Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୁଜୁରାଟ ଦଙ୍ଗା ବେଳେ କେଉଁ ସରକାର ଥିଲା ? ସିବିଏସଇର ପ୍ରଶ୍ନକୁ ନେଇ ବିବାଦ ଜୋର
  • ||

ଏକାସଙ୍ଗେ କରୋନା ସଂକ୍ରମିତଙ୍କଠାରେ ଦେଖାଗଲା ୩ ପ୍ରକାରର ଫଙ୍ଗସ୍, ଠିକ୍ ସମୟରେ ଅପରେସନ ହେବାରୁ ବଞ୍ଚିଗଲା ଜୀବନ

3/06/2021 at 5:25 PM

ଲକ୍ଷ୍ନୌ ୩।୬: ଉତ୍ତରପ୍ରଦେଶ ଲକ୍ଷ୍ନୌରେ ଏଭଳି ଘଟଣା ସାମ୍ନାକୁ ଆସିଛି ଯାହା ଡାକ୍ତରଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି । ପ୍ରକୃତରେ ଜଣେ କରୋନା ସଂକ୍ରମିତଙ୍କ ଶରୀରରେ ତିନୋଟି ଅର୍ଥାତ ହ୍ବାଇଟ୍, ବ୍ଲାକ୍ ଏବଂ ୟେଲୋ ଫଙ୍ଗସ୍ ଦେଖିବାକୁ ମିଳିଛି । ଡାକ୍ତରମାନେ ୩ ଘଣ୍ଟାର ଅପରେସନ ପରେ ରୋଗୀଙ୍କୁ ଆରୋଗ୍ୟ କରିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ଫୈଜାବାଦର ବାସିନ୍ଦା ସରସ୍ବତୀ ଯାଦବ ମାସେ ପୂର୍ବରୁ କରୋନା ସଂକ୍ରମିତ ହୋଇଥିଲେ । ଚିକିତ୍ସା ପରେ ତାଙ୍କ ରିପୋର୍ଟ ନେଗେଟିଭ ଆସିଥିଲା । ସୁସ୍ଥ ହେବା ପରେ ତାଙ୍କ ମୁହଁ ଭାରି ଭାରି ଲାଗୁଥିଲା । ଫଳରେ ଲକ୍ଷ୍ନୌର ଏକ ଘରୋଇ ହସ୍ପିଟାଲକୁ ଚିକିତ୍ସା ପାଇଁ ଯାଇଥିଲେ ।

ପରୀକ୍ଷା କରିବା ସମୟରେ ଡାକ୍ତରମାନେ କହିଥିଲେ ଯେ, ଫଙ୍ଗସ୍ ହୋଇଛି ।ଏହାପରେ ଡାକ୍ତରମାନେ ଏହାକୁ ପରୀକ୍ଷା କରିଥିଲେ । ପରୀକ୍ଷା ପରେ ଜଣାପଡିଥିଲା ଯେ, ରୋଗୀଙ୍କର ତିନୋଟି ଫଙ୍ଗସ୍ ଯଥା ହ୍ବାଇଟ୍, ବ୍ଲାକ୍ ଏବଂ ୟେଲୋ ଫଙ୍ଗସ୍ ହୋଇଛି । ଏହାପରେ ଡାକ୍ତରମାନେ ତାର ଚିକିତ୍ସା ଆରମ୍ଭ କରିଥିଲେ । ଘଣ୍ଟା ଘଣ୍ଟା ଧରି ଅପରେସନ କରିବା ପରେ ଡାକ୍ତରମାନେ ରୋଗୀଙ୍କୁ ଆରୋଗ୍ୟ କରିଥିଲେ ।

   Related Posts