୯ ବର୍ଷରେ ୩ ହଜାର ଲୋକଙ୍କଠାରେ ଦେଖା ଗଲାଣି ଲିଭର ସମସ୍ୟା, ଅଧିକ ଆକ୍ରାନ୍ତ ହୋଇଛନ୍ତି ପୁରୁଷ, ଜାଣନ୍ତୁ କାରଣ

Published By : Prameya-News7 Bureau | November 04, 2019 IST

ଦେଶରେ ଜକୃତ ଜନିତ ସମସ୍ୟା ଏବେ ଜଟିଳ ହେବାରେ ଲାଗିଛି। ରୋହତକ ପିଜିଆଇ ଏମଏସ୍ ୨୦୧୦ରୁ ୨୦୧୯ ମସିହା ପର୍ଯ୍ୟନ୍ତ କରିଥିବା ଏକ ଅନୁଧ୍ୟାନରୁ ୧୦ ବର୍ଷରେ ଅନୁନ୍ୟ ୩ ହଜାର ଲୋକଙ୍କ ଠାରେ ଲିଭର ସମସ୍ୟା ଥିବା ଜଣାପଡିଥିଲା। ବିଶେଷ କରି ମଦ୍ୟପାନ, ଅତ୍ୟଧିକ ମୋଟା ହେବା ଓ ବ୍ଲାକ୍ ଜଣ୍ଡିସ୍ ଏହାର ଏକ ମୁଖ୍ୟ କାରଣ ବୋଲି ଏମସ୍ ଙ୍କ ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲଜି ବିଭାଗ ମୁଖ୍ୟ ଡା. ପ୍ରବୀଣ ମଲହ୍ରୋତ୍ରା କହିଛନ୍ତି।

{"id":179119,"width":582,"height":326}

ଡା.ମଲହୋତ୍ରାଙ୍କ ଅନୁସାରେ ୪୦ରୁ ୬୦ ବର୍ଷ ଆୟୁ ବର୍ଗର ଲୋକେ ପ୍ରାୟତଃ ଜକୃତ ଜନିତ ସମସ୍ୟା ଭୋଗ କରୁଛନ୍ତି। ତେବେ ଜକୃତ ଜନିତ ସମସ୍ୟା ଚିହ୍ନଟ ଲାଗି  କିଛି ଶାରୀରିକ ଲକ୍ଷଣ ମଧ୍ୟ ଥିବା ମଲହୋତ୍ରା କହିଛନ୍ତି। ଏଥିରେ ବ୍ୟକ୍ତି ଯଦି ଜଣ୍ଡିସ, ପେଟରେ ପାଣି ଜମିବା ବା ପାଦ ଫୁଲିବା, ବାନ୍ତିରେ ବା ମଳରେ ରକ୍ତପଡିବା, ରକ୍ତହୀନତା ବା ପେଲେଟଲେଟସ୍ ସମସ୍ୟାରେ ଆକ୍ରାନ୍ତ ତେବେ ହୁଏତ ଏହା ତାଙ୍କର ଲିଭର ଜନିତ ସମସ୍ୟା ବି ହୋଇଥାଇପାରେ।     

{"id":179120}

ହେଲେ ଲୋକେ ପେଲେଟଲେଟ କମ ଯୋଗୁ ହସ୍ପିଟାଲରେ ଡେଙ୍ଗୁ ଚିକିତ୍ସା କରାଇଥିବାର ବି ଜଣାପଡିଛି। ଏଣୁ ଜକୃତ ଜନିତ ସମସ୍ୟାରୁ ମୁକ୍ତ ରହିବାକୁ ହେଲେ ମଦ୍ୟ, ଘିଅ, ତେଲ, ମିଠା ଓ ଚିକ୍କଣ ଖାଦ୍ୟକୁ ସର୍ବଦା ବର୍ଜନ କରିବା ଆବଶ୍ୟକ। ଏହା ଛଡା ନିୟମିତ ବ୍ୟାୟାମ ଓ ସ୍ୱଚ୍ଛତା ପ୍ରତି ଧ୍ୟାନ ଦେବା ଜରୁରି ବୋଲି ଡା. ମଲହୋତ୍ରା କହିଛନ୍ତି। ଯଦି ସୁଗାର ବା ଥାଇରଏଡ ସମସ୍ୟା ଥାଏ ତେବେ ଏହାର ନିୟମିତ ଚିକିତ୍ସା କରାଇବା ସହ ଜଣ୍ଡିସ ଜଣାପଡିବା ମାତ୍ରେ ଜିଲ୍ଲା ହସ୍ପିଟାଲ ଅଥବା ଯେ କୌଣସି ହସ୍ପିଟାଲରେ ଏବେ ନିଶୁଳ୍କ ଯାଞ୍ଚ କରାଯାଉଥିବା  କହିଛନ୍ତି। ସରକାରଙ୍କ ପକ୍ଷରୁ ହେପାଟାଇଟିସ୍ –ସିର ମଧ୍ୟ ନିଶୁଳ୍କ ଚିକିତ୍ସା କରାଯାଉଥିବା ଡା. ମଲହୋତ୍ରା କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.