Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଓଏସଏପି ଯବାନଙ୍କ ଆତ୍ମହତ୍ୟା, ଗଛରେ ଝୁଲୁଛି ମୃତଦେହ
  • ||
  • କ୍ଲାସରୁମ୍ ଭିତରକୁ ପଶିଆସିଲା ବାଘ, ଛାତ୍ରଛାତ୍ରୀଙ୍କୁ ଗୋଡାଇ ଗୋଡାଇ କଲା ଘାଇଲା
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୫କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୨ କରୋନା ସଂକ୍ରମିତ, ୧୦୪୯୫୯୭ରେ ପହଞ୍ଚିଲା ସଂଖ୍ୟା
  • ||
  • ମାର୍ଗଶିର ଗୁରୁବାରରେ ଲକ୍ଷ୍ମୀ ମନ୍ଦିରରୁ ଚୋରି, ନେଇଗଲେ ହୁଣ୍ଡି ଓ ସୁନା ଗହଣା
  • ||
  • ଗୁଜୁରାଟ ଦଙ୍ଗା ବେଳେ କେଉଁ ସରକାର ଥିଲା ? ସିବିଏସଇର ପ୍ରଶ୍ନକୁ ନେଇ ବିବାଦ ଜୋର
  • ||

ଭିଡରେ ଦାଦାଙ୍କ ହାତ ଖସିଗଲା, ତାପରେ ଦେହ ବ୍ୟବସାୟର ଅନ୍ଧଗଳି : ଜଣେ ନାବାଳିକା ପୀଡିତାଙ୍କ ବେଦନାଭରା କାହାଣୀ…

14/05/2020 at 1:05 PM

ବେତୁଲ ୧୪/୦୫ : ମଧ୍ୟପ୍ରଦେଶ ବେତୁଲରେ ଜଣେ ନାବାଳିକାଙ୍କୁ ଦେହ ବ୍ୟବସାୟରେ ଲିପ୍ତ କରାଇଥିବା ମାମଲା ସାମ୍ନାକୁ ଆସିଛି | ନାବାଳିକାଙ୍କ ଘର ଉତ୍ତର ପ୍ରଦେଶରେ | ସେ ନିଜ ଦାଦାଙ୍କ ସହ ଅଜମେର ଯାଇଥିଲେ | ଅଜମେର ଦରଗାହରେ ସେ ନିଜ ଦାଦାଙ୍କ ଠାରୁ ଅଲଗା ହୋଇ ନିଖୋଜ ହୋଇଯାଇଥିଲେ | ନିଖୋଜ ହେବାପରେ ନାବାଳିକାଙ୍କୁ ଦେହ ବ୍ୟବସାୟରେ ଲିପ୍ତ ଦୁଇ ମହିଳା ନେଇଯାଇଥିଲେ | ଗତ ଶୁକ୍ରବାର ରାତିରେ ସେ କୌଣସି ପ୍ରକାରେ ମହିଳାଙ୍କ କବଳରୁ ନିଜକୁ ରକ୍ଷା କରି ଥାନାରେ ପହଞ୍ଚିଥିଲେ | ତାଙ୍କୁ ଜୋର ଜବରଦସ୍ତ ଦେହ ବ୍ୟବସାୟରେ ଲଗାଯାଇଥିଲା ବୋଲି ସେ ପୋଲିସକୁ କହିଥିଲେ |

ନାବାଳିକାଙ୍କ ବୟାନ ଅନୁଯାୟୀ, ପୋଲିସ ଇନ୍ଦୋରର ଜଣେ ମହିଳା ଓ ବେତୁଲର ଚକ୍କର ରୋଡ଼ ସ୍ଥିତ ଦୁଇ ମହିଳାଙ୍କ ବିରୋଧରେ ମାମଲା ରୁଜ୍ଜୁ କରି ଗିରଫ କରିଛି | ଆଉ ଜଣେ ଅଭିଯୁକ୍ତ ମହିଳା ଫେରାର ଥିବା ଜଣାପଡିଛି | ନାବାଳିକା ପୋଲିସକୁ କହିଛନ୍ତି ଯେ ତାଙ୍କ ଘର ଉତ୍ତର ପ୍ରଦେଶର ଏକ ଗାଁରେ | ତାଙ୍କୁ ଭୁତ ପ୍ରେତ ଭୟ ଥିଲା | ସେଥିପାଇଁ ତାଙ୍କ ଚିକିତ୍ସା କରାଇବା ପାଇଁ ତାଙ୍କ ଦାଦା ତାଙ୍କୁ ନେଇ ଅଜମେର ଦରଗାହ ଆସିଥିଲେ | କିନ୍ତୁ ସେଠାରେ ସେ ନିଜ ଦାଦାଙ୍କ ଠାରୁ ବିଛିନ୍ନ ହୋଇଯାଇଥିଲେ |

