯେ ଏତେ ଟଙ୍କା ଆସିଲା କେଉଁଠୁ ? ଏନେଇ ଅବକାରୀ ବିଭାଗ ତଦନ୍ତ କରୁଛି |

ସୂଚନାଯୋଗ୍ୟ ଯେ, ଯେଉଁଠାରୁ ଏହି ଗୁପ୍ତ ସୁଡ଼ଙ୍ଗ ମିଳିଛି ସେଠାରେ ପୂର୍ବରୁ ରାଜହଂସ ସୋପ ପ୍ରାଇଭେଟ ଲିମିଟେଡ଼ ନାମକ ଏକ ସାବୁନ ଦୋକାନ ଥିଲା | ସେଠାରେ ପାକିସ୍ତାନୀ ଡ୍ରାଏ ଫ୍ରୁଟ ମଧ୍ୟ ବିକ୍ରି ହେଉଥିଲା | କୌଣସି ସୂତ୍ରରୁ ଖବର ପାଇ ଗତ ମାସେ ହେଲା ଅବକାରୀ ବିଭାଗ ସେଠାରେ ଛାନଭିନ କରୁଥିଲା | ତେବେ ଅବକାରୀ ବିଭାଗ ଏଥିରେ କଳା ଧନ ଥିବା ଆଶଙ୍କା କରୁଛି | ଏହାସହ ଆତଙ୍କବାଦ ଲିଙ୍କ ଥିବା ନେଇ ମଧ୍ୟ ଆଶଙ୍କା କରୁଛି |

ଏନଆଇଏ ସୂତ୍ରରୁ ପ୍ରକାଶ ପାଇଛି ଯେ, ସେହି ଦୋକାନରେ ଯେଉଁ ଡ୍ରାଏ ଫ୍ରୁଟ ବିକ୍ରି ହେଉଥିଲା ସେଗୁଡା ପାକିସ୍ତାନ ଏବଂ ଆଫଗାନିସ୍ତାନରୁ ଆସୁଥିଲା | ଗତବର୍ଷ ଏକ ଘାଟିରେ ଆତଙ୍କ ଖେଳାଇଥିବା ପାକିସ୍ତାନୀ ଫଣ୍ଡିଙ୍ଗ ହାସିଲ କରିବା ମାମଲାରେ ଏନଆଇଏ ଜଣେ ଡ୍ରାଏ ଫ୍ରୁଟ ଡିଲରକୁ ଗିରଫ କରିଥିଲା | ଏହାପରେ ସହରରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା |

ଏନଆଇଏ ସୂତ୍ରରୁ ଜଣାପଡିଛି ଯେ, ଆଇଟି ଅଧିକାରୀଙ୍କ ଚଢ଼ାଉ ପରେ ଏନଆଇଏ ଏଜେନ୍ସି ନିଜର ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିବ |
ତେବେ ଯାଞ୍ଚ ବେଳେ ଏହି ଗୁପ୍ତ ଲକରର ମାଲିକଙ୍କ ପତା ଲଗାଯିବ ବୋଲି କହିଛି ଯାଞ୍ଚ ଟିମ | ଦୋକାନ ମାଲିକଙ୍କ ଫୋନ କଲ ରେକର୍ଡ, ସୋସିଆଲ ନେଟୱର୍କିଙ୍ଗ କାରବାର, ବ୍ୟାଙ୍କ କାରବାର, ଟ୍ରେବଲ ଡିଟେଲ ଇତ୍ୟାଦିର ମଧ୍ୟ ଯାଞ୍ଚ କରାଯିବ ବୋଲି ଏନଆଇଏ ସୂଚନା ଦେଇଛି |

   Related Posts