Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୩୯ କୋଭିଡ୍ ପଜିଟିଭ୍
  • ||
  • ବିଜେପି ନେତା ଫଡନାଭୀସଙ୍କ ଶରଣରେ କଂଗ୍ରେସ ନେତା, କହିଲେ- ‘ଆମ ପ୍ରାର୍ଥୀଙ୍କୁ ଜିତିବାରେ ସାହାଯ୍ୟ କର’
  • ||
  • ଆସୁଛି ବଡ ବର୍ଷା : ସନ୍ଧ୍ୟାରେ ଲଘୁଚାପରେ ପରିଣତ ହେବ ଘୂର୍ଣ୍ଣିବଳୟ
  • ||
  • ଉପରମୁଣ୍ଡରେ ବର୍ଷା, ବଢୁଛି ହୀରାକୁଦର ଜଳସ୍ତର
  • ||
  • ମହାନଦୀରେ ଭାସିଗଲେ ହାତୀପଲ : ମୁଣ୍ଡଳି ବ୍ରିଜରେ ଲାଖି ରହିଛି ହାତୀ ଛୁଆ
  • ||

ମାଇନସ ୬ ଡିଗ୍ରୀ ତାପମାତ୍ରାରେ ୩ଦିନ ଜଙ୍ଗଲରେ ଘୁରି ବୁଲିଲା ଶିଶୁ, ଭାଲୁ କରିଥିଲା ରକ୍ଷା

28/01/2019 at 6:06 PM

କୋରୋଲିନା ୨୮/୧ : ୩ବର୍ଷର ଶିଶୁ ଜଙ୍ଗଲରେ ହଜିଗଲା | ବହୁତ ଖୋଜାଖୋଜି ପରେ ମିଳିଲାନାହିଁ | ୩ ଦିନ ଯାଏଁ ଜଙ୍ଗଲରେ କୁଆଡେ ହଜି ଯାଇଥିଲା ଶିଶୁ | ଏପଟେ ଥଣ୍ଡା ଏତେ ଯେ ମଣିଷ ବରଫ ପାଲଟିଯିବ | -୬ ଡିଗ୍ରୀ ତାପମାତ୍ରା, ଜଙ୍ଗଲର ହିଂସ୍ର ଜନ୍ତୁ ସେଥିରେ ପୁଣି ଥଣ୍ଡା ପାଗ, ସମସ୍ତେ ଭାବିନେଲେ ଶିଶୁ ଆଉ ମିଳିବନି | କିନ୍ତୁ ଠିକ ୩ ଦିନ ପରେ ଶିଶୁଟି ଫେରି ଆସିଥିଲା | ସେ ପୁଣି ପୁରା ଠିକଠାକ ଅବସ୍ଥାରେ |


ଘରକୁ ଫେରି ଶିଶୁଟି କହିଲା, “ଜଙ୍ଗଲରେ ମତେ ଜଣେ ସାଙ୍ଗ ମିଳିଥିଲା | ମୋ ସାଙ୍ଗ ମତେ ସବୁବେଳେ ପାଖେ ପାଖେ ରଖିଥିଲା ଏବଂ ମୋର ଯତ୍ନ ମଧ୍ୟ ନେଉଥିଲା |”


ଘଟଣା ଆମେରିକାର ଉତ୍ତର କୋରୋଲିନା ଅଂଚଳର | ଶିଶୁଟିର ନାଁ ହେଲା କେସି ହେଥୱେ | ଜାନୁଆରୀ ୨୨ ତାରିଖରେ କେସି ଘର ପଛପଟେ ଆଉ ଦୁଇ ଜଣ ଶିଶୁଙ୍କ ସହ ଖେଳୁଥିଲା | ସେ ଦୁଇ ଶିଶୁ ନିଜ ନିଜ ଘରକୁ ଫେରି ଯାଇଥିଲେ | କିନ୍ତୁ କେସି ଫେରିନଥିଲା | ଉତ୍ତର କୋରୋଲିନାରେ ବହୁତ ଭାଲୁ ଅଛନ୍ତି, ସେ ବି ବଡ ବଡ ଜଙ୍ଗଲୀ ଭାଲୁ| ଲୋକେ କେସିକୁ ବହୁତ ଖୋଜିଲେ | ପାଖାପାଖି ୧୦୦୦ କି:ମି: ପର୍ଯ୍ୟନ୍ତ ଖୋଜାଖୋଜି କଲେ କିନ୍ତୁ କେସିର କୌଣସି ପତ୍ତା ପୈଲେନାହିଁ | ଡ୍ରୋନ କ୍ୟାମେରା ସାହାଯ୍ୟରେ ମଧ୍ୟ କେସିକୁ ଖୋଜାଗଲା | କିନ୍ତୁ କେସି ମିଳିନଥିଲା | ଦୁଇ ରାତି ବିତିଗଲା | ବହୁତ ଜୋର ବର୍ଷା ମଧ୍ୟ ହେଲା | ସମସ୍ତେ ଚିନ୍ତିତ ହୋଇପଡିଲେ |


