ଆତଙ୍କବାଦୀଙ୍କ ଗୁଳିରେ ଜେଜେବାପା ନିହତ : ଶିଶୁକୁ କୋଳରେ ଧରିଥିବା ଯବାନଙ୍କ ଫଟୋ ଓ ଭିଡିଓ ଭାଇରାଲ

Published By : Prameya-News7 Bureau | July 01, 2020 IST

ଶ୍ରୀନଗର ୦୧/୦୭ : ଜାମ୍ମୁ କାଶ୍ମୀର ସୋପୋର ଜିଲ୍ଲାରେ ସିଆରପିଏଫ ଯବାନଙ୍କ ଉପରେ ଆତଙ୍କବାଦୀ ହମଲା କରିଥିଲେ | ଏଥିରେ ସିଆରପିଏଫର ୧୭୯ ବାଟାଲିୟନର ହେଡ଼ କନଷ୍ଟେବଳ ଶହୀଦ ହୋଇଛନ୍ତି | ହମଲାରେ ଜଣେ ବୟସ୍କ ବ୍ୟକ୍ତି ମଧ୍ୟ ନିହତ ହୋଇଛନ୍ତି | ସୋସିଆଲ ମିଡ଼ିଆରେ ଏକ ଫଟୋ ଖୁବ ଭାଇରାଲ ହେଉଛି | ଏନକାଉଣ୍ଟର ମଧ୍ୟରେ ଜଣେ ସିଆରପିଏଫ ଯବାନ ଏକ ଶିଶୁକୁ ରକ୍ଷା କରି ତାକୁ ସୁରକ୍ଷିତ ସ୍ଥାନରେ ପହଞ୍ଚାଇଥିଲେ |

{"id":294208,"sizeSlug":"large"}

ମିଡ଼ିଆ ରିପୋର୍ଟ ଅନୁଯାୟୀ, ଶିଶୁର ବୟସ ୩ ବର୍ଷ | ସେ ସକାଳେ ନିଜ ଜେଜେବାପାଙ୍କ ସହ ଘରୁ ବାହାରକୁ ଯାଇଥିଲା | ହଠାତ ଫାଇରିଙ୍ଗ ଆରମ୍ଭ ହୋଇଯାଇଥିଲା | ଫାଇରିଙ୍ଗରେ ଶିଶୁର ଜେଜେବାପାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା | ଏହାପରେ ଯବାନ ଶିଶୁକୁ ସେଠାରୁ ସୁରକ୍ଷିତ ନେଇ ଆସିଥିଲେ | ସୋସିଆଲ ମିଡ଼ିଆରେ ଯବାନଙ୍କ ସହିତ ଶିଶୁର ଅନେକ ଫଟୋ ଭାଇରାଲ ହୋଇଛି ଏବଂ ଖୁବ ମାତ୍ରାରେ ସେୟାର କରାଯାଉଛି |

wp:core-embed/twitter {"url":"https://twitter.com/i/status/1278198103661674497","type":"rich","providerNameSlug":"twitter","className":""}
https://twitter.com/i/status/1278198103661674497
/wp:core-embed/twitter

ଶିଶୁ ରକ୍ତ ଜୁଡୁବୁଡୁ ନିଜ ଜେଜେବାପାଙ୍କ ମୃତଦେହ ପାଖରେ ବସିଥିବାର ଦେଖିବାକୁ ମିଳିଥିଲା | ଗୁଳି ଶବ୍ଦରେ ଶିଶୁ ଜୋର ଜୋରରେ କାନ୍ଦୁଥିଲେ | ଠିକ ସେତିକିବେଳେ ଜଣେ ଯବାନ ଦଉସି ଆସି ଶିଶୁକୁ ନିଜ କୋଳରେ ଉଠାଇ ନେଇଥାନ୍ତି | ନିରୀହ ଶିଶୁ ସହ ଯବାନଙ୍କ ଏହି ଫଟୋ ବର୍ତ୍ତମାନ ଖୁବ ଭାଇରାଲ ହେବାରେ ଲାଗିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.