୩ ବର୍ଷର ଶିଶୁ କରୋନାକୁ ଦେଲା ମାତ୍, କ୍ୟାନସର ପୀଡିତ ହେବା ପରେ ହୋଇଥିଲେ କରୋନା ସଂକ୍ରମିତ

Published By : Prameya-News7 Bureau | May 15, 2021 IST

ବାରାଣାସୀ ୧୫।୫: ଦେଶରେ କରୋନା ମହାମାରୀର ଦ୍ବିତୀୟ ଲହର ତାର କାୟା ବିସ୍ତାର କରିଚାଲିଛି । ଏହି ସମୟରେ ବିଭିନ୍ନ ସହରରେ ଥିବା ଡାକ୍ତରଖାନାରୁ ଅବହେଳାର ଖବର ମଧ୍ୟ ପ୍ରତିଦିନ ଶୁଣିବାକୁ ଏବଂ ଦେଖିବାକୁ ମିଳୁଛୁ । ଏବେ ଉତ୍ତରପ୍ରଦେଶର ସମସ୍ତ ସହରରେ ଥିବା ଡାକ୍ତରଖାନାରେ ବେଡ୍ ଏବଂ ଅମ୍ଳଜାନର ଅଭାବ ରହିଛି । ଏସବୁ ଭିତରେ ବାରାଣାସୀର ହୋମି ଭାବା କ୍ୟାନସର ହସ୍ପିଟାଲରୁ ଏକ ଭଲ ଖବର ଆସିଛି ।

କ୍ୟାନସର ହସ୍ପିଟାଲରେ ଭର୍ତ୍ତି ହୋଇଥିବା ୩ ବର୍ଷର ଶିଶୁ କରୋନାଙ୍କୁ ମାତ୍ ଦେଇଛି । ରକ୍ତ କର୍କଟ ରୋଗରେ ପୀଡିତ ଏହି ଶିଶୁ ୭ ଦିନ ପୂର୍ବରୁ ଡାକ୍ତରଖାନାକୁ ଆସିଥିଲା । ସେତେବେଳେ ତାଙ୍କୁ ବଞ୍ଚାଇବାର ସାମାନ୍ୟ ଆଶା ଥିଲା । ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଅନ୍ୟ ରୋଗୀମାନେ ମଧ୍ୟ ତାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ । କିନ୍ତୁ କ୍ୟାନସର ହସ୍ପିଟାଲର ଡାକ୍ତରଙ୍କ କଠିନ ପରିଶ୍ରମ ଯୋଗୁଁ ୩ ବର୍ଷ ବୟସରେ ରକ୍ତ କର୍କଟ ଭଳି ଗୁରୁତର ରୋଗ ଥିବା ସତ୍ତ୍ବେ ୭ ଦିନରେ କରୋନାକୁ ମାତ୍ ଦେଇଛି ଶିଶୁ ।

ଶିଶୁଟିର କରୋନା ରିପୋର୍ଟ ନେଗେଟିଭ୍ ଆସିଲା ପରେ ଡାକ୍ତରଖାନାର ଡାକ୍ତର ଏବଂ ନର୍ସମାନେ ଖୁସିରେ ନାଚି ଉଠିଥିଲେ । ହସ୍ପିଟାଲ ୱାର୍ଡରେ ପିପିଏ କିଟ୍ ପିନ୍ଧି ଡାକ୍ତର ଏବଂ ନର୍ସମାନେ ଆନନ୍ଦରେ ବୁଲୁଥିବାର ନଜର ଆସିଥିଲେ । ଡାକ୍ତର ଏବଂ ନର୍ସଙ୍କ ସହ ୩ ବର୍ଷର ଶିଶୁ ଏବଂ ୱାର୍ଡରେ ଭର୍ତ୍ତି ହୋଇଥିବା ଅନ୍ୟ ରୋଗୀ ମଧ୍ୟ କରତାଳି ଦେଉଥିବା ନଜର ଆସିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.