ଆଇଏଏସ ବିନୋଦ କୁମାରଙ୍କୁ ୩ ବର୍ଷ ଜେଲ

Published By : Prameya-News7 Bureau | August 10, 2018 IST

ବରିଷ୍ଠ ଆଇଏଏସ ଅଧିକାରୀ ବିନୋଦ କୁମାରଙ୍କୁ ଝଟକା ଲାଗିଛି | ଓଏଚଆରଡ଼ିସି ଅର୍ଥ ହେରଫେର ମାମଲାରେ ଭୁବନେଶ୍ୱର ସ୍ୱତନ୍ତ ଭିଜିଲାନ୍ସ ଅଦାଲତ ତାଙ୍କୁ ୩ ବର୍ଷ କାରାଦଣ୍ଡ ବିଧାନ କରିଛନ୍ତି | ବିନୋଦ କୁମାର ଅଦାଲତରେ ଆଜି ଆତ୍ମ ସମର୍ପଣ କରିଥିଲେ | ପୂର୍ବରୁ ଅଦାଲତ ଏହି ମାମଲାରେ ବିନୋଦ କୁମାର ଓ ଅନ୍ୟ ୬ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ | ସେଥି ମଧ୍ୟରୁ ୪ ଜଣଙ୍କୁ ୩ ବର୍ଷ କାରାଦଣ୍ଡ ଓ ୨୫ ହଜାର ଟଙ୍କା ଜୋରିମାନା ହୋଇ ସାରିଛି | ବିନୋଦ କୁମାର ଅଦାଲତରେ ଉପସ୍ଥିତ ହୋଇନଥିବାରୁ ତାଙ୍କ ବିରୋଧରେ ଭିଜିଲାନ୍ସ ଅଦାଲତ ଜାମିନ ବିହୀନ ଗିରଫ ପରୱାନା ଜାରି କରିଥିଲେ | ତେବେ ହାଇକୋର୍ଟ ଏହା ଉପରେ ରହିତାଦେଶ ଦେବା ସହ ୧୦ ତାରିଖରେ ଭିଜିଲାନ୍ସ ଅଦାଲତରେ ହାଜର ହେବା ପାଇଁ ନିର୍ଦେଶ ଦେଇଥିଲେ | ବିନୋଦ କୁମାର ୨୦୦୦ ମସିହାରେ ଓଆରଏଚଡ଼ିସିର ନିର୍ଦେଶକ ଥିବା ବେଳେ ୫୫ ଲକ୍ଷ ତାଙ୍କର ଅର୍ଥ ହେରଫେର ହୋଇଥିଲା | ବିନୋଦ କୁମାର ବର୍ତ୍ତମାନ ଉଚ୍ଚ ଶିକ୍ଷା ବିଭାଗର ଓଏସଡି ଅଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.