ଭାରତରେ ପ୍ରଥମ: କେରଳରେ ୩ ବର୍ଷର ଶିଶୁ କରୋନା ସଂକ୍ରମିତ

Published By : Prameya-News7 Bureau | March 09, 2020 IST

ଥିରୁବନ୍ତପୂରମ, ୦୯|୦୩:   ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୩ ଛୁଇଁଛି। ତେବେ କେରଳରେ ଏକ ୩ ବର୍ଷର ଶିଶୁ କରୋନାରେ ସଂକ୍ରମିତ ହୋଇଛି। ଏର୍ଣ୍ଣାକୁଲାମ ଜିଲ୍ଲାର ଏହି ଶିଶୁର କରୋନା ଟେଷ୍ଟ୍ ପଜିଟିଭ ଆସିଥିଲା। ଏହା ଦେଶର ପ୍ରଥମ ମାମଲା ଯେତେବେଳେ କୌଣସି ଶିଶୁ ଏହି ମାରାତ୍ମକ ରୋଗରେ ଆକ୍ରାନ୍ତ ହୋଇଛି।

ଏହି ଶିଶୁଟି ମାର୍ଚ୍ଚ ୭ରେ ଇଟାଲୀରୁ ନିଜ ପିତାମାତାଙ୍କ ସହ ଫେରିଥିଲା।  ଏହାପରେ ଶିଶୁଟି ଶରୀରରେ କରୋନା ଲକ୍ଷଣ ଦେଖିବାକୁ ମିଳିଥିଲା। ପରିବାର ଲୋକେ ତାକୁ ମେଡିକାଲରେ ଭର୍ତ୍ତି କରିଥିଲେ। ଆଜି ତାହାର ଟେଷ୍ଟ ପଜିଟିଭ୍ ଆସିଛି। ତେବେ ଏହା ଏକ ବିରଳ ଘଟଣା ବୋଲି କୁହାଯାଉଛି। କାରଣ ଅନେକ ମାମଲାରେ ବୃଦ୍ଧମାନେ ହିଁ ଏହି ଭାଇରସର ଶିକାର ହୋଇଥାନ୍ତି।

{"id":235653,"width":748,"height":509,"sizeSlug":"large"}

ଆହୁରି ମଧ୍ୟ ସୋମବାର ଜଣେ ଶ୍ରମିକ କରୋନାରେ ସଂକ୍ରମିତ ହୋଇଛନ୍ତି। ସେ ଆଗ୍ରାର ଜଣେ ସଂକ୍ରମିତ ବ୍ୟବସାୟୀଙ୍କ ସଂସ୍ପର୍ଶରେ ଆସିବାରୁ ଏଥିରେ ନିଜେ ଆକ୍ରାନ୍ତ ହୋଇଥିଲେ।ଏହାପରେ କେବଳ ଉତ୍ତର ପ୍ରଦେଶରେ ମୋଟ 6ଟି କରୋନା ମାମଲା ସାମ୍ନାକୁ ଆସିଛି।

ଏତତ୍ ବ୍ୟତୀତ ଜମ୍ମୁ-କାଶ୍ମୀର ଓ ଦିଲ୍ଲୀରେ ଦୁଇଟି କରୋନା ମାମାଲା ସାମ୍ନାକୁ ଆସିଛି। ଗତକାଲି କେରଳ ପଠନମିଠା ଜିଲ୍ଲାରେ ୫ଟି ମାମଲା ସାମ୍ନାକୁ ଆସିଥିଲା। ଗୋଟିଏ ପରିବାରର ଏହି ୫ଜଣ ସଦସ୍ୟ ଇଟାଲୀରୁ ନିକଟରେ ଭାରତକୁ ଫେରିଥିବା ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.