ଆପଣ ବି ହୁଅନ୍ତୁ ସାବଧାନ! ଚାଉମିନ୍‌ରେ ସସ୍‌ ମିଶାଇ ଖାଇବାରୁ ଶିଶୁର ଫାଟିଗଲା ଫୁସ୍‌ ଫୁସ୍

Published By : Prameya-News7 Bureau | June 23, 2019 IST

ଚାଉମିନ୍‌ରେ ସସ୍‌ ମଇଶାଇ ଖାଇଲେ ଖାଇବା ପାଇଁ ଭଲ ଲାଗିବ ସତ କିନ୍ତୁ ଏହା ଶରୀର ପାଇଁ କ୍ଷତିକାରକ ହୋଇଥାଏ। ଖାଇବାରେ ସ୍ବାଦ ଲାଗିଲେ ମଧ୍ୟ ଅଧିକ ଅପମିଶ୍ରିତ ଖାଦ୍ୟ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। ଉଷ୍ମାନ୍‌ ନାମକ ଜଣେ ୩ ବର୍ଷର ଶିଶୁ ଏହି କାରଣରୁ ଜୀବନ ଓ ମରଣ ସହ ସଂଘର୍ଷ କରି ମୃତ୍ୟୁ ମୁଖରୁ ବଞ୍ଚିଛି।

ଚିକିତ୍ସା ସମୟରେ ଶିଶୁର ହୃଦକ୍ରିୟା ୩ ଥର ବନ୍ଦ ହୋଇଯାଇଥିଲା। ଏହି ପରିସ୍ଥିତିଦେଖି ଡାକ୍ତରମାନେ ମଧ୍ୟ ଆଚମ୍ବିତ ହୋଇଯାଇଥିଲେ।ଏହା ସତ୍ତ୍ବେ ଉଷ୍ମାନ ବଞ୍ଚିଯିବା ଡାକ୍ତରଙ୍କ ପାଇଁ କୌଣସି ଚମତ୍କାରଠୁ କମ ନଥିଲା। କାରଣ ସେମାନଙ୍କ ଅନୁସାରେ ଏଭଳି କେସ ସେମାନେ ପ୍ରଥମ ଥର ପାଇଁ ଦେଖିବାକୁ ପାଇଛନ୍ତି।   

ଡାକ୍ତରଙ୍କ ଅନୁସାରେ ଶିଶୁ ଜଣକ ଅଧିକ ସସ୍‌ ଖାଇଥିବାରୁ ତାର ଫୁସ୍‌ ଫୁସ୍‌ ଫାଟିଯାଇଥିଲା। ଏହି ପରିସ୍ଥିତି ପରେ ଶିଶୁକୁ ଭେଣ୍ଟିଲେଟର୍‌ରେ ରଖାଯାଇଥିଲା। ୨୩ ଦିନ ଯାଏଁ ଶିଶୁର ଚିକିତ୍ସା ମେଡିକାଲରେ ହେଉଥିଲା।ଏତିରେ ବହୁତ ଟଙ୍କା ମଧ୍ୟ ଖର୍ଚ୍ଚ ହୋଇଛି। ଆୟୁଷ୍ମାନ ଯୋଜନା ପାଇଁ ଶିଶୁର ପରିବାର ଲୋକଙ୍କୁ ଖର୍ଚ୍ଚ କରିବାକୁ ପଡିନଥିଲା।       

ଡାକ୍ତରଙ୍କ କହିବାଅନୁସାରେ ଶିଶୁର ଅବସ୍ଥା ବହୁତ ଖରାପ ହୋଇଯାଇଥିଲା। ସେମାନେ କହିଥିଲେ ଯେ, ତାକୁ ବଞ୍ଚେଇବା ସମ୍ଭବ ନଥିଲା କାରଣ ଫୁସ୍‌ ଫୁସ୍‌ ଫାଟିଥିବାରୁ ଶିଶୁଟି ନିଶ୍ବାସ ନେଇପାରୁନଥିଲା। ତଥାପି ସେମାନେ ହାର ମାନିନଥିଲେ ଓ ଶିଶୁର ଚିକିତ୍ସା କରିଥିଲେ। ଏଥିପାଇଁ ତାକୁ ଭେଣ୍ଟିଲେଟର ଦିଆଯାଇଥିଲା।  ତେବେ ଏସିଟିକ୍‌ ଏସିଡ୍‌ର ମାତ୍ରା ବଢିଯାଇଥିବାରୁ ଅର୍ଗାନ ଭିତରୁ ଭିତରୁ ଜଳିଯାଇଥିଲା। ସେଥିପାଇଁ ଖାଇବା ପିଇବା ସମୟରେ ପ୍ରତ୍ୟେକ ଜିନିଷ ପ୍ରତି ଧ୍ୟାନ ଦେବା ଜରୁରୀ।     

wp:heading {"level":1}



/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.