ବନ୍ଦେ ଭାରତ ମିଶନର ଦ୍ଵିତୀୟ ପର୍ଯ୍ୟାୟ: ଉଡାଣ ଭରିବ ୧୪୯ ବିମାନ, ସ୍ଵଦେଶ ଫେରିବେ ୩୦ ହଜାର ଭାରତୀୟ

Published By : Prameya-News7 Bureau | May 13, 2020 IST

ନୂଆଦିଲ୍ଲୀ ୧୩।୦୫: ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ବୁଧବାର କହିଛନ୍ତି, ବନ୍ଦେ ଭାରତ ମିଶନର ଦ୍ଵିତୀୟ ପର୍ଯ୍ୟାୟରେ ୩୧ଟି ଦେଶରୁ ୩୦ ହଜାର ଭାରତୀୟଙ୍କ ସ୍ଵଦେଶ ପ୍ରତ୍ୟାବର୍ତ୍ତନ ହେବ। ଏଥିପାଇଁ ମେ ୧୬ରୁ ମେ ୨୨ ମଧ୍ୟରେ ୧୪୯ ବିମାନ ଚଳାଚଳ କରାଯିବ।

ବନ୍ଦେ ଭାରତ ମିଶନର ପ୍ରଥମ ପର୍ଯ୍ୟାୟରେ ଏୟାର ଇଣ୍ଡିଆ ଓ ଏହାର ଅନୁବନ୍ଧ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ମେ ୭ରୁ ମେ ୧୪ ମଧ୍ୟରେ ୬୪ ବିମାନ ସଞ୍ଚାଳନ କରିଥିଲା। ଏହାରି ଜରିଆରେ ୧୨ଟି ଦେଶରୁ ୧୪,୮୦୦ ଭାରତୀୟଙ୍କୁ ସ୍ଵଦେଶ ପ୍ରତ୍ୟାବର୍ତ୍ତନ କରାଯାଇଥିଲା। କିନ୍ତୁ ଏହି ବ୍ୟବସ୍ଥା ଲାଗି ଯାତ୍ରୀଙ୍କୁ ଭଡା ଦେବାକୁ ପଡିଥିଲା।

{"id":269584,"sizeSlug":"large"}

କରୋନା ଭାଇରସ୍‌ ପ୍ରକୋପକୁ ରୋକିବା ପାଇଁ ସମଗ୍ର ଦେଶରେ ମାର୍ଚ୍ଚ ୨୫ରୁ ଲକ୍‌ଡାଉନ୍‌ ଲାଗୁ ହୋଇଛି। ଏହି କାରଣରୁ ସମସ୍ତ ବାଣିଜ୍ୟିକ ଉଡାଣ ପରିଚାଳନା ବନ୍ଦ ରହିଛି। ଦେଶରେ କରୋନା ଭୂତାଣୁରେ ସଂକ୍ରମିତ ସଂଖ୍ୟା ୭୪,୨୦୦ ହୋଇଛି। ୨୪୦୦ରୁ ଅଧିକ ଲୋକଙ୍କ ପ୍ରାଣହାନୀ ଘଟିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.