Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||
  • ଜଗତସିଂହପୁରରେ ଲଗାଣ ବର୍ଷା, ଧାନ ଫସଲ କ୍ଷତିଗ୍ରସ୍ତ
  • ||

୧୦୦ଫୁଟ ବୋରଓ୍ବେଲରେ ଖସିପଡିଲା ୩ବର୍ଷର ଶିଶୁ, ଦୀର୍ଘ ୯ଘଣ୍ଟା ପରେ ସୁରକ୍ଷିତ ଉଦ୍ଧାର

14/06/2021 at 8:44 PM

ଆଗ୍ରା ୧୪।୬: ଦୀର୍ଘ ୯ ଘଣ୍ଟା ପରେ ବୋରଓ୍ବେଲରୁ ଉଦ୍ଧାର ହେଲା ୩ ବର୍ଷର ଶିଶୁ । ସେନା ଏବଂ ଏନଡିଆରଏଫ ସହାୟତାରେ ଶିଶୁଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଏହାପରେ ଶିଶୁଟିକୁ ଡାକ୍ତରଖାନା ଭର୍ତ୍ତି କରାଯାଇଥିଲା । ଆଗ୍ରା ସହରରେ ଦେଖିବାକୁ ମିଳିଛି ଏଭଳି ଘଟଣା ।

ସୂଚନାଯୋଗ୍ୟ ଯେ, ଆଗ୍ରା ନିବୋହରା ଅଞ୍ଚଳର ରାମପୁର ଗାଁରେ ୧୦୦ ଫୁଟ ବୋରଓ୍ବେଲରେ ୩ ବର୍ଷର ଶିଶୁଟି ଖସିପଡିଥିଲା । ଗ୍ରାମବାସୀ ତୁରନ୍ତ ପୋଲିସକୁ ଏ ସମ୍ପର୍କରେ ଜଣାଇଥିଲେ । ଗ୍ରାମବାସୀମାନେ ଦଉଡି ସାହାଯ୍ୟରେ ଶିଶୁଟିକୁ ବାହାର କରିବାକୁ ଲାଗିଥିଲେ ।

କୁହାଯାଉଛି ଯେ, ସୋମବାର ସକାଳେ ଖେଳିବା ସମୟରେ ୩ ବର୍ଷର ଶିଶୁ ଶିବା ବୋରଓ୍ବେଲରେ ଖସିପଡିଥିଲେ । ଯେତେବେଳେ ପରିବାରଲୋକ ଶିଶୁଟିକୁ ଖୋଜିବାକୁ ଲାଗିଥିଲେ ସେତେବେଳେ ବୋରଓ୍ବେଲ ଭିତରୁ ଶିଶୁଟିର କାନ୍ଦିବାର ଶବ୍ଦ ଶୁଣିବାକୁ ମିଳିଥିଲା । ଦୀର୍ଘ ୯ଘଣ୍ଟା ପରେ ଶିଶୁଟିକୁ ବୋରଓ୍ବେଲ ଭିତରୁ ବାହାର କରାଯାଇଛି ।

   Related Posts