Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ରାଜ୍ୟର ସବୁ ହସ୍ପିଟାଲକୁ ଦଲାଲ ମୁକ୍ତ କରିବା ପାଇଁ ବଡ ଅଭିଯାନ, ବିଭିନ୍ନ ହସ୍ପିଟାଲ ପରିସରରୁ ଧରାହେଲେ ୩୦ଦଲାଲ

27/09/2019 at 3:13 PM

ଭୁବନେଶ୍ବର ୨୭।୯: ରାଜ୍ୟର ସବୁ ହସ୍ପିଟାଲକୁ ଦଲାଲ ମୁକ୍ତ କରିବା ପାଇଁ ବଡ ଅଭିଯାନ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ତତ୍ପରତା ପ୍ରକାଶ କରିଛି ପୋଲିସ । ରାଜ୍ୟର ୮ଟି ଜିଲ୍ଲାରେ ମେଡିକାଲ୍ ପରିସରରୁ ୩୦ ଜଣ ଦଲାଲଙ୍କୁ କବଜାକୁ ନେଇଛି ପୋଲିସ । ଭୁବନେଶ୍ବର ସମେତ  ସମ୍ବଲପୁର, ବଲାଙ୍ଗିର, ଭଦ୍ରକ, କେନ୍ଦ୍ରାପଡା, ରାଉରକେଲା, ମୟୂରଭଞ୍ଜ, ବାଲେଶ୍ବର ଏବଂ ନବରଙ୍ଗପୁରରେ ଦଲାଲ ଗିରଫ ହୋଇଛନ୍ତି । ରାଜ୍ୟର ସବୁ ହସ୍ପିଟାଲ୍, ମେଡିକାଲ୍ କଲେଜ, ବ୍ଲଡ୍ ବ୍ୟାଙ୍କ, ଡିସପେନସାରୀରେ ଦଲାଲ୍ ମାନଙ୍କ ଉପରେ ଚଢ଼ଉ ପାଇଁ ପୋଲିସ ଡି.ଜି ବିଜୟ କୁମାର ଶର୍ମା ନିର୍ଦ୍ଦେଶ ଦେଇଛନ୍ତି । ଦଲାଲ୍ ମାନଙ୍କୁ ଗିରଫ କରାଯିବା ସହିତ ସେମାନଙ୍କ ବିରୋଧରେ ମାମଲା ରୁଜୁ ହେବ । ନର୍ସିଂ ହୋମ୍, ଡାଇଗ୍ନୋଷ୍ଟିକ୍ ସେଣ୍ଟରର ମାଲିକଙ୍କ ସହିତ ସେମାନଙ୍କର ସଂପର୍କ ନେଇ ମଧ୍ୟ ଛାନଭିନ୍ ହେବ । ଦଲାଲଙ୍କ ବିରୋଧରେ ଏହି ଚଢ଼ାଉ ପ୍ରତିଦିନ ଚାଲିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

ବର୍ଷ ବର୍ଷ ଧରି ସରକାରୀ ଡାକ୍ତରଖାନାରେ ଚାଲିଥିବା ଦଲାଲରାଜ୍ କୁ ବରଦାସ୍ତ କରାଯିବ । ଆକ୍ଟିଭ୍ ହୋଇଛି ରାଜ୍ୟ ପୋଲିସ ବିଭାଗ । ପ୍ରଥମ ପର୍ଯ୍ୟାୟରେ କଟକ, ଭୁବନେଶ୍ବର, ବୁର୍ଲା, ବ୍ରହ୍ମପୁର ଡାକ୍ତରଖାନାକୁ ଦଲାଲମୁକ୍ତ କରିବାକୁ ଆରମ୍ଭ ହୋଇଛି ଉଦ୍ୟମ ।ଦୁଇ ଦିନରେ କ୍ୟାପିଟାଲ ହସପିଟାଲ ସମେତ ରାଜ୍ୟର ବିଭିନ୍ନ ସ୍ଥାନରୁ ପ୍ରାୟ ୩୦ଜଣ ଦଲାଲଙ୍କୁ ବାନ୍ଧିଛି ପୋଲିସ । ଡାକ୍ତରଖାନାରେ ଲାଗିଥିବା ସିସିଟିଭି ଫୁଟେଜ ଆଧାରରେ ଦଲାଲଙ୍କୁ ଚିହ୍ନଟ କରିବ ପୋଲିସ । ଯେଉଁ ସରକାରୀ କର୍ମଚାରୀମାନେ ଦଲାଲମାନଙ୍କୁ ସୁଯୋଗ ଦେଉଛନ୍ତି ସେମାନଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେବ ।

