Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ରାଜ୍ୟ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ଗାଡ଼ି ଆଗରେ ପ୍ରତିବାଦ, କଳା ପତାକା ଦେଖାଇ ୩ ଅଟକ

6/11/2021 at 6:15 PM

ଢେଙ୍କାନାଳ, ୦୬।୧୧: ଓଡ଼ିଶା ରାଜ୍ୟ ରାଜସ୍ୱ ଓ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁଦାମ ମାରାଣ୍ଡି ଆଜି ଅପରାହ୍ନରେ ଢେଙ୍କାନାଳ ଗ୍ରସ୍ତରେ ଆସିଥିବାବେଳେ କେତେକ ଯୁବକ ତାଙ୍କୁ କଳା ପତାକା ଦେଖାଇ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି । ଫଳରେ ପ୍ରିୟବ୍ରତ ଗଡନାୟକ ନାମକ ଯୁବକ ଓ ତାର ସାଥି ଦୁଇଜଣଙ୍କୁ ଟାଉନ ପୋଲିସ କାବୁ କରି ଅଟକ ରଖିଛି । ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରାଜସ୍ୱ ସମୀକ୍ଷା ବୈଠକରେ ଯୋଗ ଦେବାକୁ ଯିବା ସମୟରେ ଛପି ରହିଥିବା ଏହି ଯୁବକ ତିନିଜଣ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ତାଙ୍କ ଗାଡି ସମ୍ମୁଖରେ କଲା ପତାକା ଦେଖାଇ ପ୍ରତିବାଦ ପ୍ରଦର୍ଶନ କରିଥିଲେ ।

ଢେଙ୍କାନାଳର ପୂର୍ବତନ ଉପଜିଲ୍ଲାପାଳ ତଥା ବର୍ତ୍ତମାନ ଢେଙ୍କାନାଳରେ ଅବସ୍ଥାପିତ ଥିବା ଡିଆରଡିଏର ପ୍ରକଳ୍ପ ନିର୍ଦ୍ଦେଶକ ସାଫଲ୍ୟ ମଣ୍ଡିତ ପ୍ରଧାନଙ୍କୁ ଗିରଫ ଓ ନିଲମ୍ବିତ ପାଇଁ ଏହି ଯୁବକମାନେ ନାରବାଜି କରିଥିଲେ । ଢେଙ୍କାନାଳ ସହରର ଏକ ଜନଗହଳି ପୂର୍ଣ୍ଣ ସ୍ଥାନରେ ଥିବା ଦେବୋତ୍ତର ବିଭାଗର ଜଳାଶ୍ରୟର କିଶମ ପରିବର୍ତ୍ତନ କରି ଘର କରାଯାଇଥିବା ଘଟଣାକୁ ନେଇ ଏହି କଳାପତାକା ପ୍ରଦର୍ଶନ କରିଥିବା ଜଣାପଡ଼ିଛି । ଏହି ଘଟଣାରେ ପୂର୍ବତନ ଉପଜିଲ୍ଲାପାଳ ତଥା ଦେବୋତ୍ତର ଅଧିକାରୀ ସାଫଲ୍ୟ ମଣ୍ଡିତ ପ୍ରଧାନଙ୍କ ଭୂମିକା ସନ୍ଦେହ ଜନକ ଥିବାରୁ ଏହି ଯୁବକମାନେ ମନ୍ତ୍ରୀଙ୍କୁ ଏପରି କଳାପତାକା ଦେଖାଇ ପ୍ରତିବାଦ କରିଥିବା ଜଣାପଡିଛି ।

   Related Posts