Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ତୁର୍କୀରେ ବଡ ଧରଣର ଭୂକମ୍ପ ପରେ ସୁନାମି: ପ୍ରକୃତି ରଚିଲା ତାଣ୍ଡବଲୀଳା, ୬ ମୃତ, ୨୦୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ବିଜେପିକୁ ତିର୍ତ୍ତୋଲବାସୀ ନିଶ୍ଚୟ ଜିତାଇବେ ଏବଂ ପ୍ରଧାନମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବେ- ଧର୍ମେନ୍ଦ୍ର
  • ||
  • PL 2020: ଗର୍ଜିଲା କ୍ରିସ୍ ଗେଲଙ୍କ ବ୍ୟାଟ୍, ରାଜସ୍ଥାନ ସମ୍ମୁଖରେ ୧୮୬ ରନର ବିଜୟ ଲକ୍ଷ୍ୟ ରଖିଲା କିଙ୍ଗ୍ସ ଏକାଦଶ ପଞ୍ଜାବ
  • ||
  • ଅଟୋକୁ ଧକ୍କା ଦେଲା କାର୍, ଜଣେ ମୃତ, ୪ ଗୁରୁତର
  • ||
  • ବାଇକ୍ ସହ ଧକ୍କା ହୋଇ ରାସ୍ତା କଡକୁ ଖସିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ସେନେଗଲ୍‌ ଉପକୂଳ ସମୁଦ୍ରରେ ବୁଡ଼ିଗଲା ଶରଣାର୍ଥୀଙ୍କ ଡଙ୍ଗା: ୧୪୦ ଜଣଙ୍କ ମୃତ୍ୟୁ, ବଞ୍ଚିଗଲେ ୬୦
  • ||
  • ରାଜଧାନୀରୁ ଆଉ ୮୭ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୨୩୭
  • ||
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||

ନର୍ସଙ୍କ ଅବହେଳାରୁ ୩ବର୍ଷ ଶିଶୁର ଅବସ୍ଥା ସଙ୍କଟାପନ୍ନ, ଇଞ୍ଜେକ୍ସନ ଦେବାବେଳେ ଭାଙ୍ଗି ରହିଯାଇଥିଲା ଛୁଞ୍ଚି

17/10/2019 at 12:38 PM

ଆଠମଲ୍ଲିକ ୧୭।୧୦: ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ୍ ମାଧପୁର ଡାକ୍ତରଖାନାରେ ଜଣେ ନର୍ସଙ୍କ ଅବହେଳାରୁ ୩ ବର୍ଷ ବାଳକ ଗୁରୁତର ହୋଇଛି । ଫଳରେ ଗ୍ରାମାଞ୍ଚଳରେ ସ୍ବାସ୍ଥ୍ୟସେବା ପ୍ରତି ସରକାର କେତେ ଯତ୍ନବାନ ତାହା ସ୍ପଷ୍ଟ ବାରି ହୋଇପଡୁଛି । ସରକାରଙ୍କ 5-T କେତେଦୂର କାମ କରୁଛି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ।

ସୂଚନାଯୋଗ୍ୟ ଯେ, ଆଠମଲ୍ଲିକ ବ୍ଲକ୍ ମାଧପୁର ପଞ୍ଚାୟତର ମୋହନଖଳି ଗ୍ରାମର ସୀତାକାନ୍ତ ପଣ୍ଡା ତାଙ୍କ ୩ବର୍ଷର ପୁଅ ସ୍ବୟମ୍ବିତ ପଣ୍ଡାଙ୍କ ଦେହ ଖରାପ ହେବା ଯୋଗୁଁ ଗତ ୧୫ ଦିନ ତଳେ ମାଧପୁର ଡାକ୍ତରଖାନାକୁ ନେଇଥିଲେ । ଡାକ୍ତରଙ୍କ ପରାମର୍ଶ କ୍ରମେ ମାଧପୁର ଡାକ୍ତରଖାନାର ନର୍ସ ସ୍ବୟମ୍ବିତଙ୍କୁ ଇଞ୍ଜେକ୍ସନ ଦେଇଥିଲେ । ଇଞ୍ଜେକ୍ସନ ଦେବା ସମୟରେ ସ୍ବୟମ୍ବିତଙ୍କ ପିଚାରେ ଚୁଞ୍ଚିଟି ଭାଙ୍ଗି ରାହିଯାଇଥିଲା । ମାତ୍ର ଏ ଘଟଣା ସୀତାକାନ୍ତଙ୍କ ପରିବାର ଲୋକ ଜାଣି ପାରିନଥିଲେ । ଦୁଇଦିନ ପରେ ଇଞ୍ଜେକ୍ସ ଦିଆଯାଇଥିବା ସ୍ଥାନଟି ଫୁଲିବାରୁ ସେମାନେ  ଡାକ୍ତରଙ୍କୁ ଦେଖାଇ ଥିଲେ । ଡାକ୍ତର କହିଥିଲେ ଆଣ୍ଟିବାୟୋଟିକ ଦିଆଯାଇଥିବାରୁ ଫୁଲି ଥାଇପାରେ ବରଫ ଲଗାଇ ଦିଅ ଭଲ ହେଇଯିବ । ଏପରି କରିବା ସତ୍ତ୍ବେ ଫୁଲା ଭଲ ହୋଇନଥିଲା । ଗତକାଲି ରାତିରେ ଇଞ୍ଜେକ୍ସନର ଚୁଞ୍ଚିଟି ସ୍ବୟମ୍ବିତଙ୍କ ଅଣ୍ଡକୋଷ ତଳକୁ ବାହରିବାରୁ ପରିବାର ଲୋକ  ମାଧପୁର ମେଡିକାଲକୁ ଆଣିଥିଲେ । ମାତ୍ର ମାଧପୁର ମେଡିକାଲରେ କେହି ଚିକିତ୍ସା ନକରିବାରୁ ତାଙ୍କୁ ଆଠମଲ୍ଲିକ ମେଡିକାଲକୁ ଅଣାଯାଇଥିଲା । ଆଠମଲ୍ଲିକ ମେଡିକାଲରେ ଇଞ୍ଜେକ୍ସନର ଚୁଞ୍ଚିଟି ବାହାର କରାଯାଇଛି ।

   Related Posts