ଅମୃତସର ୨୯/୪: ଅମୃତସରରେ ରବିବାର ଏକ ଖାଲି ପଡ଼ିଥିବା ଘରେ ଏକ ୩ବର୍ଷ ଶିଶୁର ମୃତଦେହ ମିଳିବା ପରେ ଏହି ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି। ଜଣା ପଡ଼ିଛି ଯେ ଏହି ଶିଶୁ ଶନିବାରଠୁ ଘରୁ ନିଖୋଜ ଥିଲା। ଏବେ ଏହି ହତ୍ୟା ଘଟଣାରେ ପଡ଼ିଶା ଘରେ ରହୁଥିବା ଜଣେ ସିକ୍ୟୁରିଟି ଗାର୍ଡ଼ଙ୍କୁ ଦାୟୀ କରାଯାଉଛି। ସ୍ଥାନୀୟ ଲୋକଙ୍କ କହିବାନୁସାରେ ଏହି ଶିଶୁକୁ ହତ୍ୟା କରିଥିବା ଯୁବକ ତାନ୍ତ୍ରିକ କ୍ରିୟା କରୁଥିଲା। ଏହାପରେ ପୋଲିସ୍ ଯୁବକକୁ ଗିରଫ କରିବା ପରେ ସେ ନିଜ ଦୋଷ ସ୍ବୀକାର କରିଛି। ବର୍ତମାନ ପୋଲିସ୍ ଏହି ଘଟଣାକୁ ନେଇ ଅଧିକ ତଦନ୍ତ ଚଳାଇଛି।
{"id":108702,"width":596,"height":447}ଏହି ଘଟଣା ଘଟିଛି ଅମୃତସରର ପଣ୍ଡାରୀ ଗାଁରେ। ଏଠାରେ ରହୁଥିବା ସୁରଜିତ ସିଂହ କହିଛନ୍ତି ଯେ ତାଙ୍କର ୩ବର୍ଷର ପୁଅ ତେଜପାଲ ଶନିବାର ଦ୍ବିପ୍ରହର ପାଖାପାଖି ୧ଟାରେ ଘରୁ ଖେଳିବାକୁ ବାହାରିଥିଲା। ଏହାପରେ ସେ ଦୀର୍ଘ ସମୟ ଯାଏଁ ନଫେରିବାରୁ ପରିବାର ଲୋକେ ତାକୁ ଦିନସାରା ଖୋଜିଥିଲେ। ରବିବାର ପାଖରେ ଥିବା ଏକ ଖାଲି ପଡ଼ିଥିବା ଘରେ ୩ବର୍ଷର ଶିଶୁର ମୃତଦେହ ମିଳିବା ଖବର ମିଳିବାରୁ ପରିବାର ଲୋକେ ସେଠାରେ ପହଞ୍ଚିଥିଲେ। ପୁଅର ମୃତଦେହ ଦେଖି ତାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା। ସୁରଜିତ ସିଂହ ମଧ୍ୟ କହିଛନ୍ତି ଯେ ତାଙ୍କ ପୁଅର ହତ୍ୟା ତାଙ୍କ ଘରେ ପାଖରେ ରହୁଥିବା ସିକ୍ୟୁରିଟି ଗାର୍ଡ଼ ବିଟୁ କରିଛି।
{"id":108703,"width":595,"height":446}ସ୍ଥାନୀୟ ଲୋକେ ମଧ୍ୟ କୁହନ୍ତି ଯେ ବିଟୁ କଳା ଯାଦୁ କରିଥାଏ। ନିଜ ତନ୍ତ୍ର କ୍ରିୟାକୁ ସଫଳ କରିବା ପାଇଁ ସେ ଏହି ଶିଶୁକୁ ହତ୍ୟା କରିଛି। ତାକୁ ଗିରଫ କରାଯିବାରୁ ସେ ମଧ୍ୟ ହତ୍ୟା କରିଥିବା ସ୍ବୀକାର କରିଛି।