ସୁବର୍ଣ୍ଣପୁର ୬।୮: ସୁବର୍ଣ୍ଣପୁର ଜିଲ୍ଲାରେ ଗତ ଦୁଇ ଦିନ ହେଲା ଲଘୁଚାପଜନିତ ବର୍ଷା ଲାଗିରିହିଛି । ଜିଲ୍ଲାର ବୀରମହାରାଜପୁର ବ୍ଲକ ହରିହର ମଧ୍ୟମ ଜଳ ସେଚନ ପ୍ରକଳ୍ପ ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଡ୍ୟାମ୍ ର ୪ଟି ଗେଟ୍ ପାଣି ଛାଡିବାକୁ ପଡିଲା । ଅତ୍ୟଧିକ ଜଳ କେନାଲ ଦେଇ ନିଷ୍କାସନ ହେବା ଫଳରେ ଜଳସେଚନ ପ୍ରକଳ୍ପର କେନାଲ ଭାଙ୍ଗି ୩ଟି ଗାଁରେ ପାଣି ପସିଯାଇଛି ।
{"id":310404,"sizeSlug":"large"}ବ୍ରାହ୍ଣିଣୀପାଲିଠାର ଘାଇ ସୃଷ୍ଟି ହେବାରୁ ଗାଁକୁ ପାଣି ମାଡିଯାଇଛି । ୩ଟି ଗାଁ ବ୍ରାହ୍ଣିଣୀପାଲି, ବୁରୋଘାଟ, ମସନାପାଲି ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛନ୍ତି । ବ୍ରାହ୍ଣିଣୀପାଲି ଗାଁର ହରିହରଯୋର ଉପରେ ବସିଥିବା ତିନୋଟି ଉଠା ଜଳସେଚନ ପ୍ରକଳ୍ପର ମଟର ବନ୍ୟାର ଭାସିଯାଇଛି । ଅନେକ ଚାଷ ଜମିକୁ ପାଣି ପସିଯାଇଛି ।
{"id":310405,"sizeSlug":"large"}ତ୍ରୁଟିପୂର୍ଣ୍ଣ କେନାଲ ନିର୍ମାଣ ଯୋଗୁଁ ପ୍ରତି ବର୍ଷ କେନାଲ ଭାଙ୍ଗି ଗାଁକୁ ପାଣି ମାଡିଯାଇ ନାହିଁ ନ ଥିବାର କ୍ଷତି କରୁଛି । ଏହାର ପ୍ରତିକାର ପାଇଁ ବିଭାଗୀୟ କର୍ତ୍ତୃପକ୍ଷ ନିକଟରେ ଦାବି କଲେ ବି କିଛି ଲାଭ ହେଉନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି ।