Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ବରଗଡ଼: ‘ନୋ କ୍ଲାସ୍ ନୋ ଫି’ ଦାବିରେ ଜିଲ୍ଲାପାଳଙ୍କୁ ଘେରିଲେ କଲେଜ ଛାତ୍ରଛାତ୍ରୀ
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ମାଲକାନଗିରି :ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସରଙ୍କୁ ଗିରଫ କଲା ଭିଜିଲାନ୍ସ
  • ||
  • ମାଲକାନଗିରି : ଜମିବାଡି ବିବାଦରୁ ହତ୍ୟାକାଣ୍ଡ ! ହତ୍ୟା କରି ଫିଙ୍ଗିଦେଲେ ଘର ଆଗରେ
  • ||
  • ଝାରସୁଗୁଡା : ଟେଣ୍ଟ ହାଉସ୍ ଗୋଦାମରେ ଅଗ୍ନିକାଣ୍ଡ, ୫୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡି ଭସ୍ମୀଭୂତ
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||
  • କଟକ : ଘରୋଇ ସ୍କୁଲ ଫି’ କମାଇବା ମାମଲା : ଫି’ କେତେ କମିବ ସତ୍ୟପାଠ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||

କରୋନା ଟିକା ବଣ୍ଟନ ପାଇଁ ତ୍ରିସ୍ତରୀୟ ବ୍ୟବସ୍ଥା: ପ୍ରଥମେ ସ୍ବାସ୍ଥ୍ୟକର୍ମୀଙ୍କୁ ଦିଆଯିବ

28/10/2020 at 6:58 PM

ଭୁବନେଶ୍ୱର ୨୮/୧୦ : କରୋନା ଟିକା ବଣ୍ଟନ ପାଇଁ ହେବ ତ୍ରିସ୍ତରୀୟ ବ୍ୟବସ୍ଥା। ଏଦିଗରେ କାମ ଆରମ୍ଭ କରିଦେଇଛନ୍ତି ରାଜ୍ୟ ସରକାର।  ପ୍ରଥମେ ଡେଟାବେସ୍ ପ୍ରସ୍ତୁତ ପାଇଁ ନିର୍ଦେଶ ଦେଇଥିବା କେନ୍ଦ୍ର ସରକାର ନିକଟରେ ସାନି ଚିଠି ଲେଖି ତ୍ରିସ୍ତରୀୟ ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେପେଟ ରାଜ୍ୟ ସହ ଦେଶରେ କ୍ରମାଗତ ଭାବେ ହ୍ରାସ ପାଇଚାଲିଛି କରୋନା ଆକ୍ରାନ୍ତ ଏବଂ ମୃତ୍ୟୁ ସଂଖ୍ୟା।  

କରୋନା ଟିକା ବଣ୍ଟନ ପାଇଁ ତ୍ରିସ୍ତରୀୟ ବ୍ୟବସ୍ଥା କର। ତ୍ରିସ୍ତରୀୟ କମିଟିରେ ରହିବ ରାଜ୍ୟ ସଞ୍ଚାଳନ କମିଟି। ଯାହାର ମୁଖ୍ୟ ରହିବେ ମୁଖ୍ୟ ଶାସନ ସଚିବ। ସେହିପରି ଗୋଟିଏ ଷ୍ଟେଟ ଟାସ୍କ ଫୋର୍ସ। ଯାହାର ମୁଖ୍ୟ ରହିବେ ସ୍ବାସ୍ଥ୍ୟ ସଚିବ।  ସେହିପରି ଜିଲ୍ଲାସ୍ତରରେ ଜିଲ୍ଲାପାଳଙ୍କ ନେତୃତ୍ବରେ ଡିଷ୍ଟ୍ରିକ୍ଟ ଟାସ୍କଫୋର୍ସ ଗଠନ କରାଯିବ। ପ୍ରତି ମାସରେ କିମ୍ବା ପନ୍ଦର ଦିନ ନହେଲେ ପ୍ରତି ସପ୍ତାହରେ ଏହି କମିଟିର ବୈଠକ ବସିବ। ସବୁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳକୁ କେନ୍ଦ୍ର ସ୍ବାସ୍ଥ୍ୟ ସଚିବଙ୍କ ସାନି ଚିଠି ପରେ ରାଜ୍ୟ ସରକାର ତତ୍ପର। ଏ ଦିଗରେ କାମ ଆରମ୍ଭ ହୋଇଯାଇଥିବା କହିଛନ୍ତି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ। ସ୍ବାସ୍ଥ୍ୟକର୍ମୀଙ୍କୁ ପ୍ରଥମେ ମିଳିବ ଟିକା।

