୩ବର୍ଷର ଶିଶୁ କନ୍ୟାର ହାତ ପାପୁଲି ନେଇଗଲା ବାର୍‌ହା

Published By : Prameya-News7 Bureau | February 02, 2019 IST

ଖୋର୍ଦ୍ଧା ୨|୨: ବାର୍‌ହା ଆକ୍ରମଣରେ ଛିଣ୍ଡିଗଲା ୩ବର୍ଷର ଶିଶୁ କନ୍ୟାର ହାତ ପାପୁଲି । ଖୋର୍ଦ୍ଧା ଦଧିମାଛଗାଡିଆ କ୍ରସର ନିକଟରେ ଘଟିଛି ଅଭାବନୀୟ ଘଟଣା । କ୍ରସରରେ ଶିଶୁର ବାପା ଓ ମା କାମ କରୁଥିବା ସମୟରେ ଶିଶୁଟି କ୍ରସର ନିକଟରେ ଖେଳୁଥିଲା । ଏହି ସମୟରେ ନିକଟସ୍ଥ ଜଙ୍ଗଲରୁ ଏକ ବାରହା ଆସି ଶିଶୁଟିକୁ କାମୁଡିଦେଇଥିଲା । ଫଳରେ ଶିଶୁଟିର ହାତ ପାପୁଲି ଛିଣ୍ଡି ଯାଇଥିଲା । ଶିଶୁଟିକୁ ଗୁରୁତର ଅବସ୍ଥାରେ ସଙ୍ଗେ ସଙ୍ଗେ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରାଯାଇଥିଲା  । ପରେ ଶିଶୁକୁ ଖୋର୍ଦ୍ଧା ମେଡିକାଲରୁ ଏମ୍‌ସକୁ ସ୍ଥାନାନ୍ତର କରାଯାଇଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.