ସାବଧାନ! ରାଜଧାନୀର ହାଇୱେ ଫ୍ଲାଇଓଭରରେ ଅନେକ ବ୍ଲାକସ୍ପଷ୍ଟ: ଯେକୌଣସି ସମୟରେ ହୋଇପାରେ ରାସ୍ତା ଦୁର୍ଘଟଣା, ୬ମାସରେ ୩୦ ଦୁର୍ଘଟଣା

Published By : Prameya-News7 Bureau | May 27, 2019 IST

ଭୁବନେଶ୍ବର( ଦୁଷ୍ମନ୍ତ ବେହେରା)୨୭|୫: ରାଜଧାନୀର ହାଇଓ୍ବେ ଫ୍ଲାଇଓଭର ପାଲଟିଛି ଏବେ ଡେଥ ଜୋନ । ଗତ ଏକ ସପ୍ତାହ ଭିତରେ ଭିତରେ ଗଡିଲାଣି ପାଞ୍ଚ ମୁଣ୍ଡ । ଡେଥ ଜୋନ । ରାଜଧାନୀର ହାଇଓ୍ବେ ପ୍ଲାଇଓଭର ପାଲଟିଛି ଏବେ ଡେଥ ଜୋନ । କହିବା ପାଇଁ ଗଲେ ମୃତ୍ୟୁର ମରଣଜନ୍ତା ହେଉଛି ଫ୍ଲାଇଓଭର ରୋଡ । ପଳାଶୁଣିରୁ ଛକରୁ ବରମୁଣ୍ଡା ଫ୍ଲାଇଓଭର । ଦୀର୍ଘ ୮ କିଲୋମିଟର ରାସ୍ତାରେ ପ୍ରତିଦିନ ଘଟୁଛି ମରର୍ମନ୍ତୁତ ଦୁର୍ଘଟଣା । ଗତ ଏକ ସପ୍ତାହ ଭିତରେ ପଳାଶୁଣିରୁ ଛକରୁ ବରମୁଣ୍ଡା ଫ୍ଲାଇଓଭର ରୋଡରେ ଗଡିଲାଣି ପାଞ୍ଚ ମୁଣ୍ଡ । ସେହିପରି ଯଦି ଗତ ଛଅ ମାସର ରେକର୍ଡ ଦେଖିବା । ତେବେ ଏହି ରୋଡରେ ୩୦ ରୁ ଅଧିକ ମର୍ମନ୍ତୁତ ଦୁର୍ଘଟଣା । ଆଉ ୧୦ ରୁ ଅଧିକ ଦୁର୍ଘଟଣା ଜନିତ ମୃତ୍ୟୁ ଘଟଣା ସମ୍ନାକୁ ଆସିଛି । କେଉଁଠି ଟ୍ରକ ସହ ଟ୍ରକ ଦୁର୍ଘଟଣା । ଆଉ କେଉଁଠି ବାଇକ ସହ ଟ୍ରକର ଦୁର୍ଘଟଣା । ପରିସଂଖ୍ୟାନ ଫ୍ଲାଇଓଭର ଉପରେ ବାଇକ ଜିନତ ଦୁର୍ଘଟଣା ଅଧିକ ।

ଘଟଣା ନମ୍ବର ୧ – ମେ୨୦ ତାରିଖ ରାତି ସଆରପି ଫ୍ଲାଇ ଓଭର ଉପରେ ଏକ ବାଉଁଶ ବୋଝେଇ ଟ୍ରକକୁ ପଛପଟୁ ଏକ ପେଟ୍ରୋଲ ବୋଝେଇ ଟ୍ରକ ଧକା ଦେଇଥିଲା । ଯେଉଁଥିରେ ପେଟ୍ରୋଲ ବୋଝେଇ ଟ୍ରକର ଗାଡି ଚାଳକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା ଓ ହେଲପର ଗୁରୁତର ହୋଇ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା ।

ଘଟଣା ନମ୍ବର୨ – ମେ ୨୫ ତାରିଖ ସିଆରରପି ଫ୍ଲାଇ ଉପରେ ଫଳ ବୋଝେଇ ଟ୍ରକ ଧକା ସହ ଆଭିଏଟର ଗାଡିର ଧକକା । ଏହି ଘଟଣାରେ ତିନିଜଣ ଛାତ୍ରଙ୍କ ମୃତ୍ୟୁ ହୋଇଥିଲା ।

ଘଟଣା ନମ୍ବର ୩ – ସେହିପରି ଆଜି ସକାଳେ ଆଚାର୍ଯ୍ୟବିହାର ଫ୍ଲାଇ ଓଭର ଉପରେ ଏକ ସ୍କୁଟିକୁ ଗୋଟିଏ ଦ୍ରୃତଗାମୀ ଟ୍ରକ ଧକ୍କା ଦେଲା । ଏହି ଘଟଣାରେ ଜଣେ ମୃତ ।