ସେପଟେ ଦେଶରେ ନିୟମିତ ଭାବେ କମିଚାଲିଛି କରୋନା ଆକ୍ରାନ୍ତ ସଂଖ୍ୟା। କିଛି ଦିନ ହେଲା ୫୦ ହଜାର ତଳେ ଦୈନିକ ପଜିଟିଭ୍। ଗତ ୨୪ ଘଣ୍ଟାରେ ଦେଶରେ ୪୩ ହଜାର ୮୯୩ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୭୯ ଲକ୍ଷ ୯୦ ହଜାର ୩୨୨କୁ ବୃଦ୍ଧି ପାଇଛି।ଆକ୍ଟିଭ୍ କେସ୍ ହ୍ରାସ ପାଇ ୬ ଲକ୍ଷ ୧୦ ହଜାର ହୋଇଛି।ଓଡ଼ିଶାରେ ମଧ୍ୟ ହ୍ରାସ ପାଉଛି ସଂଖ୍ୟା। ୨୪ ଘଣ୍ଟାରେ ରାଜ୍ୟରେ ନୂଆ ୧୫୪୦ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।ଭୁବନେଶ୍ବରରେ ମଧ୍ୟ ଗତ ୧୦ ଦିନ ମଧ୍ୟରେ ସଂକ୍ରମଣ କମିଛି।

ଭୁବନେଶ୍ବରରେ ଏବେ ଶହେରୁ ଦେଢ଼ଶହ ଆଇସିୟୁ ବେଡ୍‌ ଖାଲି ରହିଛି। ସେହିପରି କଟକ ମହାନଗର ନିଗମରେ କରୋନା ମୁକାବିଲା ପାଇଁ ଆରମ୍ଭ ହେବ ‌ସେରୋ ସର୍ଭେ କାର୍ଯ୍ୟକ୍ରମ। ଆସନ୍ତା ୨ରୁ ୫ ତାରିଖ ମଧ୍ୟରେ ସିଏମସି ଏବଂ ଆରଏମଆରସିର ମିଳିତ ସହଯୋଗରେ ୨୫ଟି ୱାର୍ଡରେ ପରୀକ୍ଷା‌ ପାଇଁ ରକ୍ତ ନମୁନା ସଂଗ୍ରହ କରାଯିବ।

ଆଇସିଏମ୍‌ଆର ଓ ଭାରତ ବାଇଓଟେକ୍‌ର ମିଳିତ ଉଦ୍ୟମରେ ପ୍ରସ୍ତୁତ ଟିକାର ମାନବ ପରୀକ୍ଷଣ ଖୁବଶୀଘ୍ର ସମ୍ ହସ୍ପିଟାଲରେ ଆରମ୍ଭ ହେ। ସେପଟେ ଡିସେମ୍ବର ସୁଦ୍ଧା ସେରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ ପକ୍ଷରୁ ପ୍ରସ୍ତୁତ ଅକ୍ସଫୋର୍ଡ ଟିକା ଆସିଯିବ ବୋଲି ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଛନ୍ତି ସଂସ୍ଥାର ମୁଖ୍ୟ ଆଦର ପୁନାଓ୍ବାଲା।

   Related Posts