ବଡରମା ଘାଟିରେ ୩ ଟ୍ରକ୍ ମୁହାଁମୁହିଁ, ଖଲାସି ଆହତ

Published By : Prameya-News7 Bureau | September 28, 2021 IST

ଗୌଡ଼ପାଲି ୨୮/୦୯: ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଗୌଡପାଲି ଫାଣ୍ଡି ବଡରମା ଘାଟିର ମଝିରେ ୩ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ। ଦୁର୍ଘଟଣା ପରେ ରାଜପଥ ଦୀର୍ଘ ସମୟ ଧରି ଗାଡି ଚଳାଚଳ ବାଧାପ୍ରାପ୍ତ ।

ସୂଚନାଅନୁସାରେ, ଜମନକିରାରୁ ସମ୍ୱଲପୁର ଆସୁଥିବା ୨ଟି ୧୮ ଚକିଆ ହାଇୱା (ଓଡ଼ି ୦୨ ବିଜି ୭୯୦୮ ଓ ଓଡ଼ି ୦୨ ବିଜି ୭୩୪୧) ଏବଂ ବିପରୀତ ପଟୁ ଆସୁଥିବା ଏକ ୧୪ ଚକିଆ ଟ୍ୟାଙ୍କର ଡବ୍ଲୁବି ୧୫ ଡି ୩୦୨୫ ମଧ୍ୟରେ ଧକ୍କା ହୋଇ ଦୁର୍ଘଟଣା ହେଇଥିଲା । ଫଳରେ ରାସ୍ତାର ଉଭୟ ପଟେ ଶତାଧିକ ଗାଡି ଛିଡା ହୋଇ ରହିଥିଲେ ।

ତିନୋଟି ଯାକ ଗାଡିର ଡ୍ରାଇଭର ତଥା ଖଲାସି ସାମାନ୍ୟ ଆହତ ହେଇଛନ୍ତି । ଖବରପାଇ ଗୌଡପାଲି ଫାଣ୍ଡି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ରାସ୍ତା ଜାମ୍‌କୁ ସ୍ୱାଭାବିକ କରିବା ପାଇଁ ଚେଷ୍ଟା ଜାରି ରଖିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.