ଖୁସି ଖବର : ସୁସ୍ଥ ହେଲେ ଆଉ ୩୦କରୋନା ଆକ୍ରାନ୍ତ

Published By : Prameya-News7 Bureau | May 19, 2020 IST

ଭୁବନେଶ୍ୱର ୧୯|୦୫: ରାଜ୍ୟ ପାଇଁ ଆଜି ପୁଣି ଖୁସି ଖବର ଆସିଛି । ରାଜ୍ୟରେ ୩୦ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୨୦ ଜଣ ଗଞ୍ଜାମର , ୫ଜଣ କେନ୍ଦ୍ରାପଡାର , ୨ଜଣ ବାଲେଶ୍ୱର , ୨ଜଣ ଭଦ୍ରକର ହୋଇଥିବା ବେଳେ ଜଣେ ଆକ୍ରାନ୍ତ ନୟାଗଡରୁ ସୁସ୍ଥ ହୋଇଛନ୍ତି । ଯାହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩୦୭ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

wp:html /wp:html

ଏହାପୂର୍ବରୁ ଆଜି ସକାଳ ସମୟରେ ରାଜ୍ୟରେ ୧୦୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲା । କିନ୍ତୁ ଆଜି ୩୦ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଯାହାଫଳରେ ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ୍ ୩୦୭ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି । ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ସେହିପରି ଗତକାଲି କରୋନାରୁ ୫୭ଜଣ ସଂକ୍ରମିତ ସୁସ୍ଥ ହୋଇଥିଲେ । ରାଜ୍ୟରେ ଧୀରେ ଧୀରେ ସୁସ୍ଥ ହେବାର ଲାଗିଛନ୍ତି କରୋନା ଆକ୍ରାନ୍ତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.