ମା’କୁ ଅସହାୟ କରିଦେଲା ଅଭାବ, ପଥି ଓ ଚିକିତ୍ସା ଅଭାବରୁ ଆଖି ବୁଜିଲା ୩ ବର୍ଷର ଶିଶୁ

Published By : Prameya-News7 Bureau | January 16, 2020 IST

ସୋର ୧୬।୧: ବାଲେଶ୍ବର ଜିଲ୍ଲା ଔପଦା ଥାନା ହାତିଖୁଲିଆ ଅଂଚଳରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଦାରିଦ୍ର୍ୟ ଯୋଗୁଁ ୩ ବର୍ଷର ଶିଶୁକୁ ଔଷଧ ଓ ଉନ୍ନତ ଚିକିତ୍ସା ଦେଇ ପାରିଲାନି ମା’ । ଶେଷରେ ଶିଶୁଟି ତିନିଦିନ ପରେ ଚିକିତ୍ସିତ ଅବସ୍ଥାରେ ଆଖିବୁଜିଛି ସୋର ଡାକ୍ତରଖାନାରେ ।

{"id":212004,"sizeSlug":"large"}

ସୂଚନାଯୋଗ୍ୟ ଯେ, ଔପଦା ବ୍ଲକ୍ ହାତଖୁଲିଆ ଗାଁର କୁନି ସିଂଙ୍କ ୩ ବର୍ଷର ଝିଅ ଲକ୍ଷ୍ମୀ ସିଂକୁ ୩ ଦିନ ହେବ ଜ୍ବର ହୋଇଥିଲା । ମା’ କୁନି ସିଂ ଶିଶୁଟିକୁ ଚିକିତ୍ସା ପାଇଁ ସୋର ଡାକ୍ତରଖାନାକୁ ନେଇଯାଇଥିଲେ । ଲକ୍ଷ୍ମୀ ଗୁରୁତର ହେବାରୁ ଡାକ୍ତର ତାଙ୍କୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ ।

{"id":212007,"sizeSlug":"large"}

କୁନି ସିଂଙ୍କ ସ୍ବାମୀଙ୍କ ଦେହାନ୍ତ ପରେ କୁନି ଜଣେ ଦିନ ମଜୁରିଆ ଭାବରେ ପେଟ ପୋଷନ୍ତି । ଅର୍ଥ ଅଭାବରୁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟ ନେଇ ପାରିଲାନି ମା’ କୁନି । ଫଳରେ ଶିଶୁଟି ଚିକିତ୍ସା ଅଭାବରୁ ଭୋରୁ ୪ଟାରେ ପ୍ରାଣ ହରାଇଥିଲା । ମାତ୍ର ଶିଶୁର ଶବ ଗାଁକୁ ନେବାକୁ ଅର୍ଥ ନପାଇ ମା’ ଭୋର ୪ଟାରୁ ମୃତଦେହ ଧରି ଦିନ ୧୧ଟା ଯାଏଁ ଅପେକ୍ଷା କରିଥିଲେ । ପରେ କିଛି ସାହାଯ୍ୟ ପରେ ନିଜ ଗାଁକୁ ଶିଶୁଟିର ମୃତଦେହ ନେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.