ପୁଣି ଜେଜେମା’ର ନିଷ୍ଠୁରତା : ୩ ବର୍ଷର ନାତୁଣୀକୁ ବାଡିରେ ନିସ୍ତୁକ ପିଟିଲା, ଭିଡିଓ ଭାଇରାଲ୍

Published By : Prameya-News7 Bureau | August 04, 2019 IST

ଅନୁଗୋଳ ୪|୮: ଅନୁଗୋଳରେ ପୁଣି ଜଣେ ଜେଜେମା’ର ନିଷ୍ଠୁରତା ଦେଖିବାକୁ ମିଳିଛି । ଗଡତରାସରେ ନାତୁଣୀକୁ ଜେଜେମା ପିଟିଥିବା ଅଭିଯୋଗ ହୋଇଛି । ୩ ବର୍ଷର ନାତୁଣୀକୁ ବାଡିରେ ପିଟୁଥିବାର ଦୃଶ୍ୟ ଭାଇରାଲ ହୋଇଛି । ନାତୁଣୀକୁ ଉଦ୍ଧାର କଲା ବନ୍ତଳା ପୋଲିସ । ନାତୁଣୀର ଜେଜେ, ଜେଜେମା' ଓ ବାପାଙ୍କୁ ଥାନାରେ ଅଟକ ରଖିଛି ପୋଲିସ ।

{"id":140724}

ଗତକାଲି ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଗଗାଂଧରପୁର ଗ୍ରାମରେ ବୃନ୍ଦାବତୀ ଚଣ୍ଡ ନାମକ ଜଣେ ମହିଳା ତାଙ୍କର ନାତିଙ୍କୁ ନିସ୍ତୁକ ମାଡ ମାରୁଥିବାର ଭିଡିଓ ଭାଇରାଲ ହୋଇଥିଲା । ଯାହା କି ସମ୍ପୂର୍ଣ୍ଣ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ମହିଳା ଜଣକ ଉକ୍ତ ନାବାଳକର ଜେଜେମା ବୋଲି ଜଣାପଡିଥିଲା । ପିଲାଟିର ମା ବାପା ଘରେ ରହୁନଥିବାରୁ ଜେଜେମା ଜଣଙ୍କ ତାଙ୍କ ନାତିକୁ ବାରମ୍ବାର ଏଭଳି ମାଡ ମାରୁଥିବାର ଅଭିଯୋଗ ହୋଇଥିଲା । ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ ଶିଶୁଟିକୁ ଉଦ୍ଧାର କରିଥିଲେ । ଜେଜେମାଙ୍କୁ ଗିରଫ କରିଥିଲା ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.