Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟର ସମସ୍ତ ସହରାଞ୍ଚଳରେ ଶନିବାର ଓ ରବିବାର ସଟ୍‌ଡାଉନ୍‌
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୫୦୩ କରୋନା ଆକ୍ରାନ୍ତ
  • ||
  • ଭଦ୍ରକ : ଚାକିରୀରୁ ବିଦା ହେଲେ ରସିକିଆ ଶିକ୍ଷକ, ହ୍ବାଟସଆପ୍ ଗ୍ରୁପରେ ପଠାଇଥିଲେ ନିଜ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ
  • ||
  • ଆନନ୍ଦପୁର : ବାଲି ଗାଡି ମାଲିକଙ୍କୁ ହାବିଲଦାର ମାଗୁଥିଲେ ଚାନ୍ଦା, ଆଜି ଶୁଣିଲା ପରେ ଏସପି କଲେ ସସପେଣ୍ଡ
  • ||
  • ସମ୍ବଲପୁର : ବିଗୁଡୁଛି କରୋନା ସ୍ଥିତି : ଭୀମସାର କୋଭିଡ୍ ହସ୍ପିଟାଲର ବଢିବ ଶଯ୍ୟା, ଚାଲିଛି ଦ୍ବିତୀୟ ହସ୍ପିଟାଲ କାମ
  • ||
  • ଜଳେଶ୍ବର : ବସ୍ତା ଷ୍ଟେସନରେ ଏକ୍ସପ୍ରେସ୍ ଟ୍ରେନ୍ ରହଣି ଦାବି, ରେଳରୋକ କଲେ ସ୍ଥାନୀୟ ବାସିନ୍ଦା
  • ||
  • ମହାକାଳପଡା : କେନ୍ଦ୍ରାପଡାରେ ତାଣ୍ଡବ ରଚିଲା କାଳବୈଶାଖୀ, ବଜ୍ରପାତରେ ଚାଲିଗଲା ଜଣଙ୍କ ଜୀବନ
  • ||
  • ଖଲ୍ଲିକୋଟ : ବରଗଛ ମୂଳରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର
  • ||
  • ନବରଙ୍ଗପୁର : ୧୦ଦିନ ପରେ ହୋଇଥାନ୍ତା ବାହାଘର, ଗଛରେ ଓଢଣୀ ବାନ୍ଧି ପ୍ରେମିକ ସହ ଝୁଲିପଡିଲେ ଯୁବତୀ
  • ||
  • ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ଙ୍କ ଭାରତ ଗସ୍ତ ବାତିଲ
  • ||

ଅଶ୍ଲୀଳ ଭିଡିଓ You Tubeରେ ଅପଲୋଡ କରି କୋଟିକୋଟି ଟଙ୍କା କମାଉଥିବା ରାକେଟ୍‌ର ପର୍ଦ୍ଦାଫାସ,୩ ଗିରଫ

27/02/2021 at 9:03 PM

ମୁମ୍ବାଇ ୨୭।୨: କ୍ରାଇମବ୍ରାଞ୍ଚର ସାଇବର ପୋଲିସ ୟୁଟ୍ୟୁବ ଚଳାଉଥିବା ୩ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ପ୍ରାଙ୍କ ନାମରେ ନଗ୍ନ ଭିଡିଓ ସୁଟିଂ କରି ୟୁଟ୍ୟୁବରେ ଅପଲୋଡ କରୁଥିଲେ। ଯାହାକୁ ସେମାନେ ସୋସିଆଲ ମିଡିଆରେ ସେୟାର କରି କୋଟି କୋଟି ଟଙ୍କା ଆୟ କରୁଥିଲେ ବୋଲି ପ୍ରାରମ୍ଭିକ ଯାଞ୍ଚରୁ ଜଣାପଡିଛି।

ଗିରଫ ୩ ଅଭିଯୁକ୍ତ ହେଲେ ଠାଣେର ମୁକେଶ ଗୁପ୍ତା, ଜିତେନ୍ଦ୍ର ଗୁପ୍ତା ଓ ନଟ୍‌ଖଟ୍‌ ଓରଫ ପ୍ରିନ୍ସ କୁମାର। ଜିତେନ୍ଦ୍ର ବିଏଚ୍ଏମଏସ୍‌ ଦ୍ୱିତୀୟ ବର୍ଷ ଛାତ୍ର ହୋଇଥିବା ବେଳେ ନଟ୍‌ଖଟ୍‌ ବିଏମଏମ ଦ୍ୱିତୀୟବର୍ଷ ଛାତ୍ର ଥିଲେ। ପ୍ରାଥମିକ ଯାଞ୍ଚରୁ ପ୍ରାଙ୍କ ନାମରେ ଏମାନେ ଅଶ୍ଲୀଳ ଭିଡିଓ କରି କୋଟି କୋଟି ଟଙ୍କା ଆୟ କରିଥିବାର ଜଣାପଡିଛି।

