ଆଲିବାବା ଏଣ୍ଟ ଗ୍ରୁପ IPO ଲାଗି ୩ ଟ୍ରିଲିୟନ ଡଲାରର ବିଡିଂ, ଭାରତ ଓ ବ୍ରିଟେନର GDP ଠାରୁ ମଧ୍ୟ ଅଧିକ

Published By : Prameya-News7 Bureau | October 31, 2020 IST

ସାଂଘାଇ : ଚୀନ୍‌ ବ୍ୟବସାୟୀ ଜ୍ୟାକ୍‌ ମାଙ୍କ ଆଲିବାବା ଗ୍ରୁପର ଫାଇନାନସିଆଲ ସର୍ଭିସେସ୍ କମ୍ପାନୀ ଏଣ୍ଟ ଗ୍ରୁପ୍ ଚଳିତ ସପ୍ତାହରେ ବିଶ୍ୱର ସର୍ବ ବୃହତ୍ତ ଆଇପିଓ ଆଣିଛନ୍ତି। କମ୍ପାନୀ ୩୫ ବିଲିୟନ ଡଲାରର ସେୟାର ଜାରି କରିଥିଲେ। ଏଥିପାଇଁ ସବସ୍କ୍ରିପସନର ଶେଷ ଦିନ ସୁଦ୍ଧା ୩ ଟ୍ରିଲିୟନ ଡଲାର ଅର୍ଥାତ ୨୨୨ ଲକ୍ଷ କୋଟି ଟଙ୍କାର ବିଡ୍‌ ମିଳିଛି। ଏହି ଅର୍ଥ ବିଶ୍ୱର ପଞ୍ଚମ ବୃହତ୍ତ ଅର୍ଥନୀତି ଭାରତର ବାର୍ଷିକ ଜିଡିପି (୨.୯୪ ଟ୍ରିଲିୟନ ଡଲାର)ଠାରୁ ମଧ୍ୟ ୨ ପ୍ରତିଶତ ଅଧିକ।

{"id":354011,"width":577,"height":384,"sizeSlug":"large"}

ଆରାମକୋ ରେକର୍ଡ଼ ଭାଙ୍ଗିଲା ଆଲିବାବା
ସାଉଦୀ ତୈଳ କମ୍ପାନୀ ଆରାମକୋ ଗତବର୍ଷ ୨୯.୪ ବିଲିୟନ ଡଲାରର ଆଇପିଓ ଆଣିଥିଲେ। ୨୦୧୪ ମସିହାରେ ଆଲିବାବା ଆଣିଥିବା ଇସ୍ୟୁକୁ ଆରାମକୋ ପଛରେ ପକାଇ ଦେଇଥିଲା। ତେବେ ୬ ବର୍ଷ ପରେ ଆଲିବାବା ପୁଣି ଆରାମକୋ କୁ ପଛରେ ପକାଇ ଦେଇଛନ୍ତି। କାରଣ ଏଣ୍ଟ ଗ୍ରୁପ ଜ୍ୟାକ୍‌ ମାଙ୍କ ମୁଖ୍ୟ କମ୍ପାନୀ।

{"id":354014,"sizeSlug":"large"}

ବ୍ରୋକରେଜ କମ୍ପାନୀଙ୍କ ପ୍ଲାଟଫର୍ମ କ୍ରାସ୍‌
ଏଣ୍ଟ ଗ୍ରୁପ୍ ହଙ୍ଗକଙ୍ଗ ଓ ସାଂଘାଇ ସେୟାର ବଜାର ଲାଗି ଆଇପିଓ ଆଣିଥିଲେ। ଏହାକୁ ଯେଉଁ ରେସପନ୍ସ ମିଳିଛି ସେଥିରୁ ଅନେକ ବ୍ରୋକରେଜ ହାଉସଙ୍କ ପ୍ଲାଟଫର୍ମ କ୍ରାସ ହୋଇଯାଇଥିବା ଜଣାପଡିଛି। ସାଂଘାଇରେ ରିଟେଲ ଇନଭେଷ୍ଟରଙ୍କ ଲାଗି ଜାରି ସେୟାରମାନଙ୍କ ତୁଳନାରେ ୮୭୨ଗୁଣା ଅଧିକ ବିଡ୍ ମିଳିଛି। ସେହିପରି ହଙ୍ଗକଙ୍ଗରେ ୩୮୯ ଗୁଣାରୁ ବି ଅଧିକ ବିଡ୍ ମିଳିଥିବା ଜଣାପଡିଛି।

{"id":354012,"sizeSlug":"large"}

କଣ ପାଇଁ ରହିଛି ଏତେ ଚାହିଦା
ଏଣ୍ଟ ୨୦୦୪ ମସିହାରେ ପେମେଣ୍ଟ ସେବା ପ୍ରାରମ୍ଭ କରିଥିଲା। ମାତ୍ର ୧୬ ବର୍ଷରେ ବିଶାଳ ଏମ୍ପାୟାର ଛିଡା କରିଦେଇଛି। ଏହି କମ୍ପାନୀ ସର୍ଟ ଟର୍ମ ଋଣଦାନ କରନ୍ତି। ଏତେ ସୁବିଧାଜନକ ଋଣ ବ୍ୟବସ୍ଥା ଯେ ଗ୍ରାହକଙ୍କ ଖାତାକୁ ଗୋଟିଏ ମିନିଟ୍‌ରେ ଋଣ ବାବଦ ଅର୍ଥ ପହଞ୍ଚି ଯାଏ। କେବଳ ଋଣ ନୁହେଁ କମ୍ପାନୀ ବୀମା ଓ ନିବେଶ ପ୍ରଡକ୍ଟ ମଧ୍ୟ ବିକ୍ରି କରନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.