ଚୂନମାଟି ଆଣିବାକୁ ଯାଇଥିବା ବେଳେ ଅଘଟଣ : ମାଟି ଅତଡା ଖସି ୩ ମହିଳାଙ୍କ ମୃତ୍ୟୁ, ଜଣେ ଗୁରୁତର

Published By : Prameya-News7 Bureau | April 16, 2021 IST

କେରାପୁଟ ୧୬/୦୪ : କୋରାପୁଟ ଜିଲ୍ଲା ପଟାଙ୍ଗୀ ଅନ୍ତର୍ଗତ ପୋଡାଗୁଡାରେ ଅଭାବନୀୟ ଘଟଣା ଘଟିଛି । ଚୂନମାଟି ଆଣିବାକୁ ଯାଇଥିବା ବେଳେ ଅତଡା ଖସି ୩ ଜଣ ମହିଳାଙ୍କୁ ମୃତ୍ୟୁ ଘଟିଥିବା ବେଳେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି । ଗୁରୁତର ମହିଳାଙ୍କୁ ତୁରନ୍ତ ପଟାଙ୍ଗୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୁଚନା ଅନୁସାରେ, ପୋଡାଗୁଡାର ୪ ଜଣ ମହିଳା ଚୂନମାଟି ଆଣିବାକୁ ନିକଟସ୍ଥ ଏକ ଅଞ୍ଚଳକୁ ଯାଇଥିଲେ । ତେବେ ସେଠାରେ ମାଟି ଖୋଳୁଥିବା ବେଳେ ହଠାତ୍‌ ସେମାନଙ୍କ ଉପରେ ଅତଡା ଖସିଥିଲା । ଚୂନମାଟି ଅତଡା ଖସିବା ଫଳରେ ମାଟିରେ ପୋତିହୋଇ ୩ ଜଣ ମହିଳାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଜଣେ ମହିଳାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.