୮-୯ ଦିନ ଭୋକ ଶୋଷରେ ଏଣେତେଣେ ବୁଲୁଥିବା ସମୟରେ ଜଣେ ମହିଳା ତାଙ୍କୁ ପାଇଥିଲେ | ମହିଳା ତାଙ୍କୁ ବୁଲେଇନେବା ବାହାନାରେ ଅଜମେରରୁ ଇନ୍ଦୋର ନେଇଯାଇଥିଲେ ଏବଂ ୬ ହଜାର ଟଙ୍କାରେ ତାଙ୍କୁ ବେତୁଲରେ ରହୁଥିବା ଜଣେ ମହିଳାଙ୍କୁ ବିକ୍ରି କରି ଦେଇଥିଲେ | କିଛି ଦିନ ପର୍ଯ୍ୟନ୍ତ ମହିଳା ନାବାଳିକାଙ୍କ ଦ୍ୱାରା ଘର କାମ କରୁଥିଲେ | ତାପରେ ତାଙ୍କୁ ଦେହ ବ୍ୟବସାୟରେ ଲଗାଇ ଦେଇଥିଲେ |

ନାବାଳିକାଙ୍କୁ ବେତୁଲ ଚକ୍କର ରୋଡ଼ ସ୍ଥିତ ଏକ ଘରେ ବନ୍ଦୀ କରି ରଖାଯାଇଥିଲା | ସେଠାକୁ ଅନେକ ଲୋକ ଯିବା ଆସିବା କରୁଥିଲେ | କିରଣ ଓ ଶୀତଲ ନାମକ ଦୁଇଜଣ ମହିଳା ତାଙ୍କୁ ଦେହ ବ୍ୟବସାୟରେ ଲଗାଇଥିଲେ | ଶୁକ୍ରବାର ରାତିରେ ନାବାଳିକା କୌଶଳ କ୍ରମେ ମହିଳାଙ୍କ କବଜାରୁ ଖସି ପୋଲିସ ଥାନାରେ ପହଞ୍ଚିଥିଲେ ଏବଂ ସମସ୍ତ ଘଟଣା କହିଥିଲେ | ନାବାଳିକାଙ୍କ ବୟାନ ଆଧାରରେ ପୋଲିସ କିରଣ, ଶୀତଲ ଓ ଜୋୟା ବିରୋଧରେ ମାମଲା ରୁଜ୍ଜୁ କରିଥିଲା |

ଶିଶୁ ଚାଲାଣ, ଅନୈତିକ ବ୍ୟବସାୟ ଏବଂ ପୋକସୋ ଆକ୍ଟରେ ପୋଲିସ ଧାରା ୩୭୦(୪), ୩୭୦(୬), ୩୭୦(ଏ), ୩୭୨ ଅନୁଯାୟୀ ମାମଲା ରୁଜ୍ଜୁ କରି ପଚରାଉଚୁରା କରୁଛି | ପୋଲିସ ଦୁଇ ମହିଳାଙ୍କୁ ଗିରଫ କରିଛି ଏବଂ ଇନ୍ଦୋରରେ ରହୁଥିବା ଜୋୟାକୁ ଖୋଜୁଛି | ପୀଡିତା ନାବାଳିକା ବିଜନୌର ଜିଲ୍ଲା ବେତୁଲ ଅଞ୍ଚଳର |  

ନାବାଳିକା ପୀଡିତା ନିଜର ଦୁଖଦ ଅନୁଭୂତି ପୋଲିସକୁ କହିଥିଲେ | ସେ କହିଥିଲେ ତାଙ୍କୁ କିଭଳି, କେଉଁ କେଉଁ ଜାଗାରେ ଏବଂ କାହା କାହା ପାଖରେ ବିକ୍ରି କରାଯାଇଥିଲା | ତାଙ୍କ ସହ କେଉଁ କେଉଁ ଲୋକ ଦୁରାଚାର କରିଥିଲେ ତାର ବେଦନାଭରା କାହାଣୀ ପୋଲିସ ଆଗରେ ବଖାଣିଛନ୍ତି ପୀଡିତା ନାବାଳିକା |

   Related Posts