ଜାନୁଆରୀ ୨୪ ତାରିଖ ଦିନ ରେସକ୍ୟୁ ଟିମର ଜଣେ ଯୁବତୀ କୁକୁରକୁ ବୁଲାଇବା ପାଇଁ ବାହାରକୁ ବାହାରିଲେ | ଯୁବତୀଙ୍କୁ ପାଖ ଅଂଚଳରେ ଛୋଟପିଲା କାନ୍ଦିବା ସ୍ୱର ଶୁଣାଗଲା | ସେ ଆଖପାଖ ଲୋକଙ୍କୁ ଏକାଠି କରି ସେହି କାନ୍ଦ ସ୍ୱର ଶୁଣି ସଠିକ ଜାଗାରେ ପହଂଚିବା ପାଇଁ ଚେଷ୍ଟା କଲେ | କାନ୍ଦ ସ୍ୱରକୁ ଅନୁକରଣ କରି କରି ଗଲାବେଳେ ସେମାନଙ୍କୁ ଏକ ବୁଦା ପଛପଟେ କେସି ମିଳିଥିଲା | କେସି ସମ୍ପୂର୍ଣ ସୁସ୍ଥ ଏବଂ ସୁରକ୍ଷିତ ଥିଲା | ଲୋକଙ୍କୁ ଦେଖି କେସି ଗୋଟେ ଗ୍ଲାସ ପାଣି ମାଗିଥିଲା | ପାଣି ପିଇ କେସି କହିଲା, ଜଙ୍ଗଲରେ ମତେ ଜଣେ ସାଙ୍ଗ ମିଳିଥିଲା ଆଉ ସେ ସାଙ୍ଗ ମୋର ଯତ୍ନ ନେଉଥିଲା | ଲୋକେ ପଚାରିଥିଲେ ସେ ସାଙ୍ଗ କିଏ? କେସି ଉତ୍ତର ଦେଇଥିଲା “ସେ ସାଙ୍ଗ ହେଲା ଗୋଟିଏ ଭାଲୁ |”


ଭାଲୁ ଦେହରେ ବହୁତ ଲମ୍ବା ଲମ୍ବା ଲୋମ ଥାଏ | ଏହି ରୋମ ମାଇନ୍ସ ଡିଗ୍ରୀ ତାପମାତ୍ରାରେ ଶିଶୁକୁ ରକ୍ଷା କରିଥିଲା | କେସିର ପରିବାରଲୋକେ ଭାବିଲେ କେସିର ସୁରକ୍ଷା ପାଇଁ ବୋଧେ ଭଗବାନ ନିଜେ ଭାଲୁକୁ ପଠାଇଥିଲେ | ସେଥିପାଇଁ ସେ ଭଗବାନଙ୍କୁ ଧନ୍ୟବାଦ ଜଣେଇଥିଲେ | ଏହାସହ ଭାଲୁକୁ ମଧ୍ୟ ଧନ୍ୟବାଦ ଜଣାଇଥିଲେ କେସିଙ୍କ ବାପା ମା | ସେମାନେ କହିଥିଲେ ଯେ, ଏକ ଜଙ୍ଗଲୀ ଭାଲୁ ମଣିଷ ଛୁଆର ଯତ୍ନ ନେବା, ତାକୁ ସୁରକ୍ଷିତ ରଖିବା, ନିଶ୍ଚୟ ଭଗବାନଙ୍କ ଆଶୀର୍ବାଦ |

   Related Posts