ବାଲେଶ୍ବର ଟାଉନ ଥାନା ପୋଲିସ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରୁ ୩ ଦଲାଲଙ୍କୁ ଗିରଫ କରିଛି। ଏମାନଙ୍କ ଭିତରୁ ଜଣେ ମେଡ଼ସିନ ରିପ୍ରେଜେଣ୍ଟେଟିଭ୍ ହୋଇଥିବା ବେଳେ ଅନ୍ୟ ୨ଜଣ ଆମ୍ବୁଲାନ୍ସ ଡ୍ରାଇଭର । ଏମାନେ ଡାକ୍ତଖାନାରେ ରୋଗୀଙ୍କ ସଂପର୍କୀୟଙ୍କୁ ବିଭିନ୍ନ ଆଳ ଦେଖାଇ ସେମାନଙ୍କୁ ଶୋଷଣ କରିଥାନ୍ତି । ସବୁଠୁ ବଡ କଥା ଡାକ୍ତରଖାନା କର୍ତ୍ତୃପକ୍ଷ ସବୁ ଜାଣି ବି ଚୁପ ରହୁଥିବା ଭଳି ସଂଗୀନ ଅଭିଯୋଗ ହୋଇଛି । ଏବେ ଅନ୍ୟ ଦଲାଲଙ୍କୁ ଧରିବା ପାଇଁ ଜାଲ ବିଛାଇଛି ପୋଲିସ ।

ବୁର୍ଲା ଭୀମସାର ମେଡିକାଲ୍ରେ ବର୍ଷ ବର୍ଷ ଧରି ଦଲାଲ ରାଜ୍ ଚାଲିଛି। ବୁର୍ଲା ମେଡିକାଲ୍ ଚାରିପଟେ ୨୦ରୁ ଅଧିକ ଛୋଟବଡ ନର୍ସିଂ ହୋମ୍ ଓ ଘରୋଇ ପାଥୋଲାବ୍  ଥିବା ବେଳେ, ଏହାର ମାଲିକମାନେ ଦଲାଲ୍ ମାନଙ୍କୁ ନିଯୁକ୍ତି ଦେଇଛନ୍ତି। ଏମାନେ ଗରିବ ରୋଗୀଙ୍କୁ ଉତ୍ତମ ଚିକିତ୍ସା ସୁବିଧାର ପ୍ରଲୋଭନ ଦେଇ ମେଡିକାଲ୍ ବେଡ୍ରୁ ସିଧା ନର୍ସିଂ ହୋମ୍ ନେଇ ଯାଇଥାନ୍ତି। ଏପରିକି ବୁର୍ଲା ମେଡିକାଲ୍ର କିଛି ଡାକ୍ତର ମଧ୍ୟ ଏଭଳି କାର୍ଯ୍ୟ କରୁଥିବା ଭଳି ସଂଗୀନ ଅଭିଯୋଗ ହୋଇ ଆସୁଛି। ବୁର୍ଲା ମେଡିକାଲ୍ରେ ରୋଗୀଙ୍କୁ ପ୍ରଭାବିତ କରି ଘରୋଇ ନର୍ସିଂହୋମ୍ କୁ ୪ଜଣ ରୋଗୀଙ୍କୁ ନେଉଥିବା ବେଳେ ପୋଲିସ୍ ୫ ଦଲାଲ ଙ୍କୁ ଗିରଫ କରିଛି। ଡାକ୍ତରଖାନାରେ କିଭଳି ଦଲାଲ ମାତିଛନ୍ତି  ତାହା ସ୍ପଷ୍ଟ ହୋଇଛି ।ଏବେ ପୋଲିସ ସ୍କାନରରେ ଅଛନ୍ତି ନର୍ସିଂହୋମ୍ ମାଲିକ, ଔଷଧ ଦୋକାନୀ ଏବଂ ସଂପୃକ୍ତ ଅସାଧୁ ଡାକ୍ତର ।

