ସାଲେପୁର: ଗରମ କ୍ଷୀର କୁଣ୍ଡରେ ପଡି ୩ ବର୍ଷର ଶିଶୁ ଗୁରୁତର, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ, ହସ୍ପିଟାଲରୁ ବାପା-ମାଆଙ୍କ ଆକୁଳ ନିବେଦନ, 'ଆମ ପିଲାକୁ ବଞ୍ଚାଇ ଦିଅ'

Published By : Prameya-News7 Bureau | January 14, 2021 IST

ସାଲେପୁର୧୪/୧: ଖେଳୁ ଖେଳୁ ଗରମ କ୍ଷୀର କୁଣ୍ଡରେ ପଡି ୩ ବର୍ଷ ଶିଶୁ ଗୁରୁତର। ଶିଶୁ କନ୍ୟାଟି କଟକ ଜିଲ୍ଲା ସାଲେପୁର ମେଡ଼ିକାଲରେ ଏବେ ଚିକିତ୍ସାଧୀନ ଅଛି। ଶିଶୁ କନ୍ୟା ଜଣଙ୍କ ହେଲେ ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ସରପଡା ଗାଁର ପିତା ପରମାନନ୍ଦ ଭୋଇ ଓ ମାତା ଅର୍ଣ୍ଣପୁର୍ଣ୍ଣା ଭୋଇଙ୍କ ୩ ବର୍ଷର ଶିଶୁ କନ୍ୟା।

ଗୁରୁତର ଅବସ୍ଥାରେ ଶିଶୁକନ୍ୟା ଜଣଙ୍କ ସାଲେପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ ଅଛନ୍ତି। ଶିଶୁକନ୍ୟାଟିର  ଚିକିତ୍ସିତ ପାଇଁ ଅର୍ଥର ଆବଶ୍ୟକତା ଥିବା ବେଳେ ବାପ-ମାଆ ଦିନ ମଜୁରିଆ ହୋଇଥିଲା ବେଳେ ପାଖରେ ଅର୍ଥ ନଥିବାରୁ ଚିକିତ୍ସା ହୋଇପାରୁ ନାହିଁ। ସରକାରୀ ସହାୟତା ମିଳିଲେ, ପିଲାଟିର ଉତ୍ତମ ଚିକିତ୍ସା ହୋଇପାରନ୍ତା ବୋଲି ଗ୍ରାମବାସୀଙ୍କ ସମେତ ବାପା-ମାଆ କହିଛନ୍ତି।

ଯଦି କୌଣସି ସହୃଦୟ ବ୍ୟକ୍ତି ସହଯୋଗର ହାତ ବଢ଼ାଇନ୍ତି ତେବେ ପିଲାଟିର ଚିକିତ୍ସା ହୋଇପାରନ୍ତା। ଯେଉଁ ବ୍ୟକ୍ତିମାନେ ସହଯୋଗ କରିବାକୁ ଚାହୁଁଥିବେ ଏହି Bank SBI, kendupatana Branch. A/c No_ 39165657710, IFSC code-SBIN 0003817 ,Account holder name-Annapurna Bhoi ଡିପୋଜିଟ କରିପାରିବେ। ଯଦି ପିଲା ସଂପର୍କରେ କୌଣସି ସୂଚନା ଜାଣିବାକୁ ଚାହୁଁଥିଲେ Mob.No-7735786817 ଯୋଗାଯୋଗ କରିପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.