ଆନ୍ଧ୍ରକୁ ବେଧଡକ ଚାଲାଣ ହେଉଥିଲା ପଥର ଚିପ୍ସ : ୩ ଟିପର ଜବତ, ଅଢେଇ ଲକ୍ଷ ଜୋରିମାନା

Published By : Prameya-News7 Bureau | July 08, 2021 IST

କୋରାପୁଟ ୮/୭ : କୋରାପୁଟ ଜିଲ୍ଲା ମାଛକୁଣ୍ଡ ତହସିଲ ଦାର ବିଶେଷ ସୂତ୍ରରୁ ଖବର ପାଇ ଆନ୍ଧ୍ରକୁ ପଥର ଚିପ୍ସ ଚୋରା ଚାଲାଣ ହେଉଥିବା ୩ଟି ଟିପର ଜବତ ହୋଇଛି । ଏହି  ଚିପ୍ସ ସିଲପଣ୍ଡି କ୍ରସରରୁ ଗୋଟିଏ ଟ୍ରାକରେ ଆନ୍ଧ୍ରାକୁ ଚୋରା ଚାଲାଣ ହେଉ ଥିବା ବେଳେ ଅନ୍ୟ ଦୁଇଟି ଟ୍ରକ ଲମତାପୁଟ ଚୋରା ଚାଲାଣ ହେଉଥିଲା ।

wp:gallery {"ids":[477389],"linkTo":"none"} /wp:gallery

ବିଶେଷ  ସୂତ୍ରରୁ  ଖବର ପାଇ  ମାଛକୁଣ୍ଡ ତହସିଲଦାର  ସଗର ଗ୍ରାମ ଛକ ନିକଟରେ ୩ ଟି ଟ୍ରକକୁ ଜବତ କରି ଲମତାପୁଟ ଫାଣ୍ଡିକୁ ଆଣିଥିଲେ । ଏହି ଟ୍ରକର କାଗଜ ପତ୍ର ଯାଞ୍ଚ କରିବାରୁ  କୌଣସି  ରୟଲଟି ବନ୍ଧା ହୋଇନଥିବା କିମ୍ବା କ୍ରସରରୁ Y ଫର୍ମ ଆଣି ନଥିବା ଦେଖିବାକୁ ପାଇଥିଲେ ତହସିଲ ଦାର ।  ସଙ୍ଗେ ସଙ୍ଗେ ଟ୍ରକୁ ଗୁଡିକୁ ଜବତ କରି ଲମତାପୁଟ ଫାଣ୍ଡିକୁ ନେଇ ଯାଇଥିଲେ । ୩ ଟି ଟ୍ରକୁ ଅଢେଇ ଲକ୍ଷ ଜୋରିମାନ ଆଦାୟ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.