ଗାଁ ପୋଖରୀରୁ ମିଳିଲା ୩ବର୍ଷ ଶିଶୁ ପୁତ୍ରର ମୃତଦେହ, ଖେଳୁଥିବା ବେଳେ ହୋଇଥିଲେ ନିଖୋଜ

Published By : Prameya-News7 Bureau | June 09, 2021 IST

ବାସୁଦେବପୁର ୯।୬: ପୋଖରୀରେ ବୁଡି ୩ ବର୍ଷର ଶିଶୁ ମୃତ । ବାଲେଶ୍ବର ଜିଲ୍ଲା ନାୟକାଣିଡିହି ଥାନା ଆନ୍ଦୋଳା ପଞ୍ଚାୟତର ଭଗବାନପୁର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ସୂଚନାଯୋଗ୍ୟ ଯେ, ଗାଁର ପ୍ରଦୀପ ଜେନାଙ୍କ ୩ ବର୍ଷର ପୁଅ ପ୍ରଭୁପଦଙ୍କର ପୋଖରୀରେ ବୁଡି ମୃତ୍ୟୁ ହୋଇଛି । ପ୍ରଭୁପଦ ଘର ଦାଣ୍ଡରେ ପିଲାମେଳରେ ଖେଳୁଥିବା ବେଳେ ହଠାତ ଖେଳୁ ଖେଳୁ ସେ କୁଆଡେ ଚାଲିଯାଇଥିଲା । ପରିବାର ଲୋକେ କିଛି ସମୟ ପରେ ପ୍ରଭୁପଦକୁ ଖୋଜାଖୋଜି କରିଥିଲେ । ହେଲେ ତାକୁ ଦୀର୍ଘ ସମୟ ଧରି ନପାଇବାରୁ ପରେ ଘର ପଛପଟ ପୋଖରୀରେ ପ୍ରଭୁପାଦ ମୁହଁ ମାଡି ଭାସୁଥିବାର ଦେଖିବାକୁ ପାଇଥିଲେ । ପରିବାର ଲୋକେ ତାକୁ ଅଚେତ ଅବସ୍ଥାରେ ଉଦ୍ଧାର କରି ତୁରନ୍ତ  ବାସୁଦେବପୁର ଡାକ୍ତରଖାନା ନେଇଥିଲେ । ହେଲେ ସେଠାରେ ଡାକ୍ତର ପ୍ରଭୁପଦକୁ ମୃତ୍ୟୁ ଘୋଷଣା କରିଥିଲେ । ପୋଲିସ ଖବର ପାଇ ବାସୁଦେବପୁର ଡାକ୍ତରଖାନାରେ ଶବକୁ ଜବତ କରିବା ସହିତ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.