ନିଶାଶକ୍ତ ଅବସ୍ଥାରେ ୩ବର୍ଷର ଶିଶୁ ସହ ଦୁଷ୍କର୍ମ, ଯୁବକ ଗିରଫ
19/11/2019 at 10:37 AM

ପାଟଣା ୧୯।୧୧: ବିହାର ପାଟଣାରେ ୩ବର୍ଷର ଶିଶୁ ସହ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । କାମାନ୍ଧ ଯୁବକ ନିଶାଶକ୍ତ ଅବସ୍ଥାରେ ଶିଶୁଟି ସହ ଦୁଷ୍କର୍ମ କରିଛି । ଅଭିଯୋଗ ପରେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।
ସୂଚନାଯୋଗ୍ୟ ଯେ, ପାଟଣା ବାହାଦୁରପୁର ଥାନା ଅଞ୍ଚଳରେ ନିଶାଶକ୍ତ ଅବସ୍ଥାରେ ଥିବା ଜଣେ ଯୁବକ ୩ବର୍ଷର ଶିଶୁ ସହ ଦୁଷ୍କର୍ମ କରିଛି । ଘର ବାହାରେ ଖେଳୁଥିବା ବେଳେ ଶିଶୁଟିକୁ ଫୁସୁଲାଇ ଉଠାଇ ନେଇଥିଲା ଯୁବକ । ଏକ ନିଛାଟିଆ ସ୍ଥାନରେ ଶିଶୁ ସହ ଦୁଷ୍କର୍ମ କରିଥିବା ଶିଶୁଟିର ପରିବାରଲୋକ ଥାନାରେ ଅଭିଯୋଗ କରିଛନ୍ତି ।
ଶିଶୁଟିକୁ ଘର ବାହାରେ ଦେଖିବାକୁ ନପାଇ ପରିବାରଲୋକ ଖୋଜାଖୋଜି କରିଥିଲେ । ଖୋଜିବା ବେଳେ ପରିବାର ଲୋକ ଦେଖିଥିଲେ ଯେ, ସଂପୃକ୍ତ ଯୁବକ ଜଣଙ୍କ ଶିଶୁଟିକୁ କାଖେଇ ନେଇ ଯାଇଛନ୍ତି । ତାଙ୍କ ନିକଟରୁ ଶିଶୁଟିକୁ ଉଦ୍ଧାର କରି ପରିବାରଲୋକ ଘରକୁ ଆଣିଥିଲେ । ପରେ ଜଣାପଡିଥିଲା ଯେ, ଯୁବକ ଜଣକ ଶିଶୁଟି ସହ ଦୁଷ୍କର୍ମ କରିଛି ।
ଏନେଇ ପରିବାରଲୋକ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଅଭିଯୋଗ ଆଧାରରେ ଯୁବକକୁ ଗିରଫ କରିଛି । ପୋଲିସର ସୂଚନା ଅନୁସାରେ ଯୁବକ ଜଣକ ନିଶାଶକ୍ତ ଅବସ୍ଥାରେ ଥିଲା । ଗିରଫ ପରେ ଯୁବକକୁ କୋର୍ଟ ଚାଲାଣ କରିଛି ପୋଲିସ ।