ଏ ସମସ୍ତ ଘଟଣାକୁ ଦେଖିଲେ ଏବେ ରାଜଧାନୀବାସୀ ଫ୍ଲାଇଓଭର ଉପରେ ଯିବା ପାଇଁ ଭୟ କରୁଛନ୍ତି ।

ଫ୍ଲାଇଓଭର ଉପରେ ବାରମ୍ବାର ଦୁର୍ଘଟଣା ଘଟିବାର କାରଣ କଣ ? କାହିଁକି ବାରମ୍ବାର ଦୁର୍ଘଟଣା ଘଟୁଛି ? ଫ୍ଲାଇଓଭର ନିର୍ମାଣର ଇଞ୍ଜିନିୟରିଂ ପ୍ଲାନିଂରେ କୌଣସି ତୃଟି ରହିଛି କି ?  ନା ଗାଡି ଚାଳକଙ୍କ ଗାଡି ବେପରୁଓ୍ବା ଗାଡି ଚାଳନାରେ ତୃଟି ରହିଛି ? ଏଭଳି ଅନେକ ପ୍ରଶ୍ନ ଏବେ ସାମ୍ନାକୁ ଆସିଛି ।

ସେପଟେ ହାଇଓ୍ବେ ଫ୍ଲାଇଓଭରେ ଦୁର୍ଘଟଣା ସ୍ଥଳ ବା ବ୍ଲାକ ସ୍ପଟ ରହିଛି । ସେଗୁଡିହେଲା ଫ୍ଲାଇଓଭର ରୋଡର ପଳାଶୁଣି, ରସୁଲଗଡ, ବାଣୀବିହାର, ସିଆରପି ଓ ଫାୟାର ଷ୍ଟେସନ ମଧ୍ୟ ଭାଗ , ଜୟଦେବ ବିହାର । ଏହାସହ ବରମୁଣ୍ଡା ଫ୍ଲାଇଓଭର ଉପରେ ମଧ୍ୟ ବାରମ୍ବାର ଦୁର୍ଘଟଣା ଜନିତ ମୃତ୍ୟୁ ଘଟଣା ସବୁ ସମୟରେ ସାମ୍ନାକୁ ଆସୁଛି । ତେବେ ଏତେ ସବୁ ପରେ ବି କମିଶରେଟ ପୋଲିସର ନିଦ ଭାଙ୍ଗୁ ନାହିଁ । ପୋଲିସ ପକ୍ଷରୁ ଏବେ ଯାଏଁ ଫ୍ଲାଇଓଭରେ ଦୁର୍ଘଟଣା ସ୍ଥଳ ବା ବ୍ଲାକ ସ୍ପଟ ଚିହ୍ନଟ ହୋଇ ପାରି ନାହିଁ । ଏମିତି କି ଦୁର୍ଘଟଣାକୁ ରୋକିବା ପାଇଁ  ଫ୍ଲାଇଓଭରେ ସ୍ପିଡ ମିଟର ଇଣ୍ଟର ସେପଟର ମଧ୍ୟ ଲାଗାଯାଇ ନାହିଁ । ଯେଉଁ ଦୁଇଟି ଯାଗାରେ ଲାଗିଛି । ତାହା ମଧ୍ୟ କାମ କରୁ ନାହିଁ । ଏପରି ଯେଉଁ ଏବେ ଯାଏଁ ସିସି ଟିଭିର ମଧ୍ୟ ବ୍ୟବସ୍ଥା କରାଯାଇ ନାହିଁ ।

ସେପଟେ ଏହାକୁ ରୋକିବା ପାଇଁ କମିଶନରେଟ ପୋଲିସ ଏବେ ଅଣ୍ଟା ଭିଡିଛି । ଆସନ୍ତା ୩୧ ତାରଖ ସୁଦ୍ଧା ଫ୍ଲାଇଓଭରେ ଦୁର୍ଘଟଣା ସ୍ଥଳ ବା ବ୍ଲାକ ସ୍ପଟ ଚିହ୍ନଟ ପ୍ରକ୍ରିୟା ଶେଷ ହେବ । ତା ସହ କମିଶରେଟ ପୋଲିସ ଆରଟିଓ ସହ ମିଳିତ ଭାବେ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛି । ଫ୍ଲାଇଓଭରେ ଖୁବ ଶିଘ୍ର ସ୍ପିଡ ମିଟର ଇଣ୍ଟର ସେପଟର ଲାଗିବ । ସିସି ଟିଭିର ମଧ୍ୟ ବ୍ୟବସ୍ଥା ହେବ । ତାସ ପାଟ୍ରାଲିଂ ବ୍ୟବସ୍ଥା ମଧ୍ୟ କଡା କଡି କରାଯିବା ସଚେତନତା ସୃଷ୍ଟି କ୍ୟାମ୍ପନ କରାଯିବ ବୋଲି ପୋଲିସ କମିଶନର ସତ୍ୟଜିତ ମହାନ୍ତି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.