Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ଘର ବାହାରେ ମାଙ୍କଡ ଦେଖି ଭୟରେ ଦଉଡି ପଳାଉଥିଲା ୩ ବର୍ଷର ଶିଶୁ: ଚାପିଦେଲେ ଟ୍ରାକ୍ଟର, ଘଟଣାସ୍ଥଳରେ ଶିଶୁର ମୃତ୍ୟୁ

1/10/2020 at 7:37 PM

କାନପୁର ୦୧/୧୦ : କାନପୁର ମଙ୍ଗଳପୁର ଥାନା ଅନ୍ତର୍ଗତ ମୋହମ୍ମଦପୁର ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଘର ବାହାରେ ଖେଳୁଥିବା ଏକ ଶିଶୁ ମାଙ୍କଡ ଦେଖି ଭୟରେ ଦଉଡି ପଳାଉଥିବା ସମୟରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ଦଉଡି ପକାଉଥିବା ସମୟରେ ଶିଶୁକୁ ଟ୍ରାକ୍ଟର ଚାପି ଦେଇଛି । ଫଳରେ ୩ ବର୍ଷର ଶିଶୁର ମୃତ୍ୟୁ ହୋଇଛି । ଶିଶୁ ମୃତ୍ୟୁ ପରେ ପରିବାରରେ ଶୋକର ଲହରୀ ଖେଳି ଯାଇଛି ।

ପଚୋର ଥାନା କନୌଜ ନିବାସୀ ସୁଶୀଲ ଶର୍ମା ବିଏସଏଫରେ କାର୍ଯ୍ୟରତ । ସେ ବର୍ତ୍ତମାନ ଶ୍ରୀନଗରରେ ନିୟୋଜିତ ଅଛନ୍ତି। ତାଙ୍କ ପତ୍ନୀ ପୂଜା ନିଜ ରୋଗୀଣା ମାଙ୍କୁ ଦେଖିବା ପାଇଁ ସପ୍ତାହେ ପୂର୍ବରୁ ନିଜର ୩ ବର୍ଷର ଝିଅ ଅନୁଷ୍କାକୁ ଧରି ମା ଘରକୁ ଆସିଥିଲେ। ଗୁରୁବାର ଦିନ ଅନୁଷ୍କା ଘର ବାହାରେ ଖେଳୁଥିଲା । ଘର ବାହାରେ ମାଙ୍କଡ ଦେଖି ଅନୁଷ୍କା ଭୟଭୀତ ହୋଇଯାଇଥିଲା । ମାଙ୍କଡ ଦେଖି ଅନୁଷ୍କା ଦଉଡି ପଳାଉଥିବା ସମୟରେ ଆରପଟୁ ଆସୁଥିବା ଏକ ଟ୍ରାକ୍ଟର ଅନୁଷ୍କାକୁ ଚାପି ଦେଇଥିଲା । ଘଟଣାସ୍ଥଳରେ ଅନୁଷ୍କାର ମୃତ୍ୟୁ ହୋଇଯାଇଥିଲା । ମଙ୍ଗଳପୁର ଥାନା ଅଧିକାରୀ କହିଛନ୍ତି ଯେ ଅନୁଷ୍କାଙ୍କ ମାମୁଁ ଅଜଣା ଟ୍ରାକ୍ଟର ଚାଳକଙ୍କ ବିରୋଧରେ ମାମଲା ରୁଜ୍ଜୁ କରିଛନ୍ତି । ପୋଲିସ ଟ୍ରାକ୍ଟର ଚାଳକକୁ ଖୋଜୁଛି ।

   Related Posts