୩ ପରିବା ବିକାଳି କରୋନା ପଜିଟିଭ୍‌ ଚିହ୍ନଟ: କଣ୍ଟାକ୍ଟ ଟ୍ରେସିଂ ନେଇ ବଢ଼ିଲାଣି ଜିଲ୍ଲା ପ୍ରଶାସନର ଚିନ୍ତା

Published By : Prameya-News7 Bureau | July 28, 2020 IST

ସମ୍ବଲପୁର୨୮/୭: ସମ୍ବଲପୁର ବୁର୍ଲାରେ ଓାର୍ଡ ନମ୍ବର-୪ ରେ ୩ ଜଣ କରୋନା ରୋଗୀ ଚିହ୍ନଟ ହେବାପରେ ସମ୍ପୃକ୍ତ ଅଞ୍ଚଳକୁ ସିଲ୍ କରାଯାଇଛି। ସେହି ଅଞ୍ଚଳକୁ ଜିଲ୍ଲାପ୍ରଶାସନ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି। ବୁର୍ଲାର ଓାର୍ଡ ନମ୍ବର -୪ର ବିଷ୍ଣୁ ମନ୍ଦିର ପଡା, ବିହାରୀ ପଡା ଅଞ୍ଚଳରେ ୩ ଜଣ ବ୍ୟକ୍ତି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫଳରେ ବିଷ୍ଣୁ ମନ୍ଦିର ପଡାର ସୁପାରି ଗଳିଠୁ ମସଜିଦ ଗଳି, ମସଜିଦ୍ ଗଳିଠୁ କେନାଲ୍ ଗଳି ଯାଏଁ କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ସେପଟେ ବିଷ୍ଣୁ ମନ୍ଦିର ପଡାର ଚତୁଃପାଶ୍ୱର୍କୁ ବୋଫର ଜୋନ୍ ଘୋଷଣା କରିଛି।

ଏହା ସହ ସେହି ଓାର୍ଡ ନମ୍ବର-୪ ର ବିହାରିପଡାକୁ ସମ୍ପୂର୍ଣ୍ଣ କଣ୍ଟେନମେଣ୍ଟ୍ ଜୋନ୍ ଘୋଷଣା କରାଯାଇଛି । ତେବେ ବିହାରୀପଡାକୁ ଲାଗିକି ଥିବାପକ୍କା ମାର୍କେଟ ବୋଫର ଜୋନ୍‌ରେ ରହିଛି । ତେବେ ସାହି ପଡିଶାଙ୍କ କହିବା ଅନୁସାରେ କରୋନା ସଂକ୍ରମିତ ୩ ଜଣ ପରିବା ବ୍ୟବସାୟୀ କରନ୍ତି । ତେବେ ପରିବା ବିକାଳି ହୋଇଥିବାରୁ ପ୍ରଶାସନର ଚିନ୍ତା ବଢିବା ସହ ଏମାନଙ୍କ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.