ଚାଲିଛି ଚାଷୀ ଓ ସରକାରଙ୍କ ବୈଠକ, ୩ କେନ୍ଦ୍ରମନ୍ତ୍ରୀ ଏବଂ ୪୦ କୃଷକ ନେତା ସାମିଲ

Published By : Prameya-News7 Bureau | December 30, 2020 IST

ନୂଆଦିଲ୍ଲୀ ୩୦/୧୨: ପାଖାପାଖି ୩୫ ଦିନ ହେଲା ଦିଲ୍ଲୀ ବର୍ଡରରେ ହଜାର ହଜାର ଚାଷୀ ନୂଆ କୃଷି ନିୟମ ବିରୋଧରେ ଗର୍ଜୁଛନ୍ତି । ଏନେଇ ସରକାର ଓ ଚାଷୀଙ୍କ ମଧ୍ୟରେ ମାରାଥନ ଆଲୋଚନା ବିଫଳ ହେବା ପରେ ପୁଣି ବୁଧବାର ସପ୍ତମ ଥର ଆଲୋଚନା ଚାଲିଛି। ବୈଠକରେ ୩ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର, ପିୟୁଷ ଗୋଏଲ ଓ ସୋମ ପ୍ରକାଶ ଓ ୪୦ ଚାଷୀ ନେତା ଉପସ୍ଥିତ ରହିଛନ୍ତି। ଦିଲ୍ଲୀ ବିଜ୍ଞାନ ଭବନରେ  ନୂଆ କୃଷି ନିୟମ ପ୍ରତ୍ୟାହାର ଦାବି ଉପରେ ଆଲୋଚନା ଚାଲିଛି।

ଚାଷୀଙ୍କ ଦାବି ଅନୁସାରେ ସରକାର ସମସ୍ତ ପ୍ରକାର ପଦକ୍ଷେପ ନେବାକୁ ରାଜି ଥିବା କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର କହିଛନ୍ତି ବୋଲି ସୂଚନା ମିଳିଛି। ଯଦି ଏନେଇ ସମସ୍ତେ ରାଜି ହୁଅନ୍ତି ତେବେ ଆଲୋଚନା ଆଗକୁ ଯାଇପାରିବ ବୋଲି ନରେନ୍ଦ୍ର ତୋମାର କହିଛନ୍ତି। ତେବେ ବୈଠକରେ ସାମିଲ ହେବା ପୂର୍ରବୁ ରେଳମନ୍ତ୍ରୀ ପିୟୁଷ ଗୋଏଲ ଓ ନରେନ୍ଦ୍ର ସିଂହ ତୋମାର କେନ୍ଦ୍ର ଗୃହମନ୍ତ୍ରୀଙ୍କ ସହ ଦୁଇ ଥର ଆଲୋଚନା କରିଛନ୍ତି।

wp:gallery {"ids":[384740],"linkTo":"none"} /wp:gallery

ମିଳିଥିବା ସୂଚନା ଅନୁସାରେ ୩ କୃଷି ନିୟମ ପ୍ରତ୍ୟାହାର କରିବାକୁ ସରକାର ରାଜି ହେବା ପରେ ହିଁ ଆଲୋଚନା ଅର୍ଥପୂର୍ଣ୍ଣ ହୋପାରିବ ବୋଲି କୃଷକ ଜିଦ ଧରିଛନ୍ତି। ଏହା ସହ ଅନ୍ୟ ୩ ଦାବିକୁ ନେଇ ବି କୃଷକ ସଂଗଠନ ଅଡ଼ି ବସିଛନ୍ତି। ଅନ୍ୟପଟେ ନୂଆ କୃଷି ନିୟମ ପ୍ରତ୍ୟାହାର କରିବା ସପକ୍ଷରେ ସରକାର ନଥିବା ମଧ୍ୟ ସୂଚନା ଆସୁଛି। ତେଣୁ ସପ୍ତମ ଥର ଚାଷୀ-ସରକାରଙ୍କ ଆଲୋଚନା ବିଫଳ ହେବ ବୋଲି ମଧ୍ୟ କୁହାଯାଉଛି। ଏବେ ଲଞ୍ଚ ବ୍ରେକ୍‌ ଚାଲିଥିବା ବେଳେ ପୁଣି ଆଲୋଚନା ଜାରି ରହିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.