୩ ବର୍ଷୀୟ ଆୟାଂଶଙ୍କୁ ଦିଆଗଲା ବିଶ୍ୱର ସବୁଠାରୁ ଦାମୀ ଇଞ୍ଜେକ୍ସନ, ଦାମ ୧୬ କୋଟି

Published By : Prameya-News7 Bureau | June 11, 2021 IST

ହାଇଦ୍ରାବାଦ, ୧୧/୦୬ : ବିଶ୍ୱରେ ଏମିତି କିଛି ରୋଗ ଅଛି ଯାହାର ଚିକିତ୍ସା କରିବା ପାଇଁ ଅନେକ ଟଙ୍କାର ଆବଶ୍ୟକ ପଡିଥାଏ l ଖୁବ କମ ଲୋକ ଏହି ରୋଗ ଗୁଡ଼ିକର ଚିକିତ୍ସା କରାଇ ପାରିଥାନ୍ତି l ହେଲେ ଆଉ କିଛି ଲୋକ ଟଙ୍କା ଅଭାବରୁ ଚିକିତ୍ସା ନକରି ପରି ଭଗବାନଙ୍କ ଉପରେ ଛାଡ଼ି ଦିଅନ୍ତି l ସେହିଭଳି ଏକ ବିରଳ ରୋଗର ଶିକାର ହୋଇଥିଲେ ହାଇଦ୍ରାବାଦର ୩ ବର୍ଷୀୟ ଆୟାଂଶ l ତାଙ୍କୁ Spinal Muscular Atrophy (SMA) ଭଳି ରୋଗ ହୋଇଥିଲା l

ଏଥିପାଇଁ ବିଶ୍ୱର ସବୁଠାରୁ ଅଧିକ ଦାମର ଔଷଧର ଆବଶ୍ୟକ ଥିଲା l ଯାହାର ନାଁ Zolgensma ହୋଇଥିବା ବେଳେ ଏହାର ଦାମ ୧୬ କୋଟି ହୋଇଥିବା ଜଣାପଡ଼ିଥିଲା l କିନ୍ତୁ ତାଙ୍କ ବାପା ମାଆ ଏକ ବେସରକାରୀ ଫାର୍ମରେ ଚାକିରୀ କରୁଥିବାରୁ ଏତେ ଟଙ୍କା ଯୋଗାଡ଼ କରିବା ତାଙ୍କ ପକ୍ଷେ ସମ୍ଭବ ନଥିଲା l ପୁଅର ଚିକିତ୍ସା ପାଇଁ ସେମାନେ ସୋସିଆଲ ମିଡ଼ିଆର ସାହାଯ୍ୟ ନେଇଥିଲେ l କ୍ରାଉଡ ଫଣ୍ଡିଂ ଜରିଆରେ ସେମାନେ ସାଢେ ୩ ମାସ ମଧ୍ୟରେ ଏହି ଟଙ୍କା ଯୋଗାଡ଼ କରିଥିଲେ l ଏଥିରେ ବଡ଼ ବଡ଼ ସେଲିବ୍ରେଟି ମଧ୍ୟ୍ୟ ଟଙ୍କା ଦାନ କରିଥିଲେ l ପାଖାପାଖି ୬୫ ହଜାର ବଦାନ୍ୟ ବ୍ୟକ୍ତିଙ୍କ ସହାୟତାରେ ସେମାନେ ଏହି ଟଙ୍କାରେ ଆୟାଂଶଙ୍କ ପାଇଁ ବିଦେଶରୁ ଔଷଧ ମଗାଇଥିଲେ l

ଏହି ଔଷଧ ଜୁନ ୮ରେ ଆମେରିକାର ନୋଭାର୍ଟିସରୁ ଆସି ହାଇଦ୍ରାବାଦରେ ପହଞ୍ଚିଥିଲା l ଡାକ୍ତରମାନେ ବିଭିନ୍ନ ପରୀକ୍ଷା ନିରୀକ୍ଷା ପରେ ଏହି ଔଷଧ ତାଙ୍କୁ ଦେଇଥିଲେ l ତାଙ୍କର ଇମ୍ମ୍ୟୁନିଟି ସିଷ୍ଟମ ଦୁର୍ବଳ ଥିବାରୁ ତାଙ୍କର ଉପଯୁକ୍ତ ଯତ୍ନ ନେବାକୁ ଡାକ୍ତର କହିଛନ୍ତି l ପାଖାପାଖି ଦୁଇ ମାସ ପର୍ଯ୍ୟନ୍ତ ତାଙ୍କୁ ଏକ ପ୍ରକାର କ୍ୱାରେଣ୍ଟିନରେ ରଖିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି l ତେବେ ଆୟାଂଶଙ୍କ ପିତା ଯୋଗେସ ଗୁପ୍ତା ଏ ନେଇ ଟଙ୍କା ଦାନ କରିଥିବା ସମସ୍ତ ବ୍ୟକ୍ତିଙ୍କୁ କୃତଜ୍ଞତା ଦେଇଛନ୍ତି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.