ବାଜପେୟୀଙ୍କ ଦଶାହରେ କଟକରେ ଲଣ୍ଡାହେଲେ ୩୦ କର୍ମୀ ଓ ନେତା

Published By : Prameya-News7 Bureau | August 25, 2018 IST

କଟକ୨୫|୮: କଟକ ବିଜେପି ଆଜି ଟିକେ ଭିନ୍ନ ଢଙ୍ଗରେ ପାଳନ କରିଛି ଅଟଳ ବିହାରୀ ବାଜପେୟୀଙ୍କ ଦଶାହ । କଟକ ନଗର ବିଜେପି ତରଫରୁ ଆଜି ବାଜପେୟୀଙ୍କ ଦଶାହରେ ମୁଣ୍ଡନ କାର୍ଯ୍ୟକ୍ରମ କରାଯାଇଥିଲା । ଯେଉଁଥିରେ ପ୍ରାୟ ୩୦ ଜଣ ବିଜେପି ନେତା ଓ କର୍ମୀ ଲଣ୍ଡା ହୋଇଥିଲ । ଏହା ସହ ମହାନଦୀ କୂଳରେ ଦଶାହ କର୍ମ କରାଯାଇ ବ୍ରହ୍ମଣ ଭୋଜନ ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ଲଣ୍ଡା ହୋଇଥିବା ବିଜେପି ନେତାଙ୍କ କହିବା ଅନୁସାରେ ଏହାହିଁ ବାଜପେୟୀଙ୍କ ପ୍ରତି ସେମାନଙ୍କର ଶ୍ରଦ୍ଧାଞଳି । କଟକ ଟହଟା ଘାଟ ନିକଟରେ ଲଣ୍ଡା ହେଇଥିଲେ ବିଜେପି ନେତା ସମୀର ଦେ, ବରିଷ୍ଠ ବିଜେପି ନେତା ପ୍ରଦୀପ ସ୍ୱାଇଁ ଓ ଯୁବ କର୍ମୀ । କେବଳ ମୁଣ୍ଡନ କାର୍ଯ୍ୟକ୍ରମ ନୁହେଁ, ବିଜେପି କର୍ମୀ ମାନେ ଯେଭଳି ଦଶାହ କର୍ମକାଣ୍ଡ ହେବା କଥା ନଦୀରେ ସ୍ନାନ କରିବା ପରେ ସେହିଭଳି କର୍ମକାଣ୍ଡ ମଧ୍ୟ କରିଥିଲେ । ପରେ ବ୍ରାହ୍ଣଣ ଭୋଜନର ଆୟୋଜନ ମଧ୍ୟ କରାଯାଇଥିଲା । ବିଜେପି ନେତା କହିଛନ୍ତି ବାଜପେୟୀଙ୍କ ନୀତି ଆଦର୍ଶରେ ଏହି ନେତା ଓ କର୍ମୀ ମାନେ ସେତିକି ପରିମାଣରେ ଆନୁପ୍ରାଣିତ ହେଇଛନ୍ତି, ଯାହା ଫଳରେ ତାଙ୍କୁ ନିଜ ପରିବାରର ସଦସ୍ୟ ଭାବେ ଗଣି ତାଙ୍କ ପାଇଁ ଦଶାହ କର୍ମ ରେ ଭାଗ ନେଇଛନ୍ତି….

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.