Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||
  • ଭୁବନେଶ୍ବର : ବିନା ଛୁଞ୍ଚିରେ ଟିକା ନେବେ ଶିଶୁ, ଦୁଇଟି ଡୋଜ୍ ନେବା ପାଇଁ ପରାମର୍ଶ
  • ||
  • ଅନୁଗୋଳ : ପ୍ରାତଃ ଭ୍ରମଣରେ ଯାଇଥିବା ବେଳେ ପଡିଗଲେ ହାତୀ ହାବୁଡରେ, ଚାଲିଗଲା ଜୀବନ
  • ||

ଅମିତ ଶାହଙ୍କ ବଦଳରେ ହାଓ୍ୱଡା ରାଲିକୁ ସମ୍ବୋଧନ କରିବେ ସ୍ମୃତି ଇରାନୀ, ପଦ୍ମ ଧରିବେ ୩ ଟିଏମସି ନେତା

31/01/2021 at 8:44 AM

ନୂଆଦିଲ୍ଲୀ, ୩୧/୦୧: ଶୁକ୍ରବାର ରାଜଧାନୀ ଦିଲ୍ଲୀସ୍ଥିତ ଇସ୍ରାଏଲ ଦୂତାବାସ ନିକଟରେ ଘଟିଥିବା ବିସ୍ଫୋରଣ ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ପଶ୍ଚିମବଙ୍ଗ ଗସ୍ତକୁ ରବ୍ଦ କରାଯାଇଛି । ତେଣୁ ଶାହ  ହାଓ୍ୱଡାରେ ଆୟୋଜିତ ରାଲିରେ ଉଦବୋଧନ ଦେଇପାରିବେନି । ଶାହଙ୍କ ବଦଳରେ ସ୍ମୃତି ଇରାନୀ କର୍ମୀଙ୍କୁ ସମ୍ବୋଧିତ କରିବେ । ଏହି ରାଲିରେ ତୃଣମୂଳ କଂଗ୍ରେସର ରାଜୀବ ବାନାର୍ଜୀଙ୍କ ସମେତ ଅନେକ ନେତା ବିଜେପିରେ ସାମିଲ ହେବେ । ଏହି ନେତାମାନେ ଶନିବାର ଦିଲ୍ଲୀ ଯାଇ ଅମିତ ଶାହଙ୍କୁ ଭେଟିଥିଲେ ।

ଅମିତ ଶାହ ଜାନୁଆରୀ ୩୦ ଓ ୩୧ ତାରିଖରେ କୋଲକାତା ଗସ୍ତ କରିଥାନ୍ତେ । ଏହାସହ ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରିଥାନ୍ତେ । କିନ୍ତୁ ଇସ୍ରାଏଲ ଦୂତାବାସ ନିକଟରେ ହୋଇଥିବା ବୋମା ବିସ୍ଫୋରଣ ପାଇଁ ଶାହଙ୍କୁ ବିଭିନ୍ନ ବୈଠକରେ ସାମିଲ ହେବା ସହ ସ୍ଥିତିକୁ ସମୀକ୍ଷା କରିବାକୁ ପଡୁଛି । ତେଣୁ ସେ କୋଲକାତା ଗସ୍ତକୁ ରବ୍ଦ କରିଛନ୍ତି ।

ଶାହଙ୍କ କୋଲକାତା ଗସ୍ତ ବାତିଲ ହେବା ପରେ ଶନିବାର ଟିଏମସିର ଅସନ୍ତୁଷ୍ଟ ନେତା ଯାଇଥିଲେ । ଏଥିରେ ଟିଏମସିର ନେତା ତଥା ପୂର୍ବତନ ମନ୍ତ୍ରୀ ରାଜୀବ ବାନାର୍ଜୀ ରହିଥିଲେ । ଏହାସହ ହାଓ୍ୱଡାର ବଲ୍ଲୀରୁ ବିଧାୟକ ବୈଶାଳୀ ଡାଲମିଆ, ଉତ୍ତରପାରା ବିଧାୟକ ପ୍ରବୀଣ ଘୋଷାଲ, ହାଓ୍ୱଡା ସହରର ପୂର୍ବତନ ମେୟର ରାଥିନ ଚକ୍ରବର୍ତ୍ତୀ, ରାଣାଘାଟର ପୂର୍ବତନ ବିଧାୟକ ପାର୍ଥସାରଥୀ ଚାଟାର୍ଜୀ ଓ ଅଭିନେତା ରୁଦ୍ରନୀଲ ଘୋଷ ଆଦି ଶାହଙ୍କୁ ଭେଟିଥିଲେ ।

   Related Posts