କରୋନା ଲକଡାଉନର ଉଠାଇଥିଲେ ଭରପୁର ସୁଯୋଗ
ସାରା ଦେଶ ଯେତେବେଳେ ଲକଡାଉନ୍‌ ଥିଲା ଏମାନେ ପୁଳାପୁଳା ଅନସେନସର୍ଡ ଭିଡିଓ ୟୁଟ୍ୟୁବରେ ଅପଲୋଡ କରି ଏଗୁଡିକୁ ସୋସିଆଲ ମିଡିଆରେ ଭାଇରଲ କରାଇଥିଲେ। କାମଧନ୍ଦା ନଥିବାରୁ ଘରେ ଉଦାସ ବସିଥିବା ଲୋକେ ଏମାନଙ୍କ ଭଡିଓ ଦେଖିଥିବା ବେଳେ ଏହି ଗୋଷ୍ଠୀ ୨ କୋଟିରୁ ଅଧିକ ଟଙ୍କା କମାଇଥିବା କ୍ରାଇମବ୍ରାଞ୍ଚ ଜଏଣ୍ଟ କମିସନର ମିଲିନ୍ଦ ଭରାମ୍ବେ କହିଛନ୍ତି।

ଗୋଟିଏ ଗୋଟିଏ ଭିଡିଓ ଲାଗି ୨ରୁ ୫ ହଜାର ଖର୍ଚ୍ଚ ଆୟ ୫୦ ହଜାର
ଏହି ୟୁଟ୍ୟୁବର ଗୋଷ୍ଟୀ ବେଶ୍ ସତର୍କତାର ସହ କାମ କରୁଥିଲେ। ଏମାନେ ଅଭିନୟ ବାହାନାରେ ଯୁବତୀଙ୍କୁ ଡକାଇ ପ୍ରାଙ୍କ ସୁଟିଂ ନାମରେ ସର୍ବସାଧାରଣ ସ୍ଥାନରେ ମୌଳିକ ସୁଟିଂ ସବୁ କରୁଥିଲେ। ବାକି ନଗ୍ନତା ସେମାନେ ବନ୍ଦ ଦ୍ୱାର ଭିତରେ ସୁଟିଂ କରି ଏଡିଟରେ ଆହୁରି ଅଧିକ ନଗ୍ନ କରିଦେଉଥିଲେ। ଯାହାକୁ ୟୁଟ୍ୟୁବରେ ଅପଲୋଡ କରୁଥିଲେ। ଏଥିପାଇଁ ସେମାନେ କଳାକାର ପିଛା ୫ଶହରୁ ୧୫ଶହ ଟଙ୍କା ବ୍ୟୟ କରିବା ବେଳେ ପାଖାପାଖି ୫ ହଜାର ଟଙ୍କା ଖର୍ଚ୍ଚ କରୁଥିଲେ। ୟୁଟ୍ୟୁବରେ ଅପଲୋଡ ପରେ ଏଥିରୁ ବିଜ୍ଞାପନ ବାବଦେ ଲକ୍ଷଲକ୍ଷ ଟଙ୍କା ଆୟ କରୁଥିଲେ। 

ଏପର୍ଯ୍ୟନ୍ତ ମିଳିଲାଣି ୧୭ ଚାନେଲର ଠିକଣା
ପୋଲିସ ନଗ୍ନ ପ୍ରାଙ୍କ ଭିଡିଓର ଯାଞ୍ଚ କରି ଏପର୍ଯ୍ୟନ୍ତ ୧୭ ଜଣ ୟୁଟ୍ୟୁବରଙ୍କୁ ଚିହ୍ନଟ କରିଥିବା କହିଛି। ୩ ଜଣ ଗିରଫ ହୋଇଥିବା ବେଳେ ଅନ୍ୟ ୧୪ ଜଣ ଏବେବି ପୋଲିସକୁ ଚକମା ଦେଇ ବୁଲୁଛନ୍ତି। ଏମାନେ ଅନୁନ୍ୟ ୩୦୦ରୁ ଅଧିକ ଭିଡିଓ ଅପଲୋଡ କରିଥିବାର ଆଶଙ୍କା କରାଯାଉଛି। ଏହି ସବୁ ୟୁଟ୍ୟୁବ ଚାନେଲକୁ ବନ୍ଦ କରିବା ଲାଗି ପୋଲିସ ୟୁଟ୍ୟୁବ୍କୁ ନିର୍ଦ୍ଦେଶ ଦେଇଥିବା ବେଳେ ମାମଲାର ତଦନ୍ତ ଜାରି ରହିଛି।

   Related Posts