Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ନିର୍ଭୟା କାଣ୍ଡର ୬ ବର୍ଷ ପରେ ମଧ୍ୟ ବଦଳିନି ଦିଲ୍ଲୀର ସ୍ଥିତି : ୩ ବର୍ଷ ଶିଶୁ ସହ ଦୁଷ୍କର୍ମ, ଶିଶୁ ଗୁରୁତର

17/12/2018 at 2:52 PM

ଦିଲ୍ଲୀ ୧୭/୧୨ : ସରକାର ଯେତେ କଡା ନିୟମ ଅବଲମ୍ବନ କଲେ କି ଦୁଷ୍କର୍ମକାରୀକୁ ଆଜୀବନ ଦଣ୍ଡ ନିର୍ଦେଶ ଦେଲେ ମଧ୍ୟ ଦେଶରେ ଦୁଷ୍କର୍ମ ଜଡିତ ଅପରାଧ କମିବାର ନାଁ ନେଉନାହିଁ | ପୋଲିସର ସତ ଚେଷ୍ଟା ପରେ ମଧ୍ୟ ଦେଶର ରାଜଧାନୀ ଦିଲ୍ଲୀରେ ମହିଳାଙ୍କ ପ୍ରତି ହେଉଥିବା ଅପରାଧ କମିବାର ନାଁ ନେଉନି | ସ୍ଥିତି ଦିନକୁ ଦିନ ଆହୁରି ଗମ୍ଭୀର ହେବାକୁ ଲାଗିଛି | ୨୦୧୨ ମସିହା ଡିସେମ୍ବର ୧୬ ତାରିଖରେ ଦିଲ୍ଲୀରେ ଘଟିଥିଲା ନିର୍ଭୟା କାଣ୍ଡ, ଯାହାକି ପୁରା ଦେଶକୁ ଦୋହଲାଇ ଦେଇଥିଲା | ନିର୍ଭୟା କାଣ୍ଡର ଠିକ ୬ ବର୍ଷ ପରେ ରବିବାର ଦିନ ଏକ ୩ ବର୍ଷର ଶିଶୁ ଜଣେ କାମୁକର ଶିକାର ହୋଇଛି |


ସୂଚନାଯୋଗ୍ୟ ଯେ, ବିନ୍ଦାପୁର ଅଂଚଳରେ ଏକ ୩ ବର୍ଷ ଶିଶୁକୁ ଜଣେ ୪୦ ବର୍ଷ ବୟସ୍କ ପଡୋଶୀ ଦୁଷ୍କର୍ମ କରିଥିବା ଅଭିଯୋଗ ଆସିଛି | ଶିଶୁର କାନ୍ଦିବା ଶବ୍ଦ ଶୁଣି ପାଖ ଲୋକେ ଘଟଣାସ୍ଥଳରେ ପହଂଚିଥିଲେ ଏବଂ ଶିଶୁକୁ ଉଦ୍ଧାର କରିଥିଲେ | ଶିଶୁର ରକ୍ତ ସ୍ରାବ ହେଉଥିବା ଦେଖି ଲୋକେ ଘଟଣା ସମ୍ପର୍କରେ ଜାଣିପାରିଥିଲେ | ଲୋକେ ଅଭିଯୁକ୍ତକୁ ଧରି ନିରଧୂମ ଛେଚିଥିଲେ | ଏନେଇ ପଡୋଶୀ ପୋଲିସ ଖବର ଦେଇଥିଲେ | ପୋଲିସ ଘଟଣାସ୍ଥଳରେ ପହଂଚି ଅଭିଯୁକ୍ତକୁ ଗିରଫ କରିଥିଲା ଏବଂ ପୀଡିତା ଶିଶୁକୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲା | 


ପୋଲିସ ସୂଚନା ଅନୁଯାୟୀ, ଶିଶୁଙ୍କ ବାପା ରାଜ ମିସ୍ତ୍ରୀ ଭାବେ କାମ କରନ୍ତି | ତାଙ୍କ ମା’ ଲୋକଙ୍କ ଘରେ କାମ କରନ୍ତି | ରବିବାର ଦିନ ଉଭୟ ବାପା ମା ନିଜ ନିଜ କାମରେ ବାହାରି ଯାଇଥିଲେ | ଶିଶୁ ଘରେ ଏକ ଥିଲେ | ପଡୋଶୀରେ ରହୁଥିବା ୪୦ ବର୍ଷ ବୟସ୍କ ରଂଜିତ ନିଶାସକ୍ତ ଅବସ୍ଥାରେ ଶିଶୁକୁ ଫୁସୁଲେଇ ପାଖରେ ଥିବା ନିଜ ରୁମକୁ ନେଇଯାଇଥିଲା | ଶିଶୁ କାନ୍ଦିବାର ଶବ୍ଦ ଶୁଣି ଲୋକେ ଦୌଡ଼ି ଆସିଥିଲେ | ଅଭିଯୁକ୍ତକୁ ଧରି ମାଡ ମାରି ପୋଲିସକୁ ହସ୍ତାନ୍ତର କରିଥିଲେ |


ଶିଶୁଙ୍କ ଅବସ୍ଥା ଗୁରୁତର ରହିଛି | ଦିଲ୍ଲୀ ମହିଳା ଆୟୋଗ ଅଧ୍ୟକ୍ଷା ସ୍ୱାତୀ ଜୟହିନ୍ଦ ହସ୍ପିଟାଲରେ ପହଂଚି ଶିଶୁର ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ଡାକ୍ତରଙ୍କୁ ପଚାରି ବୁଝିଥିଲେ ଏବଂ ସମସ୍ତ ପ୍ରକାର ସାହାଯ୍ୟ ଯୋଗେଇଦେବା ପାଇଁ ଆଶ୍ୱାସନା ଦେଇଛନ୍ତି |


ମହିଳା ଆୟୋଗ ଅଧ୍ୟକ୍ଷା ସ୍ୱାତୀ ଜୟହିନ୍ଦ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ନିର୍ଭୟା କାଣ୍ଡର ୬ ବର୍ଷ ପରେ ମଧ୍ୟ ଦିଲ୍ଲୀର ସ୍ଥିତି ବଦଳିନି |

   Related Posts