୩ ବର୍ଷର ଶିଶୁକନ୍ୟା ନିଖୋଜ, ଖେଳୁଥିବା ବେଳେ କେଉଁଆଡେ ପଳାଇଛନ୍ତି

Published By : Prameya-News7 Bureau | November 05, 2021 IST

ବାଲିପାଟଣା ୫।୧୧: ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ମୁଣ୍ଡହଣାପାଟଣା ଗ୍ରାମରୁ ୩ ବର୍ଷର ଶିଶୁକନ୍ୟା ନିଖୋଜ ହୋଇଛନ୍ତି । ନିଖୋଜ ଶିଶୁକନ୍ୟା ସେହି ଗ୍ରାମର ଅଜୟ ମୁଦୁଲିଙ୍କର ଝିଅ ରଶ୍ମିତା । ଦୀପାବଳିରେ ନିଜ ସାଙ୍ଗମାନଙ୍କ ସହ ରଶ୍ମିତା ଗ୍ରାମରେ ଖେଳୁଥିଲେ । ତା ପରଠାରୁ ସେ ନିଖୋଜ ଅଛନ୍ତି । ପରିବାର ଏବଂ ଗ୍ରାମବାସୀ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳିନଥିଲା ।

ଖବର ପାଇ ବାଲିପାଟଣା ପୋଲିସ ଏବଂ ଅଗ୍ନିଶମ ବାହିନୀ ଗାଁରେ ପହଞ୍ଚି ରଶ୍ମିତାଙ୍କୁ ଠାବ କରିବାକୁ ଚେଷ୍ଟା କରିଥିଲେ । ଘର ପାଖରେ ନିମାପଡ଼ା ମୁଖ୍ୟ କେନାଲ ପ୍ରବାହିତ ହେଉଥିବାରୁ କେନାଲରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିରେ ଅଗ୍ନିଶମ କର୍ମଚାରୀ । ରାତି ଅଧିକ ହେବାରୁ ଅଗ୍ନିଶମ ବାହିନୀ ଫେରିଯାଇଥିଲେ । ପରିବାର ଏବଂ ଗ୍ରାମବାସୀ ରାତି ସାରା ରଶ୍ମିତାଙ୍କୁ ଖୋଜାଖୋଜି କରିଥିଲେ ସୁଧା ତାଙ୍କର ସନ୍ଧାନ ମିଳିପାରି ନଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.