Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||
  • ଦିଲ୍ଲୀରେ ଭାଇ-ଭାଉଜଙ୍କୁ ହାଣି ଫିଙ୍ଗିଦେଲା ସାନ ଭାଇ, ୬୦କି.ମି. ଦୂରରୁ ଉଦ୍ଧାର ହେଲା ମୃତଦେହ
  • ||
  • ଯାଜପୁରରେ କାର୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା, ଯନ୍ତ୍ରୀଙ୍କ ସହ ଚାଲିଗଲା ୨ ଜଣଙ୍କ ଜୀବନ, ୨ ଗୁରୁତର
  • ||
  • ପଶ୍ଚିମବଙ୍ଗ-ବାଂଲାଦେଶକୁ ମୁହାଁଇଲା ଭୀଷଣ ଅବପାତ, ୫ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||
  • ମୁମ୍ବାଇ ସିଟି ସେଣ୍ଟର ମଲ୍‌ରେ ଭୟାବହ ଅଗ୍ନିକାଣ୍ଡ, ମଲ୍‌ରେ ଥିଲେ ପ୍ରାୟ ୩୦୦ ଲୋକ
  • ||

ପ୍ରଧାନମନ୍ତ୍ରୀ ଯାହାର ପ୍ରଶଂସା କରିଥିଲେ, ବିଷ ଖାଇ ସେ କଲେ ଆତ୍ମହତ୍ୟା ଉଦ୍ୟମ…ଜାଣନ୍ତୁ ପୂରା ଘଟଣା

11/08/2019 at 3:40 PM

ନୂଆଦିଲ୍ଲୀ ୧୧/୮: ୨୦୧୬ ମସିହା ନଭେମ୍ବର ମାସରେ ‘ମନ କି ବାତ’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁ ଚାଷୀଙ୍କ ପ୍ରଶଂସା କରିଥିଲେ ସେ ଗତକାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନ୍ୟ ୫ଜଣ ଚାଷୀଙ୍କ ସହ ମିଶି ବିଷ ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ମହାରାଷ୍ଟ୍ରର ଅକୋଲା ଜିଲ୍ଲାର ବାଲାସୋର ତହସିଲ ବାସିନ୍ଦା ଏହି ଚାଷୀ ଅଭିଯୋଗ କରିଛନ୍ତି ଯେ ତାଙ୍କ ଢାବାକୁ ସରକାର ଅନୁକମ୍ପା ମୂଳକ ସହାୟତା ଦେଉ ନାହାନ୍ତି।

ସୂଚନା ଅନୁଯାୟୀ ୨୦୧୬ମସିହାରେ ନଭେମ୍ବର ୨୬ତାରିଖରେ ମନ କି ବାତ କାର୍ଯ୍ୟକ୍ରମ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଷୀ ମୁରଲୀଧର ରାଉତଙ୍କୁ ପ୍ରଶଂସା କରି କହିଥିଲେ ଯେ ବିମୁଦ୍ରାକରଣ ସମୟରେ କେହି ଭୋକିଲା ନ ରହିବା ପାଇଁ ନିଜ ଢାବାକୁ ସମସ୍ତଙ୍କ ପାଇଁ ମୁରଲୀ ଫ୍ରି କରି ଦେଇଥିଲେ।

ମୁରଲୀଙ୍କ ଢାବା ଜାତୀୟ ରାଜପଥ କଡରେ ରହିଥିଲା । ଜାତୀୟ ରାଜପଥ ସଂପ୍ରସାରଣ ପାଇଁ ତାଙ୍କ ଢାବା ଓ ସଂପୃକ୍ତ ଜମିକୁ ଜାତୀୟ ରାଜପଥ ପ୍ରଧିକରଣ ଅଧିଗ୍ରହଣ କରିଛି । ମୁରଲୀଙ୍କ କହିବାନୁସାରେ ଆର୍ଥିକ ସ୍ବଚ୍ଛଳ ଥିବା ଲୋକଙ୍କୁ ସରକାର କୋଟି କୋଟି ଟଙ୍କାର ସହାୟତା ଦେଉଥିବାବେଳେ ତାଙ୍କୁ ମାତ୍ର କେତେ ଲକ୍ଷ ଟଙ୍କାର ସହାୟତା ମିଳିଛି।

ସେଠାକାର ଉପଜିଲ୍ଲାପାଳଙ୍କ କହିବାନୁସାରେ ବିଷ ପିଇ ଦେଇଥିବା ମୁରଲୀଧର ରାଉତ ଏବଂ ଅନ୍ୟ ଚାଷୀଙ୍କର ଅବସ୍ଥା ଏବେ ବିପଦମୁକ୍ତ ରହିଛି ଏବଂ ତାଙ୍କ ଚିକିତ୍ସା ଚାଲିଛି। ସେ ଏହା ମଧ୍ୟ କହିଛନ୍ତି ଯେ ୨୦୧୮ମସିହାରେ ତାଙ୍କ ଜମି ଅଧିଗ୍ରହଣ ହୋଇସାରିଛି, ସେଥିପାଇଁ ଅନୁକମ୍ପା ସେହି ସମୟର ଦର ହିସାବରେ ଦିଆଯିବ। ସେଠାକାର ଜମିର ଦର ପ୍ରତି ଏକରକୁ ୨.୫କୋଟି ଟଙ୍କା ଏବଂ ପ୍ରତି ୧୦୦ବର୍ଗ ମିଟରକୁ ୬.୫ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଛି। କ୍ଷତିପୂରଣ କ୍ଷେତ୍ରରେ ଭେଦଭାବ ଅଭିଯୋଗକୁ ସେ ଅସ୍ବୀକାର କରିଛନ୍ତି। ମୁରଲୀଙ୍କୁ ୧୯ଲକ୍ଷ ଟଙ୍କା ଅନୁକମ୍ପା ମିଳିଛି କିନ୍ତୁ ସେ ୨କୋଟି ଟଙ୍କା ଦାବି କରିଥିଲେ।

ମହାରାଷ୍ଟ୍ରରେ ନିର୍ବାଚନ ପାଖେଇ ଆସିଲାଣି ଏବଂ ଏହି ଘଟଣା ଭାରତୀୟ ଜନତା ପାର୍ଟି ଶିବ ସେନା ପାଇଁ ମୁଣ୍ଡବ୍ୟଥାର କାରଣ ସାବ୍ୟସ୍ତ ହୋଇପାରେ। ସ୍ଥାନୀୟ ଜିଲ୍ଲା ପ୍ରଶାସନ ଚାଷୀଙ୍କୁ ଗୁରୁତ୍ବ ଦେବାକୁ ଦାବି କରୁଛି।

   Related Posts