ଜୟପୁର୯|୯: କୋରପୁଟ ଜିଲ୍ଲା ବୋରିଗୁମ୍ମା ଦିଣ୍ଡାରାଜା ଗୁଡ଼ାରେ ଘଟିଛି ଏକ ଅଭାବନୀୟ ଘଟଣା ।ନିଜ ଘର ନିକଟରେ ଥିବା ଏକ ପାଣିକୁଣ୍ଡ ରେ ବୁଡି ଯାଇ ଜଣେ ୩ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ ହୋଇଛି । ବୋରିଗୁମ୍ମା ନିକଟସ୍ଥ ଦିଣ୍ଡାରାଜା ଗ୍ରାମର କୃପାସିନ୍ଧୁଙ୍କ ୩ ବର୍ଷର ଶିଶୁ ପୁତ୍ର ଶିବ ଆଜି ଦିନ ୧୨ ଟା ସମୟରେ ଘର କାମରେ ବ୍ୟସ୍ତ ଥିବା ମା ର ଦୃଷ୍ଟି ଅଢୁଆଳରୁ ବାହାରକୁ ଚାଲିଯାଇଥିଲେ ।
ଘର ବାହାରେ ଥିବା ପାଣିକୁଣ୍ଡ ମଧ୍ୟରେ ପଶି ବୁଡି ଯାଇଥିଲେ ଶିଶୁ ପୁତ୍ର ଶିବ। ସେପଟେ ମା ନିଜ ପୁଅ କୁ ଖୋଜି ଖୋଜି ପାଣି କୁଣ୍ଡରୁ ଉଦ୍ଧାର କରି ତୁରନ୍ତ ବୋରିଗୁମ୍ମା ମେଡିକାଲ ରେ ଭର୍ତି କରିଥିଲେ । ତେବେ ସେତିକି ବେଳକୁ ଶିଶୁର ମୃତ୍ୟୁ ଘଟିସାରିଥିଲା ।