Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ତିନି ବର୍ଷର ଶିଶୁକୁ ମା କୋଳରୁ ଟେକି ନେଇ ଗଣଦୁଷ୍କର୍ମ, ୫ଦିନ ପରେ ମୁଣ୍ଡବିହୀନ ମୃତଦେହ ଉଦ୍ଧାର

1/08/2019 at 12:25 PM

ଜାମସେଦପୁର ୧|୮:  ଝାଡଖଣ୍ଡ ଟାଟାନଗର ରେଳ ଷ୍ଟେସନରେ ମା’ କୋଳରୁ ତିନି ବର୍ଷର ଶିଶୁକୁ ଟେକି ନେଇ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଖାଲି ସେତିକି ନୁହେଁ, ଦୁଷ୍କର୍ମ ପରେ ପୀଡିତା ଶିଶୁର ମୁଣ୍ଡ କାଟି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ଶିଶୁର ମୃତଦେହ ପୋଲିସ ଜବତ କରି ତଦନ୍ତ ଜାରି ରଖିଛି ।

ସୂଚନାଯୋଗ୍ୟ ଯେ, ଗତ ଜୁଲାଇ ୨୫ତାରିଖରେ ଟାଟାନଗର ଷ୍ଟେସନରୁ ତିନି ବର୍ଷର ଶିଶୁକୁ ଅପହରଣ କରାଯାଇଥିଲା । ଗତ ମଙ୍ଗଳବାର ଦିନ ପୋଲିସ ଟେଲକୋ ଥାନା ଅଞ୍ଚଳରୁ ଶିଶୁଟିର ମୃତଦେହ ଉଦ୍ଧାର କରିଛି । ଶିଶୁର ମୁଣ୍ଡ କାଟି ହତ୍ୟା କରାଯାଇଥିବା ଜଣାପଡିଛି । ପୋଲିସକୁ କେବଳ ଶିଶୁର ମୁଣ୍ଡବିହୀନ ମୃତଦେହ ମିଳିଛି । ରେଲଓ୍ବେ ପୋଲିସ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଦେଇଛି । ପୋଷ୍ଟମର୍ଟମ ପରେ ଘଟଣା ସଂପର୍କରେ ସ୍ପଷ୍ଟ ସୂଚନା ମିଳିପାରିବ ବୋଲି ପୋଲିସ କହିଛି ।

ପୋଲିସର କହିବା ଅନୁସାରେ ଏହି ଘଟଣା ପଛରେ ରିଙ୍କୁ ସାହୁ ଏବଂ ତାର ସାଙ୍ଗ କୈଳାଶର ହାତ ଥିବା ସନ୍ଦେହ କରାଯାଉଛି । ସିସିଟିଭି ଭିଜୁଆଲ ଆଧାରରେ ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ଉଭୟଙ୍କୁ ପଚରାଉଚରା ଜାରି ରଖିଛି ପୋଲିସ । ପୀଡିତା ଶିଶୁର ମୁଣ୍ଡ ଖୋଜା କାମରେ ସନ୍ଧାନୀ କୁକୁର ଲାଗିଛନ୍ତି । 

   Related Posts