ଚଣ୍ଡିଗଡ ସେକ୍ଟର-୩୨ ଗେଷ୍ଟ ହାଉସ୍‌ରେ ଅଗ୍ନିକାଣ୍ଡ, ଜଳିଗଲେ ୩ ଯୁବତୀ

Published By : Prameya-News7 Bureau | February 22, 2020 IST

ଚଣ୍ଡିଗଡ ୨୨।୨:  ଚଣ୍ଡିଗଡ ସେକ୍ଟର ୩୨ସ୍ଥିତ ଏକ ଗେଷ୍ଟ ହାଉସ୍‌ରେ ଶନିବାର ଅଗ୍ନିକାଣ୍ଡ ଘଟିଛି। ଫଳରେ ନିଆଁରେ ପୋଡିହୋଇ  ୩ ଜଣ ଯୁବତୀ ପ୍ରାଣ ହରାଇଥିବା ପ୍ରାଥମିକ ସୂଚନାରୁ ଜଣାପଡିଛି। ଯୁବତୀମାନେ ଗେଷ୍ଟ ହାଉସ୍‌ର ପ୍ରଥମ ମହଲାରେ ପେଇଂ ଗେଷ୍ଟ ଭାବେ ରହୁଥିଲେ। ମୃତକମାନଙ୍କ ବୟସ ୧୯ରୁ ୨୨ ବର୍ଷ ମଧ୍ୟରେ ଥିଲା ବୋଲି ଚଣ୍ଡିଗଡ ପୋଲିସ ଅଧିକ୍ଷକ ବିନିତ କୁମାର କହିଛନ୍ତି।

ଗେଷ୍ଟ ହାଉସରେ ନିଆଁ ଲାଗିବାର କାରଣ ଜଣାପଡି ନାହିଁ। ତେବେ ନିଆଁ ଭିଷଣ ରୂପ ଧାରଣ କରିଥିବାରୁ ଘଟଣା ସ୍ଥଳକୁ ୪ଟି ଦମକଳ ପଠାଯାଇଛି। ଦମକଳ ବିଭାଗ କର୍ମଚାରୀମାନେ ନିଆଁକୁ ଆୟତ୍ତ କରିବା ଲାଗି ଉଦ୍ୟମ ଚଳାଇଛନ୍ତି। ନିଆଁ ଆୟତ୍ତ ହେବା ପରେ ସମ୍ପୂର୍ଣ୍ଣ ବିବରଣୀ ଜଣାପଡିବ ବୋଲି ଏସପି କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.