ଡାକ୍ତରଖାନା ପରିସରରେ ଦଲାଲି କରିବା ଅଭିଯୋଗରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟ ପରିସରରୁ ୪ ଗିରଫ । ଭଦ୍ରକ ଟାଉନ ଥାନା ପୋଲିସ ଏମାନଙ୍କୁ ଧରିଛି । ଭଦ୍ରକ ମୁଖ୍ୟ ଚିକିତ୍ସାଳୟ ପରିସରରେ ଆଡ୍ଡା ଜମାଇଥିବା ଏହି ଦଲାଲମାନେ ରୋଗୀ ଓ ରୋଗୀଙ୍କ  ସମ୍ପର୍କୀୟଙ୍କୁ ଘରୋଇ ନର୍ସିଙ୍ଗହୋମକୁ ଯିବା ପାଇଁ ପ୍ରବର୍ତ୍ତାଇଥାନ୍ତି । ଏସପିଙ୍କ ନିର୍ଦ୍ଦେଶରେ  ଭଦ୍ରକ ଟାଉନ ଥାନା ପୋଲିସ ଚଢ଼ାଉ କରି ଦଲାଲଙ୍କୁ ଧରିଥିବା ଭଦ୍ରକ ଏସ୍ଡ଼ିପିଓ ସୂଚନା ଦେଇଛନ୍ତି ।

ବାରିପଦାରେ ଥିବା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ପରିସରରୁ ୩ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଏମାନେ ମେଡିକାଲରେ ସନ୍ଦେହଜନକ ଭାବରେ ବୁଲୁଥିବା ବେଳେ ପୋଲିସ ହାବୁଡରେ ପଡିଥିଲେ । ଡାକ୍ତରଖାନାରେ ଦଲାଲ ସକ୍ରିୟ ଥିବା ଅଭିଯୋଗ ହେବା ପରେ ପୋଲିସ ଆକ୍ସନକୁ ଆସିଛି ।

କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରୁ ୩ ଦଲାଲ ଙ୍କୁ ଗିରଫ କରିଛି କେନ୍ଦ୍ରାପଡ଼ା ଟାଉନ୍ ପୁଲିସ | ମେଡିକାଲ ପରିସରରେ ରୋଗୀ ମାନଙ୍କୁ ନର୍ସିଂହୋମ କୁ ଯିବା ପାଇଁ ପ୍ରବର୍ତ୍ତାଇବା ଓ ବାହାରୁ ଔଷଧ କିଣିବା ପାଇଁ କହୁଥିବା ବେଳେ ଏମାନେ ପୁଲିସ ହାତରେ ଧରା ପଡିଛନ୍ତି । ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ଦୁଇ ମହିଳା ଓ ଜଣେ ପୁରୁଷ ଅଛନ୍ତି | ଗିରଫ୍ ଦଲାଲ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି |

ନବରଙ୍ଗପୁର ପୋଲିସ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଚଢ଼ାଉ କରି ରକ୍ତ ଯୋଗାଇ ଦେବା ନାରେ ଗରିବ ରେଗୀଙ୍କ ଠାରୁ ହଜାର ହଜାର ଟଙ୍କା ଲୁଟୁଥିବା ୩ ଦଲାଲଙ୍କୁ ଗିରଫ କରିଛି । ବହୁଦିନରୁ ଏହି ଅଭିଯୋଗ ହୋଇ ଆସୁଥିଲା । ନବରଙ୍ଗପୁର ଏସପିଙ୍କ ନେତୃତ୍ବରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଚଢ଼ାଉ ପରେ କବଜାକୁ ଆସିଛନ୍ତି ଏହି ଦଲାଲ ।

   Related Posts