ଚଡକ ନେଲା ଜୀବନ, ବଜ୍ରପାତରେ ୩ ମହିଳା ମୃତ
28/07/2020 at 4:29 PM

Image Courtesy : Lighning strikes.
ବଲାଙ୍ଗୀର, ୨୮|୦୭: ବଲାଙ୍ଗୀର ଜିଲ୍ଲା ସଦର ଥାନା ବଡ଼ତେଲେନ ପାଳିରେ ବଜ୍ରାଘାତ ହୋଇଛି । ଏଥିରେ ୩ଜଣ ମହିଳା ପ୍ରାଣ ହରାଇଛନ୍ତି । ଏହାସହ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି ।
ସୂଚନାନୁସାରେ, ତିନି ଜଣ ମହିଳା କ୍ଷେତରେ ତଳି ରୋପଣ କରୁଥିଲେ । ସେହି ସମୟରେ ହଠାତ ବଜ୍ରପାତ ହୋଇଥିଲା । ଏଥିରେ ୩ ମହିଳା ଗୁରୁତର ହୋଇଥିଲେ । ପରେ ସେମାନେ ମୃତ୍ୟୁ ମୁଖରେ ପଡିଥିଲେ । ମୃତକ ହେଲେ ବିଲାସିନୀ ରାଉତ, ଜୋସବନ୍ତି ଶବର ଓ ପ୍ରେମଦିନି ଧାରୁଆ। ଅନ୍ୟ ଜଣେ ଗୁରୁତର ସୀମା ଧାରୁଆଙ୍କୁ ଭୀମ ଭୋଇ ମେଡିକାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।