୩ ଆଦିବାସୀ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ
2/11/2019 at 5:17 PM

ନୀଳଗିରି ୨।୧୧: ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଅଧିନ ସିନ୍ଦୁରିଆ ଗ୍ରାମରେ ତିନିଜଣ ଆଦିବାସୀ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ ହୋଇଛି । ଏପରିକି ଜଣେ ଗୁରୁତର ହୋଇ ନୀଳଗିରି ଡାକ୍ତରଖାନାରେ ଚିକିତ୍ସିତ ହୋଇଥିବାବେଳେ ଏନେଇ ନୀଳଗିରି ଥାନାରେ ଅଭିଯୋଗ ହୋଇଛି।

ସୂଚନାଯୋଗ୍ୟ ଯେ, ସିଆଡିମାଳ ପଂଚାୟତ ଅଧିନ ଏହି ଗ୍ରାମରେ ଭୁରି ସିଂଙ୍କ ଜମିରେ ଗତକାଲି ସେହିଗ୍ରାମର ମହେଶ୍ୱର ସିଂଙ୍କ ଛେଳି ଧାନଗଛ ଖାଉଥିବାବେଳେ ସେ ଘଉଡ଼ାଇ ପ୍ରତିବାଦ କରିଥିଲେ। ଏପରିକି ତାଙ୍କ ଦୁଇପୁଅ ଓ ତାଙ୍କ ସ୍ତ୍ରୀ ସହିତ ଆସି ତାଙ୍କୁ ମାଡ଼ମାରିଥିଲେ। ଗ୍ରାମବାସୀ ଛଡାଇବା ପରେ ଘଟଣାକୁ ନେଇ ଗାଁରେ ସମାଧାନ ହେଉଥିଲା। ପରେ ଜାଉଁରୀ ଗ୍ରାମର ଚୈତନ୍ୟ ସିଂ (୨୫), ବାପି ସିଂ (୨୨) ଓ ଗଣେଶ ସିଂ (୨୫) ଆସି ଭୁରି ସିଂଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଏପରିକି ତାଙ୍କ ଭାଇ ଶୁକୁରା ଓ ଉଜ୍ଜଳ ପ୍ରତିବାଦ କରିବା ବେଳକୁ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ ଭୁରି ସିଂର ମୁଣ୍ଡ ଓ ପିଠିରେ ଗଭୀର ଆଘାତ ଲାଗିଥିବା ବେଳେ ସେ ନୀଳଗିରିର ଡାକ୍ତରଖାନାରେ ଚିକିତ୍ସିତ ହେବା ସହିତ ନ୍ୟାୟ ପାଇଁ ନୀଳଗିରି ଥାନାର ଦ୍ବାରସ୍ଥ ହୋଇଛନ୍ତି।