କେନ୍ଦୁଝର ଚମ୍ପୁଆ ବନଖଣ୍ଡରେ ହାତୀ ଲାଞ୍ଜ ଟାଣି ୩ ଯୁବକ ଗିରଫ ; ଭିଡିଓ ହେଲା ଭାଇରାଲ

Published By : Prameya-News7 Bureau | October 30, 2018 IST

କେନ୍ଦୁଝର ୩୦/୧୦ : ଜଙ୍ଗଲ ଭିତରେ ପଶି ହାତୀର ଲାଞ୍ଜ ଟାଣି ହାତୀକୁ ଉତ୍ତେଜିତ କରି ଭିଡିଓ ଭାଇରାଲ କରିବା ପଡିଲା ମହଙ୍ଗା । ବନ ବିଭାଗ ଦ୍ବାରା 3 ଯୁବକ ଗିରଫ ହୋଇଛନ୍ତି । କେନ୍ଦୁଝର ଜିଲ୍ଲାର କିଛି କିଛି ଅଂଚଳରେ ବର୍ଷ ତମାମ ହାତୀ ମାନଙ୍କର ଚଳପ୍ରଚଳ ହୋଇଥାଏ ଓ ଏହି ଧାନ ପାଚାବା ସମୟରେ ହାତୀ ଙ୍କର ସଂଖ୍ୟା ବଢି ୨୦୦ ଟପିଯାଏ । ଗତକିଛି ବର୍ଷ ହବେ ଚମ୍ପୁଆ ଅଂଚଳରେ ହାତୀଙ୍କର ସଂଖ୍ୟା ବଢିଛି । ଆଉ ଏହାର ସୁଯୋଗ ନେଇ କିଛି ଯୁବକ ଜଙ୍ଗଲ ଭିତରେ ପଶି ହାତୀ ଙ୍କ ସହ ଲାଗି ତାଙ୍କୁ ଉତେଜିତ କରିବା ଦେଖିବାକୁ ମିଳୁଛି । ଏହି ଯୁବକ ଦଳ କିଛି ଦିନ ହେବ କେତେବେଳେ ହାତୀ ପାଖକୁ ଯାଇ ହାତୀକୁ ବାଡ଼ିରେ ପିଟିବା ତ କେତେବେଳେ ହାତୀ ପାଖକୁ ଯାଇ ତା ଲାଙ୍ଗୁଡ ଟାଣି ସେଲଫି ଉଠାଇ ହାତୀଙ୍କର ଶାନ୍ତି ଭଙ୍ଗ କରିବା ସହ ତାଙ୍କୁୁ ଉତେଜିତ କରିବା ଦେଖିବାକୁ ମିଳିଛି । ହେଲେ ଗତ କିଛି ଦିନ ତଳେ ଚମ୍ପୁଆ କଇଁତା ଜଙ୍ଗଲରେ ୨୩ ଟି ହାତୀ ଡେରା ପକାଇଥିବା ବେଳେ ବନ ବିଭାଗ ସହ ସ୍ଥାନୀୟ ଲୋକେ ମିଶି ହାତୀଙ୍କ ଉପରେ ନଜର ରଖିଥିଲେ । ହେଲେ ଏହି ସମୟରେ ସେହି ଉତ୍ସୁଙ୍ଖଳିତ ଯୁବକଙ୍କ ମଧ୍ୟରୁ କିଛି ଯୁବକ ଏକ ହାତୀ ପାଖକୁ ଯାଇ ତାର ଲାଙ୍ଗୁଡକୁ ଟାଣି ତାକୁ ଉତେଜିତ କରିବାରେ ଲାଗିପଡଲା ଓ କିଛି ଯୁବକ ମଧ୍ୟ ତାକୁ ଉସୁକାଇବା ସହ ତାର ଭିଡିଓ ଉତୋଳନ କରିବାରେ ଲାଗିପଡିଲେ । ବନ ବିଭାଗ ଓ ସ୍ଥାନୀୟ ଲୋକେ ଯେତେ ବାରଣ କଲେ ମଧ୍ୟ ମାନିଲେ ନାହିଁ । ହାତୀ ମଧ୍ୟ ଉତେଜିତ ହୋଇ ତାଙ୍କୁ ମାରିବାକୁ ଗୋଡାଉଥିବାର ଦୃଶ୍ୟ ଏହି ଭିଡିଓରେ ରହିଛି । ଶେଷରେ ବନ ବିଭାଗ ପକ୍ଷରୁ ଗତକାଲି ଏହି ଯୁବକଙ୍କ ମଧ୍ୟରୁ ତିନି ଜଣଙ୍କ ଉପରେ କାର୍ଯୟାନୁଷ୍ଠାନ ଆରମ୍ଭ ହୋଇଛି । ବନ୍ୟ ଜନ୍ତୁ ସୁରକ୍ଷା ଆକ୍ଟ ୧୯୭୨ ଅନୁସାରେ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଗିରଫମାନେ ହେଲେ ଚମ୍ପୁଆରେ ରହୁଥିବା ମୁର୍ଶିଦାବାଦ ଅଂଚଳର ଅବଦୁଲ ହାଲିମ, ସାହିର ଏମ୍.ଡି.ଇସମାଇଲ ଓ ରଜିଆ ଅନ୍ଚଳର ଦେବାସିଷ ବହେରା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.