Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିରାଟ କୋହଲିଙ୍କ ଘୋଷଣା, ଟି-୨୦ ୱାର୍ଲ୍ଡ କପ୍‌ ପରେ ଛାଡ଼ିବେ କ୍ୟାପ୍ଟେନ୍‌ ପଦ
  • ||
  • ସାନଖେମୁଣ୍ଡି : ଭିଜିଲାନ୍ସ ଜାଲରେ ଆସିଷ୍ଟାଣ୍ଟ ଇଂଜିନିୟର, ଠିକାଦାରଙ୍କଠୁ ନେଉଥିଲେ ୫୦ହଜାର ଟଙ୍କା ଲାଞ୍ଚ
  • ||
  • ନୂଆଦିଲ୍ଲୀ : ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ, ୧୯ ଓ ୨୦ରେ ପ୍ରବଳ ବର୍ଷା ସମ୍ଭାବନା : IMD ଡିଜି
  • ||
  • ମାଲକାନଗିରି : ମାଲକାନଗିରିରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳିବିନିମୟ, ଛତ୍ରଭଙ୍ଗ ଦେଲେ ମାଓବାଦୀ : କ୍ୟାମ୍ପ୍‌ରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଠାବ
  • ||
  • ପୁରୀ : ଶୁକ୍ରବାର ବନ୍ଦ ରହିବ ଶ୍ରୀମନ୍ଦିର, ବିଶେଷ ନୀତି ଯୋଗୁଁ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେନି ଶ୍ରଦ୍ଧାଳୁ
  • ||
  • ସୋର : ଫୁଲୁଛି କାଂଶ ବାଂଶ ନଦୀ, ବଢୁଛି ଜଳସ୍ତର : ଚିନ୍ତାରେ ତଳିଆ ଅଞ୍ଚଳବାସୀ
  • ||
  • ଖଣ୍ଡପଡା : ରଥିଆ ନାଳରେ ଭାସି ବୃଦ୍ଧ ନିଖୋଜ, ମାଛ ଧରିବାକୁ ଯାଇ ନାଳରେ ଭାସିଯାଇଥିବା ସନ୍ଦେହ
  • ||
  • ଜଗତସିଂହପୁର : ମହାନଦୀ ବନ୍ୟାଜଳରେ ବୁଡି ଗାଡି ଚାଳକ ନିଖୋଜ, ଇଟାଭାଟିକୁ ଯାଉଥିବା ବେଳେ ଅଘଟଣ
  • ||
  • ଯାଜପୁର : ପାଣିରେ ଭାସି ଯାଇଥିଲେ ବାପା-ପୁଅ, ଠାବ ହେଲା ମୃତଦେହ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ : ୨୪ ଘଣ୍ଟାରେ ବାହାରିଲେ ୫୮୦ କୋଭିଡ୍ ପଜିଟିଭ୍
  • ||

ଦୁଇ ମାସ ଭିତରେ ବଲାଙ୍ଗିରରେ ମଲେଣି ୩ ବାଘ ; ନିଷିଦ୍ଧାଞ୍ଚଳର ସୁରକ୍ଷା ଉପରେ ସୃଷ୍ଟି ହେଲା ପ୍ରଶ୍ନବାଚୀ

7/02/2019 at 5:08 PM

ବଲାଙ୍ଗିର ୭|୧: ଗଲା ଦୁଇ ମାସ ଭିତରେ ବଲାଙ୍ଗୀରରେ ମଲେଣି ୩ ବାଘ । ନୋ ଏଣ୍ଟ୍ରି ଜୋନ୍ ବଡମାଲ ଗୋଳାବାରୁଦ କାରଖାନା ନିକଟ ଜଙ୍ଗଲରେ ବାରାହ ପାଇଁ ବସାଯାଇଥିବା ଫାସରେ ପଡ଼ି ବାଘର ମୃତ୍ୟୁ ନିଷିଦ୍ଧାଞ୍ଚଳର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ରାସ୍ତା କଡ଼ରେ ଲାଗିଛି ସାଇନ୍‌ ବୋର୍ଡ । ଲେଖାଯାଇଛି ନିଷିଦ୍ଧାଞ୍ଚଳ । ଗେଟରେ ସଶସ୍ତ୍ର ସୁରକ୍ଷା କର୍ମୀ ବି ଜଗି ରହିଛନ୍ତି । ଏଭଳି ନୋ ଏଣ୍ଟ୍ରି ଜୋନ୍‌ ବଡମାଲ ଗୋଳାବାରୁଦ କାରଖାନାର ଚିତ୍ର । ଅନ୍ୟପଟେ ଦୁଇଟି ଗଛ ମଝିରେ ଲଗାଯାଇଥିବା ତାରବାଡରେ ଫସି ମରିପଡିଛି କଲରାପତରିଆ ।

ବାରାହ ଶିକାର ପାଇଁ ବସାଯାଇଥିବା ଫାସରେ ପଡ଼ି ଏହି ୨ବର୍ଷ ବୟସର କଲରାପତରିଆ ବାଘର ମୃତ୍ୟୁ ହୋଇଛି। ବାଘର ଗୋଡରୁ ପାଦ କଟି ଯାଇଥିବା ବେଳେ ରକ୍ତ ଜୁଡୁବୁଡୁ ଅବସ୍ଥା । ସେପଟେ କିନ୍ତୁ ଏଭଳି ବାଘ ମୃତ୍ୟୁ ଘଟଣାକୁ ବନବିଭାଗ ଅତି ହାଲୁକା ଭାବରେ ନେଉଥିବାରୁ ମର୍ମାହତ ହୋଇଛନ୍ତି ପଶୁପ୍ରେମୀ ।

ବଲାଙ୍ଗୀର ବଡମାଳ ଗୋଳାବାରୁଦ କାରଖାନା ଅଞ୍ଚଳରେ କିଛି ଦିନ ପୂର୍ବରୁ ବାଘ ବୁଲୁଥିବା  ନେଇ ଚର୍ଚ୍ଚା ହୋଇଥିଲା । ଏମିତିକି ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ମଧ୍ୟ ହୋଇଥିଲା । ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ମଧ୍ୟ ବନ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାନଯିବା ବିଭାଗୀୟ ଅବହେଳାକୁ ପ୍ରମାଣିତ କରୁଛି ।

ପୂର୍ବରୁ ଯଦି ବନ ବିଭାଗ ଏଥି ପ୍ରତି ଦୃଷ୍ଟି ଦେଇଥାନ୍ତା, ତାହେଲେ ହୁଏତ ବାରାହ ଫାସରେ ପଡ଼ି ବାଘଟିର ମୃତ୍ୟୁ ହୋଇନଥାନ୍ତା । ସେପଟେ ଯେଉଁ ସ୍ଥାନଟି ଏତେ କଡ଼ା ସୁରକ୍ଷା ବଳୟ ଭିତରେ ଅଛି ସେଠି ଆରାମରେ ପଶି କେମିତି ଫାସ ବସାଇଲେ ଶିକାରୀ ? ଏଥିରେ କାରଖାନାର କୌଣସି କର୍ମଚାରୀ ସଂପୃକ୍ତ ଥିବା ସନ୍ଦେହ କରାଯାଉଛି ।

   Related Posts