କରୋନା ଭାଇରସ୍ ଗୀତର ନେଗେଟିଭ ଇମ୍ପାକ୍ଟ : ଝିଅଙ୍କୁ କମେଣ୍ଟ କରି ଛେଚା ଖାଇଲେ ୩ ଯୁବକ,ସେପଟେ ସୋସିଆଲ ମିଡିଆରେ ଦୁଃଖପ୍ରକାଶ କଲେ ହ୍ୟୁମାନ ସାଗର

Published By : Prameya-News7 Bureau | March 18, 2020 IST

ଭୁବନେଶ୍ବର ୧୮/୩: କରୋନା ଭାଇରସ ସଂକ୍ରମଣକୁ ନେଇ ସବୁଠି ଆଶଙ୍କା ଓ ଭୟ ଥିବାବେଳେ ଓଲିଉଡ୍‌ କଣ୍ଠଶିଳ୍ପୀ ହ୍ୟୁମାନ୍‌ ସାଗର ଗାଇଥିବା ଝିଅ ନୁହେଁ ତୁ କରୋନା ଭାଇରସ ଗୀତକୁ ନେଇ ନୂଆ ବିବାଦ ସାମ୍ନାକୁ ଆସିଛି । ମଙ୍ଗଳବାର ରାତିରେ ରାଜଧାନୀର କଳ୍ପନା ଛକରେ ଥିବା ପେଟ୍ରୋଲ ପମ୍ପରେ ୩ଜଣ ଯୁବକ କିଛି ଝିଅଙ୍କୁ କରୋନା ଭାଇରସ କମେଣ୍ଟ କରି ନିର୍ଧୁମ୍‌ ଛେଚା ଖାଇଛନ୍ତି ।ଏହି ଘଟଣାରେ ସଂପୃକ୍ତ ପେଟ୍ରୋଲ ପମ୍ପର ଜଣେ କର୍ମଚାରୀଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ ।

{"id":240483,"sizeSlug":"large"}

କିଛି ଲୋକଙ୍କ ପାଇଁ ଏଣ୍ଟରଟେନ୍‌ମେଣ୍ଟର ଖୋରାକ୍‌ ଯୋଗାଇଛି କରୋନା ଟେନସନ । କରୋନା ଭାଇରସ ସଂକ୍ରମଣକୁ ନେଇ ସବୁଠି ଟେନସନ୍‌ ଥିବା ବେଳେ ଓଲିଉଡ୍‌ କଣ୍ଠଶିଳ୍ପୀ ହ୍ୟୁମାନ୍‌ ସାଗର ଗାଇଥିବା ଝିଅ ନୁହେଁ ତୁ କରୋନା ଭାଇରସ ଗୀତକୁ ନେଇ ନୂଆ ବିବାଦ ସାମ୍ନାକୁ ଆସିଛି । ମଙ୍ଗଳବାର ରାତିରେ ରାଜଧାନୀର କଳ୍ପନା ଛକରେ ଥିବା ପେଟ୍ରୋଲ ପମ୍ପରେ ୩ଜଣ ଯୁବକ କିଛି ଝିଅଙ୍କୁ କରୋନା ଭାଇରସ କମେଣ୍ଟ କରି ନିର୍ଧୁମ୍‌ ଛେଚା ଖାଇଛନ୍ତି । ପୂରା ଘଟଣା ପେଟ୍ରୋଲ ପମ୍ପରେ ଥିବା ସିସିଟିଭିରେ କଏଦ ହୋଇଛି । ପୋଲିସ  ସଂପୃକ୍ତ ପେଟ୍ରୋଲ ପମ୍ପର ଜଣେ କର୍ମଚାରୀଙ୍କୁ ଅଟକ ରଖି ପଚରାଉଚରା ଚଳାଇଥିବା ବେଳେ ତିନିଟି ପୃଥକ୍‌ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

{"id":240487,"sizeSlug":"large"}

ଏଭଳି ଏକ ସମ୍ବେଦନଶୀଳ ମୁହୂର୍ତ୍ତରେ ଏଭଳି ଏକ ଗୀତ ଗାଇ ମହିଳାଙ୍କ ପ୍ରତି ଅସମ୍ମାନ ପ୍ରଦର୍ଶନ କରିଥିବା ଅଭିଯୋଗ କରି ହ୍ୟୁମାନ୍‌ ସାଗରଙ୍କ ବିରୋଧରେ ଡିସିପି ଅଫିସରେ ଏତଲା ଦେଇଛନ୍ତି ବିଭିନ୍ନ ସଂଗଠନ ।

{"id":240488,"sizeSlug":"large"}

ସେପଟେ ଝିଅ ନୁହେଁ ତୁ କରୋନା ଭାଇରସ ଗୀତକୁ ନେଇ ଏଭଳି ବିବାଦ ସୃଷ୍ଟି ହେବା ପରେ ସୋସିଆଲ୍‌ ମିଡିଆରେ ଏହାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଓଲିଉଡ୍‌ କଣ୍ଠଶିଳ୍ପୀ ହ୍ୟୁମାନ୍‌ ସାଗର ।

{"id":240489,"width":590,"height":419,"sizeSlug":"large"}

ଯେତେବେଳେ କରୋନାକୁ ନେଇ ସାରା ବିଶ୍ବ ବିବାଦରେ ଅଛି । ଏହାକୁ ନେଇ ଆମ ରାଜ୍ୟରେ ମଧ୍ୟ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ନିଆଯାଉଛି । ଲୋକଙ୍କୁ ସଚେତନ କରାଯାଉଛି । ଠିକ୍‌ ସେତିକିବେଳେ ଏଥିରୁ ଏଣ୍ଟରଟେନ୍‌ମେଣ୍ଟର ଫାଇଦା ନେବାକୁ ଚେଷ୍ଟା କରିଥିବା କିଛି ସୋ-କଲଡ୍‌ କଳାକାରଙ୍କୁ ସମାଲୋଚନାର ସାମ୍ନା କରିବାକୁ ପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.